/odisha-reporter/media/post_attachments/uploads/2019/06/Varun-Anushka.jpg)
Varun-Anushka
ମୁମ୍ବାଇ: ବରୁଣ ଧୱନ ଓ ଅନୁଷ୍କା ଶର୍ମାଙ୍କ ଫିଲ୍ମ ‘ସୁଇ ଧାଗା-ମେଡ୍ ଇନ୍ ଇଣ୍ଡିଆ’କୁ ସାଂଘାଇ ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲର ଦ ବେଲ୍ଟ ଏଣ୍ଡ ରୋଡ୍ ଫିଲ୍ମ ୱିକ୍ରେ ପ୍ରତିଯୋଗିତା ଶ୍ରେଣୀରେ ପ୍ରଦର୍ଶନ ପାଇଁ ଚୟନ କରାଯାଇଛି।
ସୂଚନାଯୋଗ୍ୟ ଯେ, ଆତ୍ମନିର୍ଭରତା ଜରିଆରେ ସମ୍ମାନ ଓ ଆଦର ପାଇବାର କାହାଣୀ ଉପରେ ଆଧାରିତ ଏହି ଫିଲ୍ମ ମୌଜି ଓ ମମତାଙ୍କୁ ନେଇ ଗତି କରିଛି। ଯିଏ କି ଏକ ବଡ଼ ବ୍ୟବସାୟ କରିବାକୁ ସ୍ୱପ୍ନ ଦେଖୁଛନ୍ତି। ଏହି ଫିଲ୍ମର ନିର୍ମାତା ମନୀଷ ଶର୍ମା ଏକ ବୟାନରେ କହିଛନ୍ତି ଯେ ‘ସୁଇ ଧାଗା-ମେଡ୍ ଇନ୍ ଇଣ୍ଡିଆ’ର କାହାଣୀ ଭାରତର ସ୍ଥାନୀୟ କାରିଗରଙ୍କ ଅନ୍ତନିର୍ହିତ କଳାକୁ ସମ୍ମାନ ଦେବାକୁ ଦୃଷ୍ଟିରେ ରଖି କରାଯାଇଛି।
ସେ ଆହୁରି ମଧ୍ୟ କହିଛନ୍ତି ଯେ ସାଂଘାଇ ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲ ‘ଦ ବେଲ୍ଟ ଏଣ୍ଡ ରୋଡ୍ ଫିଲ୍ମ ୱିକ୍’ ଭଳି ପ୍ରତିଷ୍ଠିତ ମଞ୍ଚରେ ଦର୍ଶକଙ୍କ ପ୍ରତିକ୍ରିୟା ଦେଖିବା ଲାଗି ବହୁତ ଉତ୍ସୁକ ଥିବା ସେ କହିଛନ୍ତି।
ଏହି ଘୋଷଣା ପରେ ଫିଲ୍ମ କଳାକାରମାନେ ମଧ୍ୟ ବହୁତ ମଧ୍ୟ ବହୁତ ଖୁସି ଅଛନ୍ତି। ବରୁଣ କହିଛନ୍ତି ଯେ, ଏହି ଫିଲ୍ମଟି ଫେଷ୍ଟିଭାଲରେ ଲୋକଙ୍କ ହୃଦୟ ଜିତିବ ବୋଲି ତାଙ୍କର ଆଶା ରହିଛି। ଭାରତରେ ତିଆରି ହୋଇଥିବା ଏହି ଫିଲ୍ମ ସମସ୍ତଙ୍କୁ ପସନ୍ଦ ଆସିବ ବୋଲି ବରୁଣ କହିଛନ୍ତି। ଅନୁଷ୍କା ମଧ୍ୟ ଏଥିପାଇଁ ବହୁତ ଉତ୍ସାହିତ ଥିବା କହିଛନ୍ତି। ସୂଚନାଯୋଗ୍ୟ ଯେ ସାଂଘାଇ ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲ ଦ ବେଲ୍ଟ ଏଣ୍ଡ ରୋଡ୍ ଫିଲ୍ମ ୱିକ୍ ଶନିବାରଠାରୁ ଆରମ୍ଭ ହେବାକୁ ଯାଉଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
