Advertisment

ତାରିକ୍‌ଙ୍କ ଚଷମା ପଛର କାହାଣୀ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଗାୟକ ତାରିକ୍‌ ଅଜିଜ୍‌ଙ୍କୁ ଆପଣ କେବେ ବିନା ଚଷମାରେ ଦେଖିଛନ୍ତି ? ହୁଏତ ଦେଖି ନଥିବେ। କାରଣ ସେ ପ୍ରାୟ ସମୟ ଚଷମା ପିନ୍ଧନ୍ତି। ସେ ଟିଭି ଶୋ’ ହେଉ କିମ୍ୱା କୌଣସି ସାକ୍ଷାତକାର, ସବୁଠି ତାରିକ୍‌ଙ୍କୁ ଆପଣମାନେ ଚଷମା ପିନ୍ଧିଥିବା ଦେଖିବାକୁ ପାଇଥିବେ। ହେଲେ ସେ କାହିଁକି ସବୁବେଳେ ଚଷମା ପିନ୍ଧନ୍ତି? ତା’ହେଲେ କ’ଣ ତାଙ୍କ ଆଖି ଖରାପ? ନା ଆଦୌ ନୁହେଁ। ଆଖି ଖରାପରୁ ଚଷମା ପିନ୍ଧୁଥିଲେ, ଆମେ କାହିଁକି […]

ତାରିକ୍‌ଙ୍କ ଚଷମା ପଛର କାହାଣୀ

t

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଗାୟକ ତାରିକ୍‌ ଅଜିଜ୍‌ଙ୍କୁ ଆପଣ କେବେ ବିନା ଚଷମାରେ ଦେଖିଛନ୍ତି ? ହୁଏତ ଦେଖି ନଥିବେ। କାରଣ ସେ ପ୍ରାୟ ସମୟ ଚଷମା ପିନ୍ଧନ୍ତି। ସେ ଟିଭି ଶୋ’ ହେଉ କିମ୍ୱା କୌଣସି ସାକ୍ଷାତକାର, ସବୁଠି ତାରିକ୍‌ଙ୍କୁ ଆପଣମାନେ ଚଷମା ପିନ୍ଧିଥିବା ଦେଖିବାକୁ ପାଇଥିବେ। ହେଲେ ସେ କାହିଁକି ସବୁବେଳେ ଚଷମା ପିନ୍ଧନ୍ତି? ତା’ହେଲେ କ’ଣ ତାଙ୍କ ଆଖି ଖରାପ? ନା ଆଦୌ ନୁହେଁ। ଆଖି ଖରାପରୁ ଚଷମା ପିନ୍ଧୁଥିଲେ, ଆମେ କାହିଁକି ଏତେ କଥା ଲେଖିଥା’ନ୍ତୁ। ପୁଣି ଆପଣମାନେ ବି କହିବେ, ଆଖି ଖରାପ ହେଲେ କ’ଣ କେହି ଏମିତି ଚଷମା ସବୁ ପିନ୍ଧନ୍ତି।

Advertisment

ଓଟିଭିର ‘ଗପସପ’ କାର୍ଯ୍ୟକ୍ରମରେ ତାରିକଙ୍କୁ ଏ ଚଷମା ପଛର ରହସ୍ୟ ପଚରା ଯାଇଥିଲେ। ସେ କହିଥିଲେ ଯେ ଗୀତ ଗାଇବା ବେଳେ ସେ ଭିନ୍ନ ଭିନ୍ନ ଏକ୍ସପ୍ରେସନ୍ ଦେଇଥା’ନ୍ତି। ଏହାକୁ ଲୁଚେଇବା ପାଇଁ ସେ ଚଷମା ପିନ୍ଧନ୍ତି। ଏହା ସହିତ ଆଉ ଏକ କାରଣ ବି ରହିଛି। ତାଙ୍କ ମୁହଁ ବଡ଼। ସେଥିପାଇଁ ସେ ଚଷମା ପିନ୍ଧନ୍ତି। ଏହା ଦ୍ୱାରା ଅଧା ମୁହଁ ଚଷମାରେ ଲୁଚିଯାଏ ଓ ଲୁକ୍‌ ମଧ୍ୟ ଭଲ ରହେ।

publive-imageସୂଚନାଯୋଗ୍ୟ,  ତାରିକ୍‌ ଅଜିଜ୍‌ ଓଲିଉଡ୍‌ରେ ଅନେକ ହିଟ୍‌ ଗୀତ ଗାଇଛନ୍ତି। ‘ନାଗିନ୍‌’, ‘ରଙ୍ଗବତୀ’, ‘ମିଷ୍ଟର ମଜ୍‌ନୁ’, ‘ଲଭ୍‌ ଷ୍ଟେସନ୍‌’ ଆଦି ହିଟ୍‌ ଗୀତ ସେ ଗାଇଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe