Advertisment

ଧୂଳି ଖେଳିବା ବୟସରେ ପରିବାରକୁ ପର କରି ଘରୁ କାଢ଼ିଥିଲେ ଗୋଡ଼

ଅନୁମତି ମିଳିବା ଏକଦମ୍ ଅସମ୍ଭବ ଥିଲା ତ ଘରୁ ଲୁଚି କରି ଚାଲି ଆସିଥିଲେ ଗାଁରେ ପଡ଼ିଥିବା ଯାତ୍ରା ପାର୍ଟିର ଗାଡ଼ିରେ। ଆସିବାବେଳେ ନିଜ ସହ ଆଣିଥିଲେ ପିନ୍ଧିଥିବା ଗୋଟିଏ ମାତ୍ର ଫ୍ରକ୍। ଏହାରି ଭିତରେ ବାଇଶ ବର୍ଷ ବିତିଗଲାଣି। ଆଉ କୁନି ଝିଅଟିଏରୁ ପ୍ରଭାସିନୀ ପାଣିଗ୍ରାହୀ ଓରଫ୍ ମାମା ବନି ଗଲେଣି ଯଲିଉଡର ଚୁଲବୁଲି ଅଭିନେତ୍ରୀ।

ଅଦ୍ୟତନ ହୋଇଛି
Advertisment

ଅନୁମତି ମିଳିବା ଏକଦମ୍ ଅସମ୍ଭବ ଥିଲା ତ ଘରୁ ଲୁଚି କରି ଚାଲି ଆସିଥିଲେ ଗାଁରେ ପଡ଼ିଥିବା ଯାତ୍ରା ପାର୍ଟିର ଗାଡ଼ିରେ। ଆସିବାବେଳେ ନିଜ ସହ ଆଣିଥିଲେ ପିନ୍ଧିଥିବା ଗୋଟିଏ ମାତ୍ର ଫ୍ରକ୍। ଏହାରି ଭିତରେ ବାଇଶ ବର୍ଷ ବିତିଗଲାଣି। ଆଉ କୁନି ଝିଅଟିଏରୁ ପ୍ରଭାସିନୀ ପାଣିଗ୍ରାହୀ ଓରଫ୍ ମାମା ବନି ଗଲେଣି ଯଲିଉଡର ଚୁଲବୁଲି ଅଭିନେତ୍ରୀ। ଭଦ୍ରକ ବାସୁଦେବପୁର ବ୍ଲକ୍ ବ୍ରହ୍ମଗାଁ ବୈକୁଣ୍ଠପୁରର ମୁକ୍ତିକାନ୍ତ ପାଣିଗ୍ରାହୀଙ୍କ ବଡ଼ ଝିଅ ମାମାଙ୍କ ପାଇଁ ସଂଘର୍ଷ ଆରମ୍ଭ ହୋଇଛି ଶୈଶବରୁ। ଘରର ଆର୍ଥିକ ଦୁରବସ୍ଥା ଚାଙ୍କୁ ରୋଜଗାରମନସ୍କ କରିଥିଲା ଛୁଆ ବେଳୁ। ଗାଁରେ ପଡ଼ିଥିଲା ଯାତ୍ରା ପାର୍ଟି। ଆଉ ମାମାଙ୍କ କୋମଳ ମନକୁ ଟାଣି ନେଇଥିଲା ମଞ୍ଚର ଚିକମିକ୍ ରଙ୍ଗିନ୍ ଆଲୋକ। ନିଜ ଆଡ଼ୁ ପରିଚାଳକଙ୍କୁ ଯାତ୍ରା ପାର୍ଟିରେ କାମ କରିବାର ପ୍ରସ୍ତାବ ଦେଲାବେଳକୁ ତାଙ୍କୁ ହୋଇଥିଲା ମାତ୍ର ନଅ ବର୍ଷ। କାହାକୁ କିଛି ନଜଣାଇ ଯାତ୍ରା ପାର୍ଟିରେ ଗାଡ଼ିରେ ଚାଲି ଆସିଲେ ଆଉ ଆଖଡ଼ା ଶାଳ ପାଲଟି ଯାଇଥିଲା ମାମାଙ୍କ ନୂଆ ଠିକଣା। ପ୍ରଥମେ ଛୋଟ କଳାକାର ଆଉ ପରେ ଡ୍ୟାନ୍ସରୁ ଆରମ୍ଭ ହେଲା ତାଙ୍କ ଯଲିଉଡ୍ କ୍ୟାରିଅର୍। ବିନା ଗଡ୍ ଫାଦରରେ କେବଳ ସଂଘର୍ଷ ଆଉ ସଂଘର୍ଷ କରି ମାମା ଯାତ୍ରା ଦୁନିଆରେ ଆଗକୁ ବଢ଼ିଛନ୍ତି। ଇଣ୍ଡଷ୍ଟ୍ରୀର ନିର୍ଭରଯୋଗ୍ୟ ଅଭିନେତ୍ରୀ ଅବା ସଫଳ ନାୟିକା ହେବାକୁ ତାଙ୍କ ଆଖିରେ ଥିଲା ଆଖିଏ ସ୍ୱପ୍ନ। ଏ ସ୍ୱପ୍ନକୁ ଧରିବାର ବିଧିବଦ୍ଧ ରାସ୍ତା ଦେଇଥିଲା ଇଷ୍ଟର୍ଣ୍ଣ ରେଡ୍ । ସବୁ ସହର ଶ୍ୱଶୁର ଘର ନାଟକରେ ମୁଖ୍ୟ ଚରିତ୍ରରେ ଅଭିନୟର ସୁଯୋଗ ମିଳିବା ପରେ ଆଉ ପଛକୁ ଫେରି ଚାହିଁବାର ମୁଡ୍‌ରେ ନଥିଲେ ମାମା।ପ୍ରଥମ କରି ଇଷ୍ଟର୍ଣ୍ଣ ରେଡ୍ ରେ ତାଙ୍କୁ ମିଳିଲା ପାର୍ଶ୍ୱ ନାୟିକାର ଚ୍ୟାଲେଞ୍ଜିଂ ରୋଲ୍।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe