Advertisment

ଫିଲ୍ମ ଜଗତରେ ଏଣ୍ଟ୍ରି କଲେ କିଙ୍ଗ୍ ଖାନ୍‌ଙ୍କ ଝିଅ ସୁହାନା

ମୁମ୍ବାଇ: ବଲିଉଡ୍ ବାଦଶାହ ଶାହରୁଖ ଖାନ୍‌ଙ୍କ ଝିଅ ନିଜ ପିତାଙ୍କ ପରି ଜଣେ ସଫଳ କଳାକାର ହେବାକୁ ସ୍ୱପ୍ନ ଦେଖନ୍ତି। ଆଉ ଏବେ ସେ ଏହି ସଫଳତାର ମାର୍ଗରେ ପାଦେ ଆଗେଇଛନ୍ତି। ସୁହାନା ଫିଲ୍ମ ଜଗତରେ ଏଣ୍ଟ୍ରି କରିସାରିଛନ୍ତି। ତାଙ୍କ ଡେବ୍ୟୁ ସର୍ଟ ଫିଲ୍ମ ‘ଦ ଗ୍ରେ ପାର୍ଟ ଅଫ ବ୍ଲୁ’ ରିଲିଜ ହୋଇଯାଇଛି। ଦଶ ମିନିଟ୍‌ର ଏହି  ସର୍ଟ ଫିଲ୍ମରେ ସୁହାନାଙ୍କ ଅଭିନୟକୁ ଦର୍ଶକ ବେଶ ପସନ୍ଦ କରିଛନ୍ତି। ଦମ୍‌ଦାର୍‌ ଅଭିନୟ ସହ ତାଙ୍କର ଡାଇଲଗ୍‌ […]

ଫିଲ୍ମ ଜଗତରେ ଏଣ୍ଟ୍ରି କଲେ କିଙ୍ଗ୍ ଖାନ୍‌ଙ୍କ ଝିଅ ସୁହାନା

king-khan

Advertisment

ମୁମ୍ବାଇ: ବଲିଉଡ୍ ବାଦଶାହ ଶାହରୁଖ ଖାନ୍‌ଙ୍କ ଝିଅ ନିଜ ପିତାଙ୍କ ପରି ଜଣେ ସଫଳ କଳାକାର ହେବାକୁ ସ୍ୱପ୍ନ ଦେଖନ୍ତି। ଆଉ ଏବେ ସେ ଏହି ସଫଳତାର ମାର୍ଗରେ ପାଦେ ଆଗେଇଛନ୍ତି। ସୁହାନା ଫିଲ୍ମ ଜଗତରେ ଏଣ୍ଟ୍ରି କରିସାରିଛନ୍ତି। ତାଙ୍କ ଡେବ୍ୟୁ ସର୍ଟ ଫିଲ୍ମ ‘ଦ ଗ୍ରେ ପାର୍ଟ ଅଫ ବ୍ଲୁ’ ରିଲିଜ ହୋଇଯାଇଛି।

Advertisment

ଦଶ ମିନିଟ୍‌ର ଏହି  ସର୍ଟ ଫିଲ୍ମରେ ସୁହାନାଙ୍କ ଅଭିନୟକୁ ଦର୍ଶକ ବେଶ ପସନ୍ଦ କରିଛନ୍ତି। ଦମ୍‌ଦାର୍‌ ଅଭିନୟ ସହ ତାଙ୍କର ଡାଇଲଗ୍‌ କହିବା ଶୈଳୀ ସମସ୍ତଙ୍କୁ ପ୍ରଭାବିତ କରିଛି। ସେ ବଲିଡ୍‌ର ଆଗଧାଡିର ଅଭିନେତ୍ରୀଙ୍କୁ ଟକ୍କର ଦେବାର କ୍ଷମତା ତାଙ୍କ ପାଖରେ ରହିଛି ବୋଲି ଚଳଚ୍ଚିତ୍ର ସମୀକ୍ଷକମାନେ ମତ ଦେଇଛନ୍ତି।

https://www.instagram.com/p/B3mO2KlJhIQ/?utm_source=ig_web_copy_link

ଇଂରାଜୀ ଭାଷାରେ ରିଲିଜ୍‌ ହୋଇଥିବା ଏହି ଫିଲ୍ମଟିରେ ନିର୍ଦ୍ଦେଶନା ଦେଇଛନ୍ତି ଥିୟୋଡର୍‌ ଗିମେନୋ। ଏହା ଏକ ୟଙ୍ଗ କପଲ୍‌ଙ୍କ କାହାଣୀ। ଯେଉଁମାନେ ୨ ଦିନିଆ ରୋଡ୍‌ ଟ୍ରିପ୍‌ ସମୟରେ ନିଜ ସମ୍ପର୍କର ବାସ୍ତବତାକୁ ଦେଖୁଛନ୍ତି। ଏହି ଫିଲ୍ମରେ ସୁହାନାଙ୍କ ସହ ରବିନ୍‌ ଗୋନେଲା ଲିଡ୍‌ ରୋଲ୍‌ରେ ଅଭିନୟ କରିଛନ୍ତି।

Advertisment

ଆଗରୁ ସୁହାନା ସ୍କୁଲ ଓ କଲେଜ୍‌ରେ ପଢୁଥିବାବେଳେ ଆୟୋଜିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ଅଭିନୟ କରି ବହୁ ପୁରସ୍କାର ମଧ୍ୟ ଜିତିଛନ୍ତି । ସେ ଲଣ୍ଡନରେ ପଢ଼ା ଶେଷ କରିବା ପରେ ସେ ଏବେ ନ୍ୟୁୟର୍କରେ ଅଛନ୍ତି। ଅନ୍ୟ ଷ୍ଟାରକିଡ୍‌ଙ୍କ ପରି ଖୁବ୍‌ଶୀଘ୍ର ସୁହାନା ମଧ୍ୟ ବଲିଉଡ୍‌ରେ ଏଣ୍ଟ୍ରି କରିବେ ବୋଲି ଚର୍ଚ୍ଚା ହେଉଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe