Advertisment

ନିକ୍‌ ଜୋନସ୍‌ ପ୍ରିୟଙ୍କାଙ୍କୁ ଗେଲରେ ଡାକନ୍ତି...

ମୁମ୍ବାଇ: ବଲିଉଡ୍‌ ସୁନ୍ଦରୀ ପ୍ରିୟଙ୍କାଙ୍କୁ ‘ପ୍ରିକ୍‌’ ଡାକିବାକୁ ପସନ୍ଦ କରନ୍ତି ନିକ୍‌। ପ୍ରଥମେ ପ୍ରେମ ଆଉ ଏବେ ବିବାହ କରିବାକୁ ଯାଉଥିବା ଏହି ଦୁଇ ସେଲିବ୍ରିଟିଙ୍କୁ ନେଇ ଜୋର ଧରିଛି ଚର୍ଚ୍ଚା। ହଲିଉଡ୍‌ ଷ୍ଟାର ନିକ୍‌ ଜୋନସ୍‌ ପ୍ରିୟଙ୍କାଙ୍କ ପ୍ରେମରେ ପଡ଼ିବା ପରେ ଉଭୟଙ୍କ ନିର୍ବନ୍ଧ ସରିଛି। ଦୁହେଁ ଏବେ ଅଧିକରୁ ଅଧିକ ସମୟ ଏକାଠି ଅତିବାହିତ କରୁଛନ୍ତି। ଖାଲି ଯାହା ବାହାଘରକୁ ଅପେକ୍ଷା। କିନ୍ତୁ ଜାଣିଛନ୍ତି ନିକ୍‌ଙ୍କ ପୂର୍ବରୁ ଆହୁରି ବି କେହି ଅଛନ୍ତି ଯେ, […]

author-image
Mihir Pattnayak
ଅଦ୍ୟତନ ହୋଇଛି
ନିକ୍‌ ଜୋନସ୍‌ ପ୍ରିୟଙ୍କାଙ୍କୁ ଗେଲରେ ଡାକନ୍ତି...

6y

ମୁମ୍ବାଇ: ବଲିଉଡ୍‌ ସୁନ୍ଦରୀ ପ୍ରିୟଙ୍କାଙ୍କୁ ‘ପ୍ରିକ୍‌’ ଡାକିବାକୁ ପସନ୍ଦ କରନ୍ତି ନିକ୍‌। ପ୍ରଥମେ ପ୍ରେମ ଆଉ ଏବେ ବିବାହ କରିବାକୁ ଯାଉଥିବା ଏହି ଦୁଇ ସେଲିବ୍ରିଟିଙ୍କୁ ନେଇ ଜୋର ଧରିଛି ଚର୍ଚ୍ଚା। ହଲିଉଡ୍‌ ଷ୍ଟାର ନିକ୍‌ ଜୋନସ୍‌ ପ୍ରିୟଙ୍କାଙ୍କ ପ୍ରେମରେ ପଡ଼ିବା ପରେ ଉଭୟଙ୍କ ନିର୍ବନ୍ଧ ସରିଛି। ଦୁହେଁ ଏବେ ଅଧିକରୁ ଅଧିକ ସମୟ ଏକାଠି ଅତିବାହିତ କରୁଛନ୍ତି। ଖାଲି ଯାହା ବାହାଘରକୁ ଅପେକ୍ଷା।

Advertisment

publive-image

କିନ୍ତୁ ଜାଣିଛନ୍ତି ନିକ୍‌ଙ୍କ ପୂର୍ବରୁ ଆହୁରି ବି କେହି ଅଛନ୍ତି ଯେ, ପ୍ରିୟଙ୍କାଙ୍କୁ ଏକ ସୁନ୍ଦର ପ୍ରେମ ଭରା ନାଁ ଦେଇଥିଲେ। ସେ ନାଁ ଟି ହେଉଛି ‘ପିଗି ଚୋପ୍ସ’। ଏହି ନାଁଟି ବଲିଡ୍‌ରେ ଖୁବ୍‌ ଫେମସ୍‌। ପରିବାରଠୁ ନେଇ ସାଙ୍ଗ ସାଥି, ପ୍ରାୟ ସମସ୍ତେ  ଏହି ନାଁରେ ଡାକନ୍ତି ପ୍ରିୟଙ୍କାଙ୍କୁ । ‍

କିନ୍ତୁ ଜାଣିଛନ୍ତି ଏହି ନାଁଟି କିଏ ଦେଇଛନ୍ତି।

publive-image

ଫିଲ୍ମ ‘ବ୍ଲଫ୍‌ ମାଷ୍ଟର’ ଶୁଟିଂ ସମୟରେ  ଅଭିଷେକ ବଚ୍ଚନ ପ୍ରିୟଙ୍କାଙ୍କୁ ଏହି ନାଁରେ ଡାକୁଥିଲେ। ସେହି ଫିଲ୍ମର ଗୀତ ‘ଔର  ମେ ଔର ଏକ୍‌ ତୁ’ ପାଇଁ ଅଭିଷେକ ରାପ୍‌ ପ୍ରସ୍ତୁତ କରିଥିଲେ। ଫିଲ୍ମର ଏହି ଗୀତ ସେ ସମୟରେ ଖୁବ୍ ହିଟ୍‌ ହୋଇଥିଲା। ଆଉ ଦେଖୁ ଦେଖୁ ଅଭିଷେକଙ୍କ ଏହି ନାଁ ବି ଫେମସ୍‌ ହୋଇ ଯାଇଥିଲା।

Advertisment

ଏହି କଥା ହୁଏତ ନିକ୍‌ଙ୍କୁ ଟିକେ ଖରାପ୍‌ ଲାଗିପାରେ କାରଣ ସେ ପ୍ରିୟଙ୍କାଙ୍କୁ ନେଇ ଖୁବ୍‌ ପଜେସିଭ୍‌।