Advertisment

ଡ୍ରେସ୍‌ ଡିଜାଇନର୍‌ଙ୍କୁ ପ୍ରେମ କରୁଛନ୍ତି ଶୁଭାଶିଷ!

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଲିଉଡ୍‌ ହେଉ କି ବଲିଉଡ୍‌ ସେଲିବ୍ରେଟି ମାନଙ୍କ ଆଫେୟାର୍‌କୁ ନେଇ ଅନେକ ଖବର ଆସେ। ସେଥିରୁ କିଛି ସତ ତ କିଛି ମିଛ ବାହାରେ। କଳାକାରମାନେ ଏକାଠି କାମ କରୁଥିବା ବେଳେ ନିଜ ସହକଳାକାରଙ୍କ ପ୍ରେମରେ ପଡିଯିବା ନେଇ ଅନେକ ଗୁଜବ ମଧ୍ୟ ଉଠେ। ଏବେ ଯାହା ଶୁଣିବାକୁ ମିଳିଛି ଅଭିନେତା ଶୁଭାଶିଷ ତାଙ୍କ ଡିଜାଇନର୍‌ଙ୍କୁ ଭଲ ପାଉଛନ୍ତି। ଏବେ ଆପଣ ଟିକେ ଦ୍ୱନ୍ଦ୍ୱରେ ପଡୁଥିବେ। କାରଣ ଆପଣ ଜାଣନ୍ତି ଶୁଭାଶିଷ ବିବାହିତ। ଅଭିନେତ୍ରୀ […]

ଅଦ୍ୟତନ ହୋଇଛି
ଡ୍ରେସ୍‌ ଡିଜାଇନର୍‌ଙ୍କୁ ପ୍ରେମ କରୁଛନ୍ତି ଶୁଭାଶିଷ!

subha

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଲିଉଡ୍‌ ହେଉ କି ବଲିଉଡ୍‌ ସେଲିବ୍ରେଟି ମାନଙ୍କ ଆଫେୟାର୍‌କୁ ନେଇ ଅନେକ ଖବର ଆସେ। ସେଥିରୁ କିଛି ସତ ତ କିଛି ମିଛ ବାହାରେ। କଳାକାରମାନେ ଏକାଠି କାମ କରୁଥିବା ବେଳେ ନିଜ ସହକଳାକାରଙ୍କ ପ୍ରେମରେ ପଡିଯିବା ନେଇ ଅନେକ ଗୁଜବ ମଧ୍ୟ ଉଠେ। ଏବେ ଯାହା ଶୁଣିବାକୁ ମିଳିଛି ଅଭିନେତା ଶୁଭାଶିଷ ତାଙ୍କ ଡିଜାଇନର୍‌ଙ୍କୁ ଭଲ ପାଉଛନ୍ତି।
ଏବେ ଆପଣ ଟିକେ ଦ୍ୱନ୍ଦ୍ୱରେ ପଡୁଥିବେ। କାରଣ ଆପଣ ଜାଣନ୍ତି ଶୁଭାଶିଷ ବିବାହିତ। ଅଭିନେତ୍ରୀ ଅନିଶାଙ୍କୁ ସେ ପ୍ରେମ ବିବାହ କରିଛନ୍ତି ।

Advertisment

ବେଶି ଦ୍ୱନ୍ଦ୍ୱରେ ରୁହନ୍ତୁ ନାହିଁ। ଏଠାରେ ଆମେ ଶୁଭାଶିଷଙ୍କ ଡ୍ରେସ୍‌ ଡିଜାଇନର୍ ତଥା ତାଙ୍କ ଧର୍ମପତ୍ନୀ ଅନିଶାଙ୍କ କଥା କହୁଛୁ।

publive-imageକାରଣ ଅନିଶା ପ୍ରାୟ ସମୟ ଶୁଭାଶିଷଙ୍କ ଡ୍ରେସ୍‌ ଡିଜାଇନ୍‌ କରନ୍ତି। ‘ଶୁଭାନି’ ନାଁରେ ତାଙ୍କର ଏକ ବୁଟିକ୍‌ ମଧ୍ୟ ରହିଛି, ଯେଉଁଠି ଅନିଶା ଉଭୟ ପୁଅ ଏବଂ ଝିଅ ମାନଙ୍କ ପାଇଁ ଡ୍ରେସ୍‌ ଡିଜାଇନ୍‌ କରନ୍ତି। ଓଲିଉଡ୍‌ର କଳାକାରମାନେ ଶୁଭାନିରୁ ଭିନ୍ନ ଭିନ୍ନ ପ୍ରକାରର ଷ୍ଟାଇଲିସ୍‌ ଡ୍ରେସ୍‌ ନେଇ ମଧ୍ୟ ପିନ୍ଧିବାର ଦେଖାଯାଏ।

Advertisment

ସୂଚନା ଅନୁଯାୟୀ, ୨୦୧୬ ମସିହା ଜୁଲାଇ ୩ ତାରିଖରେ ଶୁଭାଶିଷ ଏବଂ  ଅନିଶା ବିବାହ କରିଥିଲା। ‘ତରଙ୍ଗ’ ଚ୍ୟାନେଲ୍‌ରେ ପ୍ରସାରିତ ହୋଇଥିବା ଧାରାବାହିକ ‘ସ୍ୱାଭିମାନ’ରେ ଅଭିନୟ କରୁଥିବା ସମୟରେ ସେମାନେ ପ୍ରେମରେ ପଡ଼ିଯାଇଥିଲେ। ଏହି ସିରିଏଲ୍‌ରେ ବି ଏ ଦୁହେଁ ସ୍ୱାମୀସ୍ତ୍ରୀ ଭୂମିକାରେ ଅଭିନୟ କରିଥିଲେ। ଆଉ ପରଦା ଉପରେ ସ୍ୱାମୀସ୍ତ୍ରୀ ଅଭିନୟ କରୁ କରୁ କେତେବେଳେ ଦୁହେଁ ପରସ୍ପରର ପ୍ରେମରେ ପଡ଼ିଗଲେ ସେକଥା ଜାଣିପାରିଲେ ନାହିଁ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe