Advertisment

୫ ମିନିଟ୍‌ରେ ବଦଳିଥିଲା ‘ଦମନ’ ଚଳଚ୍ଚିତ୍ରର କାହାଣୀ

୨୦୨୨ ମସିହାରେ ହଲ୍‌ରେ ରିଲିଜ୍‌ ହୋଇଥିଲା ‘ଦମନ’। ରିଲିଜ୍ ପରେ ଓଡ଼ିଆ ଦର୍ଶକଙ୍କ ପ୍ରଶଂସା ସାଉଣ୍ଟିଥିଲା। ରେକର୍ଡ ପରେ ରେକର୍ଡ ଭାଙ୍ଗିଥିଲା ଏହି ଫିଲ୍ମ। ଦୁଇ ମାସରୁ ଅଧିକ ସମୟ ଧରି ବିଭିନ୍ନ ସିନେମା ହଲ୍‌ରେ ପଡ଼ିଥିଲା।

ଅଦ୍ୟତନ ହୋଇଛି
Daman

Daman

Advertisment

‘ଦମନ’କୁ ମିଳିଛି ଜାତୀୟ ପୁରସ୍କାର। ଶ୍ରେଷ୍ଠ ଓଡ଼ିଆ ସିନେମା ଭାନେ ‘ଦମନ’କୁ ମିଳିଛି ଏହି ଜାତୀୟ ପୁରସ୍କାର। ଏହି ଘୋଷଣା ପରେ ପୂରା ‘ଦମନ’ ଟିମ୍‌ ଉତ୍ସାହିତ ହୋଇଛି। ଆଜି ଟିମ୍‌ ସଦସ୍ୟମାନେ ଖୁସି ମନାଇଥିବା ବେଳେ ପୁରସ୍କାରକୁ ଓଡ଼ିଶାବାସୀଙ୍କ ପାଇଁ ଉତ୍ସର୍ଗ କରିଛନ୍ତି।ଏହି ଅବସରରେ ଫିଲ୍ମର ମୁଖ୍ୟ ଚରିତ୍ରରେ ଥିବା ଅଭିନେତା ବାବୁଶାନ ମହାନ୍ତି ‘ଦମନ’କୁ ନେଇ ମଜାଦାର କଥା ସେୟାର କରିଛନ୍ତି।

Advertisment

ଆଜି ବାବୁଶାନ କହିଛନ୍ତି, କ୍ୟାରିୟରରେ ଅନେକ ଫିଲ୍ମ କରିଛି। କିନ୍ତୁ ନୂଆ କିଛି କରିବାକୁ ଚାହୁଁଥିଲି। ଭିନ୍ନ ଗୋଟିଏ ଚରିତ୍ରକୁ ଅପେକ୍ଷା କରିଥିଲି। ଭଗବାନ ସେହି ସମୟରେ ଦେବଭାଇ ଓ ବିଶାଲ ଭାଇଙ୍କୁ ପଠାଇ ଦେଲେ। ମୋତେ ଦୁଇଟି କାହାଣୀ ଶୁଣାଇଥିଲେ। ପ୍ରଥମେ ଦୁଇ ଘଣ୍ଟା ଗୋଟିଏ ଅଲଗା କାହାଣୀ ଶୁଣାଇଥିଲେ। ତା’ପରେ ୫ ମିନିଟ୍‌ରେ ‘ଦମନ’ କାହାଣୀ ଶୁଣାଇଥିଲେ। ସେତେବେଳେ ‘ଦମନ’କୁ ଡକ୍ୟୁମେଣ୍ଟାରୀ କରିବା କରିବାକୁ ଚାହିଁଥିଲେ। ୫ ମିନିଟ୍‌ ଶୁଥିବା ଏହି ଫିଲ୍ମର କାହାଣୀଟି ମୋତେ ଭଲ ଲାଗିଥିଲା। ପ୍ରଥମେ ଏହାର ଶୁଟିଂ କରିବା ପାଇଁ କହିଥିଲି। ହେଲେ ସେମାନେ କହିଲେ, ଏଥିରେ ହିରୋଇନ୍‌ ନାହିଁ କି ଡ୍ୟାନ୍ସ କରିପାରିବେନି। ହଲ୍‌ରେ ରିଲିଜ କରିବୁ କି ନାହିଁ ଜାଣିନୁ। କେବଳ ଡକ୍ୟୁମେଣ୍ଟାରୀ କରିବୁ। ସବୁ ଶୁଣିବା ପରେ ମଧ୍ୟ ଏହି ଫିଲ୍ମ ଶୁଟ୍‌ କରିବା ପାଇଁ ମୁଁ କହିଥିଲି। ଫିଲ୍ମ ଶୁଟିଂ ହେଲା ଓ ରିଲିଜ ହେଲା। ଆଜି ଯାହା ଘଟଣା ଆପଣମାନେ ଦେଖୁଛନ୍ତି ବୋଲି ବାବୁଶାନ କହିଛନ୍ତି।

୨୦୨୨ ମସିହାରେ ହଲ୍‌ରେ ରିଲିଜ୍‌ ହୋଇଥିଲା ‘ଦମନ’। ରିଲିଜ୍ ପରେ ଓଡ଼ିଆ ଦର୍ଶକଙ୍କ ପ୍ରଶଂସା ସାଉଣ୍ଟିଥିଲା। ରେକର୍ଡ ପରେ ରେକର୍ଡ ଭାଙ୍ଗିଥିଲା ଏହି ଫିଲ୍ମ। ଦୁଇ ମାସରୁ ଅଧିକ ସମୟ ଧରି ବିଭିନ୍ନ ସିନେମା ହଲ୍‌ରେ ପଡ଼ିଥିଲା। ଆଲୋକମାନେ ଫିଲ୍ମର ମଜା ଉଠାଇଥିଲେ। ଡିମାଣ୍ଡ ଦେଖି ପ୍ରଯୋଜନା ସଂସ୍ଥା ଫିଲ୍ମକୁ ହିନ୍ଦୀ ଭାଷାରେ ଡବିଂ କରିଥିଲା। ଆଉ ରିଲିଜ୍‌ ମଧ୍ୟ କରାଯାଇଥିଲା। ଜାତୀୟ ସ୍ତରରେ ଫିଲ୍ମକୁ ଭଲ ସଫଳତା ମିଳିଥିଲା।

Advertisment

‘ଦମନ୍‌’ ନାଁ କେମିତି ହେଲା? ଏମିତି ନାଁ ପରିକଳ୍ପନା ନେଇ ସଂଳାପକାର ଦେବୀ ପ୍ରସାଦ ଲେଙ୍କା ଓ ଭିଶାଲ ମୌର୍ୟ କହିଛନ୍ତି, ରାଜ୍ୟ ସରକାର ଦୁର୍ଗମ ଅଞ୍ଚଳ ମ୍ୟାଲେରିଆ ନିରାକରଣ(ଦମନ) ନାମକ ଏକ ଯୋଜନା ଚାଲିଛି। ମାଲକାନଗିରି ବିଚ୍ଛିନ୍ନାଞ୍ଚଳରେ ବ୍ୟାପୁଥିବା ମ୍ୟାଲେରିଆ ଓ ତାର ନିରାକରଣ ଉପରେ ଗୋଟିଏ ଡକ୍ୟୁମେଣ୍ଟାରୀ ଶୁଟିଂ କରିବା ପାଇଁ ଯାଇଥିଲୁ। ସେହି ସମୟରେ ସେଠାରେ ଯାହା ସବୁ ସମସ୍ୟାର ସମ୍ମୁଖୀନ ହୋଇଥିଲୁ, ତାକୁ ନେଇ ଏକଫିଲ୍ମ କରିବା ପାଇଁ ନିଷ୍ପତ୍ତି ନେଇଥିଲୁ। ଆଉ ତା’ପରେ ସ୍କ୍ରିପ୍ଟ ଲେଖା ସରିବା ପରେ ଫିଲ୍ମ ତିଆରି କରିଥିଲୁ। ଆଉ ଆଜି ତାର ରେଜଲ୍‌ଟ ମିଳିଲା ବୋଲି ଉଭୟ କହିଛନ୍ତି।

Entertainment Film Odia Film
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe