ମୁମ୍ବାଇ: ବଲିଉଡ୍ ବାଦଶାହ ଶାହରୁଖ ଖାନ୍ଙ୍କ ଝିଅ ନିଜ ପିତାଙ୍କ ପରି ଜଣେ ସଫଳ କଳାକାର ହେବାକୁ ସ୍ୱପ୍ନ ଦେଖନ୍ତି। ଆଉ ଏବେ ସେ ଏହି ସଫଳତାର ମାର୍ଗରେ ପାଦେ ଆଗେଇଛନ୍ତି। ସୁହାନା ଫିଲ୍ମ ଜଗତରେ ଏଣ୍ଟ୍ରି କରିସାରିଛନ୍ତି। ତାଙ୍କ ଡେବ୍ୟୁ ସର୍ଟ ଫିଲ୍ମ ‘ଦ ଗ୍ରେ ପାର୍ଟ ଅଫ ବ୍ଲୁ’ ରିଲିଜ ହୋଇଯାଇଛି।
ଦଶ ମିନିଟ୍ର ଏହି ସର୍ଟ ଫିଲ୍ମରେ ସୁହାନାଙ୍କ ଅଭିନୟକୁ ଦର୍ଶକ ବେଶ ପସନ୍ଦ କରିଛନ୍ତି। ଦମ୍ଦାର୍ ଅଭିନୟ ସହ ତାଙ୍କର ଡାଇଲଗ୍ କହିବା ଶୈଳୀ ସମସ୍ତଙ୍କୁ ପ୍ରଭାବିତ କରିଛି। ସେ ବଲିଡ୍ର ଆଗଧାଡିର ଅଭିନେତ୍ରୀଙ୍କୁ ଟକ୍କର ଦେବାର କ୍ଷମତା ତାଙ୍କ ପାଖରେ ରହିଛି ବୋଲି ଚଳଚ୍ଚିତ୍ର ସମୀକ୍ଷକମାନେ ମତ ଦେଇଛନ୍ତି।
https://www.instagram.com/p/B3mO2KlJhIQ/?utm_source=ig_web_copy_link
ଇଂରାଜୀ ଭାଷାରେ ରିଲିଜ୍ ହୋଇଥିବା ଏହି ଫିଲ୍ମଟିରେ ନିର୍ଦ୍ଦେଶନା ଦେଇଛନ୍ତି ଥିୟୋଡର୍ ଗିମେନୋ। ଏହା ଏକ ୟଙ୍ଗ କପଲ୍ଙ୍କ କାହାଣୀ। ଯେଉଁମାନେ ୨ ଦିନିଆ ରୋଡ୍ ଟ୍ରିପ୍ ସମୟରେ ନିଜ ସମ୍ପର୍କର ବାସ୍ତବତାକୁ ଦେଖୁଛନ୍ତି। ଏହି ଫିଲ୍ମରେ ସୁହାନାଙ୍କ ସହ ରବିନ୍ ଗୋନେଲା ଲିଡ୍ ରୋଲ୍ରେ ଅଭିନୟ କରିଛନ୍ତି।
ଆଗରୁ ସୁହାନା ସ୍କୁଲ ଓ କଲେଜ୍ରେ ପଢୁଥିବାବେଳେ ଆୟୋଜିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ଅଭିନୟ କରି ବହୁ ପୁରସ୍କାର ମଧ୍ୟ ଜିତିଛନ୍ତି । ସେ ଲଣ୍ଡନରେ ପଢ଼ା ଶେଷ କରିବା ପରେ ସେ ଏବେ ନ୍ୟୁୟର୍କରେ ଅଛନ୍ତି। ଅନ୍ୟ ଷ୍ଟାରକିଡ୍ଙ୍କ ପରି ଖୁବ୍ଶୀଘ୍ର ସୁହାନା ମଧ୍ୟ ବଲିଉଡ୍ରେ ଏଣ୍ଟ୍ରି କରିବେ ବୋଲି ଚର୍ଚ୍ଚା ହେଉଛି।
https://youtu.be/A9SKzvqD2vQ
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।