Advertisment

ଜାଣନ୍ତି, ସଲ୍‌ମାନ୍‌ ସବୁ ଫିଲ୍ମରେ କାହିଁକି ଶର୍ଟଲେସ୍‌ ହୁଅନ୍ତି

ମୁମ୍ବାଇ: ବଲିଉଡ୍‌ ଟାଇଗର୍‌ ସଲ୍‌ମାନ୍‌ ଖାନ୍‌ ଆଜି ତାଙ୍କର ୫୪ତମ ଜନ୍ମଦିନ ପାଳୁଛନ୍ତି। ସାରା ଦେଶରେ ତାଙ୍କ ଫ୍ୟାନ୍‌ମାନେ ଆଜି ତାଙ୍କ ଜନ୍ମଦିନକୁ ବେଶ୍ ଧୂମ୍‌ଧାମ୍‌ରେ ପାଳନ କରୁଛନ୍ତି। ଅଭିନୟ ସହିତ ସଲ୍‌ମାନ୍‌ ସବୁବେଳେ ନିଜ ଷ୍ଟାଇଲ୍‌ ପାଇଁ ଚର୍ଚ୍ଚାରେ ରୁହନ୍ତି। ତାଙ୍କ ଷ୍ଟାଇଲ୍‌କୁ ବହୁତ ଲୋକ ଫଲୋ କରନ୍ତି। ତେବେ ତାଙ୍କ ଫିଲ୍ମରେ ଗୋଟିଏ କଥା ସବୁବେଳେ ନିଶ୍ଚିତ ଦେଖିବାକୁ ମିଳିଥାଏ। ଗୋଟିଏ ସିନ୍ ହେଉ ପଛେ ତାଙ୍କୁ ଶର୍ଟଲେସ୍‌ ଦେଖିବାକୁ ମିଳିଥାଏ। ହେଲେ ଆପଣ […]

ଜାଣନ୍ତି, ସଲ୍‌ମାନ୍‌ ସବୁ ଫିଲ୍ମରେ କାହିଁକି ଶର୍ଟଲେସ୍‌ ହୁଅନ୍ତି

khan

Advertisment

ମୁମ୍ବାଇ: ବଲିଉଡ୍‌ ଟାଇଗର୍‌ ସଲ୍‌ମାନ୍‌ ଖାନ୍‌ ଆଜି ତାଙ୍କର ୫୪ତମ ଜନ୍ମଦିନ ପାଳୁଛନ୍ତି। ସାରା ଦେଶରେ ତାଙ୍କ ଫ୍ୟାନ୍‌ମାନେ ଆଜି ତାଙ୍କ ଜନ୍ମଦିନକୁ ବେଶ୍ ଧୂମ୍‌ଧାମ୍‌ରେ ପାଳନ କରୁଛନ୍ତି। ଅଭିନୟ ସହିତ ସଲ୍‌ମାନ୍‌ ସବୁବେଳେ ନିଜ ଷ୍ଟାଇଲ୍‌ ପାଇଁ ଚର୍ଚ୍ଚାରେ ରୁହନ୍ତି। ତାଙ୍କ ଷ୍ଟାଇଲ୍‌କୁ ବହୁତ ଲୋକ ଫଲୋ କରନ୍ତି। ତେବେ ତାଙ୍କ ଫିଲ୍ମରେ ଗୋଟିଏ କଥା ସବୁବେଳେ ନିଶ୍ଚିତ ଦେଖିବାକୁ ମିଳିଥାଏ। ଗୋଟିଏ ସିନ୍ ହେଉ ପଛେ ତାଙ୍କୁ ଶର୍ଟଲେସ୍‌ ଦେଖିବାକୁ ମିଳିଥାଏ। ହେଲେ ଆପଣ ଜାଣନ୍ତି, ତାଙ୍କର ଏହି ଧାରା କେବେଠୁ ଆରମ୍ଭ ହୋଇଛି। ସେ କାହିଁକି ଶର୍ଟଲେସ୍ ହୁଅନ୍ତି?

Advertisment

publive-imageସଲ୍‌ମାନ୍‌ଙ୍କ ଏହି ଧାରା ଆରମ୍ଭ ହୋଇଥିଲେ ୨୧ ବର୍ଷ ପୂର୍ବେ। ୧୯୯୮ ମସିହାରେ ରିଲିଜ୍‌ ହୋଇଥିବା ଫିଲ୍ମ ‘ପ୍ୟାର୍‌ କିୟା ତୋ ଡରନା କ୍ୟା’। ଏଥିରେ ସଲ୍‌ମାନ୍‌ ଓ କାଜୋଲ୍‌ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ସେତେବେଳେ ଏହି ଫିଲ୍ମଟି ଯେତିକି ହିଟ୍ ହୋଇଥିଲା, ତା’ଠୁ ଅଧିକ ହିଟ୍ ହୋଇଥିଲା ଏହି ଫିଲର  ଗୀତ ‘ଓ ଓ ଜାନେ ଜାନା’ରେ ସଲ୍‌ମାନ୍‌ଙ୍କ ଡ୍ୟାନ୍ସ। ଆଜି ବି ଏହି ଡ୍ୟାନ୍ସକୁ ଦର୍ଶକ ପସନ୍ଦ କରନ୍ତି। ଏହି ଗୀତରେ ହିଁ ସଲ୍‌ମାନ୍‌ ପ୍ରଥମଥର ପାଇଁ ଶର୍ଟଲେସ୍‌ ହୋଇଥିଲେ। ହେଲେ ଆପଣ ଜାଣନ୍ତି, ସଲ୍‌ମାନ୍ ଶର୍ଟଲେସ୍ ହେବା ନେଇ କୋରିଓଗ୍ରାଫର କୌଣସି ଯୋଜନା ରଖି ନଥିଲେ। ଏପରିକି ନିର୍ଦ୍ଦେଶକଙ୍କର ବି ସେମିତି କିଛି ଯୋଜନା ନଥିଲା। ଏକ ଅସୁବିଧାରେ ପଡ଼ି ସଲ୍‌ମାନ୍ ଶର୍ଟଲେସ୍ ହୋଇଥିଲେ। publive-image

ଏକ ସାକ୍ଷାତକାରରେ ସଲମାନ୍‌ କହିଥିଲେ ଯେ ଏହି ଗୀତ ପାଇଁ ତାଙ୍କୁ ଯେଉଁ ଶର୍ଟ ପିନ୍ଧିବାକୁ ଦିଆଯାଇଥିଲା, ତାହା ତାଙ୍କୁ ଫିଟ୍ ହୋଇ ନଥିଲା। ଅନ୍ୟ କୌଣସି ବିକଳ୍ପ ନଥିବାରୁ ଫିଲ୍ମ ନିର୍ଦ୍ଦେଶକ ତଥା ତାଙ୍କ ଭାଇ ସୋହେଲ୍‌ ତାଙ୍କୁ ବିନା ଶର୍ଟରେ ଷ୍ଟେଜ୍‌ ଉପରକୁ ଯିବାକୁ କହିଥିଲେ। ସଲ୍‌ମାନ୍‌ ତାଙ୍କ କଥା ମାନିଥିଲେ ଓ ବିନା ଶର୍ଟରେ ଷ୍ଟେଜ୍‌କୁ ଯାଇଥିଲେ। ଫିଲ୍ମଟି ରିଲିଜ୍‌ ହେବା ପରେ ଦର୍ଶକଙ୍କୁ ସଲ୍‌ମାନଙ୍କ ଏହି ଅନ୍ଦାଜ୍‌ ବେଶ୍ ପସନ୍ଦ ଆସିଥିଲା। ଆଉ ଏହାପରଠାରୁ ସବୁ ଫିଲ୍ମରେ ଏହି ଧାରା ଜାରି ରହିଲା। ଏପରିକି ସଲ୍‌ମାନ୍‌ଙ୍କ ଏହି ଟ୍ରେଣ୍ଡ ପରେ ହିଁ  ଯୁବପିଢ଼ିଙ୍କ ମଧ୍ୟରେ ବହୁଳ ମାତ୍ରାରେ ବଡିବିଲ୍ଡିଂର ନିଶା ଆରମ୍ଭ ହୋଇଥିଲା।

Advertisment

publive-imageସୂଚନାଯୋଗ୍ୟ, ନିକଟରେ ସଲ୍‌ମାନଙ୍କ ଫିଲ୍ମ ‘ଦବଙ୍ଗ ୩’ ରିଲିଜ୍‌ ହୋଇଛି। ଏଥିରେ ମଧ୍ୟ ସଲ୍‌ମାନ୍‌ ଶର୍ଟଲେସ୍‌ ହୋଇଛନ୍ତି। ପ୍ରଭୁଦେବାଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମଟି ୧୦୦ କୋଟି କ୍ଲବରେ ସାମିଲ୍‌ ହୋଇସାରିଲାଣି। ଏଥିରେ ସଲ୍‌ମାନଙ୍କ ସହ ସୋନାକ୍ଷୀ ସିହ୍ନା, ସାଇ ମଞ୍ଜ୍ରେକର୍‌ ଓ କିଚା ସୁଦୀପ୍ ପ୍ରମୁଖ ଅଭିନୟ କରିଛନ୍ତି। ଆଗକୁ ଦିଶା ପଟାନୀଙ୍କ ସହ ଫିଲ୍ମ ‘ରାଧେ’ରେ ନଜର ଆସିବେ ସଲ୍‌ମାନ୍‌।ଏହାର ନିର୍ଦ୍ଦେଶନା ମଧ୍ୟ ପ୍ରଭୁଦେବା ଦେଉଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe