Advertisment

କାହା ପ୍ରେମରେ ଦିୱାନା କିଙ୍ଗ୍‌ ଖାନ୍‌ଙ୍କ ଝିଅ ?

ମୁମ୍ବାଇ: ଏବେ ବଲିଉଡ୍‌ରେ ଷ୍ଟାରକିଡ୍‌ଙ୍କୁ ନେଇ ଖୁବ୍‌ କ୍ରେଜ୍‌ ଦେଖିବାକୁ ମିଳିଛି। କିଏ ବଲିଉଡ୍‌ରେଏଣ୍ଟ୍ରି କଲେ, କିଏ କାହାକୁ ଡେଟ୍‌ କଲେ ଏସବୁକୁ ନେଇ ସବୁବେଳେ ଆଲୋଚନା ଚାଲିଥାଏ। ତେବେ ଆମେ ଆଜି କିଙ୍ଗ୍‌ ଖାନ୍‌ ଶାହାରୁଖ୍‌ ଖାନ୍‌ଙ୍କ ତନୟା ସୁହାନା ଖାନ୍‌ଙ୍କ ବିଷୟରେ କହିବୁ। ସୁହାନା ସବୁବେଳେ କିଛି ନା କିଛି କାରଣରୁ ଚର୍ଚ୍ଚାରେ ଥାଆନ୍ତି। ତାଙ୍କ ଗ୍ଲାମରସ୍‌ ଫଟୋ ସୋଶାଲ୍‌ ମିଡିଆରେ ଅନେକ ସମୟରେ ଭାଇରାଲ୍‌ ହୋଇଥାଏ। ଏହାସହ ସେ ବଲିଉଡ୍‌ରେ ଏଣ୍ଟ୍ରି କରିବା […]

ଅଦ୍ୟତନ ହୋଇଛି
କାହା ପ୍ରେମରେ ଦିୱାନା କିଙ୍ଗ୍‌ ଖାନ୍‌ଙ୍କ ଝିଅ ?

suhana

Advertisment

ମୁମ୍ବାଇ: ଏବେ ବଲିଉଡ୍‌ରେ ଷ୍ଟାରକିଡ୍‌ଙ୍କୁ ନେଇ ଖୁବ୍‌ କ୍ରେଜ୍‌ ଦେଖିବାକୁ ମିଳିଛି। କିଏ ବଲିଉଡ୍‌ରେଏଣ୍ଟ୍ରି କଲେ, କିଏ କାହାକୁ ଡେଟ୍‌ କଲେ ଏସବୁକୁ ନେଇ ସବୁବେଳେ ଆଲୋଚନା ଚାଲିଥାଏ।

Advertisment

ତେବେ ଆମେ ଆଜି କିଙ୍ଗ୍‌ ଖାନ୍‌ ଶାହାରୁଖ୍‌ ଖାନ୍‌ଙ୍କ ତନୟା ସୁହାନା ଖାନ୍‌ଙ୍କ ବିଷୟରେ କହିବୁ। ସୁହାନା ସବୁବେଳେ କିଛି ନା କିଛି କାରଣରୁ ଚର୍ଚ୍ଚାରେ ଥାଆନ୍ତି। ତାଙ୍କ ଗ୍ଲାମରସ୍‌ ଫଟୋ ସୋଶାଲ୍‌ ମିଡିଆରେ ଅନେକ ସମୟରେ ଭାଇରାଲ୍‌ ହୋଇଥାଏ। ଏହାସହ ସେ ବଲିଉଡ୍‌ରେ ଏଣ୍ଟ୍ରି କରିବା ନେଇ ମଧ୍ୟ ୨୦୧୮ରେ ଚର୍ଚ୍ଚା ହେଉଥିଲା। ନିକଟରେ ସେ ନିଜ କଲେଜରେ ଏକ ନାଟକରେ ଲିଡ୍‌ ଚରିତ୍ରରେ ଅଭିନୟ କରିଥିଲେ। ତାଙ୍କ ଅଭିନୟକୁ ବି ସମସ୍ତେ ବେଶ୍‌ ପ୍ରଶଂସା କରିଥିଲେ।

ଏବେ ପୁଣି ସୁହାନା ଚର୍ଚ୍ଚାକୁ ଆସିଛନ୍ତି। କିନ୍ତୁ ଏବେ ଅଭିନୟକୁ ନେଇ ନୁହେଁ। ନିଜ ପ୍ରେମ ସମ୍ପର୍କ ପାଇଁ। ସେ କାହାକୁ ଡେଟ୍‌ କରିବାକୁ ଚାହୁଁଛନ୍ତି ନିକଟରେ ସେ ବିଷୟରେ ଜଣା ପଡ଼ିଛି। ସୁହାନା ଯାହାକୁ ଡେଟ୍‌ କରିବାକୁ ଚାହୁଁଛନ୍ତି ସେ ବଲିଉଡ୍‌ କଳାକାର ନୁହନ୍ତି ବୋଲି ମଧ୍ୟ ସ୍ପଷ୍ଟ ହୋଇଛି।

Advertisment

publive-imageସୂଚନା ମୁତାବକ, ସୁହାନା ନିଜ ଇନ୍‌ଷ୍ଟା ଆକାଉଣ୍ଟରେ ‘ଆଷ୍କ ମି ଏନିଥିଙ୍ଗ୍‌’ ପୋଷ୍ଟ କରିବା ପରେ ତାଙ୍କୁ ପ୍ରଶଂସକ ଭିନ୍ନ ଭିନ୍ନ ପ୍ରକାରର ପ୍ରଶ୍ନ କରିଥିଲେ।

ତେବେ କେହି ଜଣେ ତାଙ୍କୁ ପ୍ରଶ୍ନ କରିଥିଲେ ଆପଣ କାହାକୁ ଡେଟ୍‌ କରିବାକୁ ଚାହାନ୍ତି ? ଉତ୍ତରରେ ସୁହାନା ନିଜ ମନର ରାଜକୁମାରଙ୍କ ଫଟୋ ଶେୟାର କରି ସେହି ବ୍ୟକ୍ତିଙ୍କୁ ସେ ଡେଟ୍‌ କରିବାକୁ ଚାହାନ୍ତି ବୋଲି ଲେଖିଥିଲେ।

ସେ ଯାହାଙ୍କ ଫଟୋ ଶେୟାର କରିଥିଲେ ସେ ଥିଲେ ସାଉଥ୍‌ କୋରିୟାନ୍‌ କଣ୍ଠଶିଳ୍ପୀ-ଅଭିନେତା କିମ୍‌ ଜୁନ୍‌-ମାଇୟୋନ୍‌। ଏହି ସିଙ୍ଗର ଜଣକ ସୁହୁ ନାମରେ ପରିଚିତ। ସେ ଜଣେ ସିଙ୍ଗର ସହ ଅଭିନେତା, ଗୀତିକାର, ଓ ଜଣେ ମଡେଲ୍‌ ମଧ୍ୟ।

ସୁହାନାଙ୍କ ବଲିଉଡ୍‌ ଏଣ୍ଟ୍ରିକୁ ନେଇ ଶାହାରୁଖ୍‌ ଫିଲ୍ମ ଫେୟାରକୁ ଦେଇଥିବା ଏକ ସାକ୍ଷାତକାରରେ କହିଛନ୍ତି ଯେ, ‘‘ବଲିଉଡ୍‌ରେ ଡେବ୍ୟୁ କରିବା ପୂର୍ବରୁ ସୁହାନାଙ୍କୁ ୩-୪ ବର୍ଷ ତାଲିମ୍‌ର ଆବଶ୍ୟକତା ରହିଛି। କାରଣ ସମସ୍ତଙ୍କୁ ଲାଗେ ଆମକୁ ଅଭିନୟ ଜଣା ଥାଏ। କିନ୍ତୁ ବାସ୍ତବରେ ସେମିତି ନଥାଏ। ଏଥିପାଇଁ ତାଲିମର ଆବଶ୍ୟକତା ରହିଛି। ଏବେ ସେ ଲଣ୍ଡନ୍‌ରେ ଥିଏଟରରେ କାମ କରୁଛନ୍ତି।’’

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe