Advertisment

ହଲିଉଡ୍‌ରେ ସୁନୀଲ୍‌ ଶେଟ୍ଟୀ

ମୁମ୍ବାଇ: ବଲିଉଡ୍‌ରେ ନିଜର ଏକ ସ୍ୱତନ୍ତ୍ର ଛବି ତିଆରି କରିବା ପରେ ସଫଳ ହୋଇଥିବା ସୁନୀଲ୍‌ ଶେଟ୍ଟୀ ଏବେ ଏକ ହଲିଉଡ୍‌ ଫିଲ୍ମ କରୁଛନ୍ତି। ଫିଲ୍ମଟିର ନାଁ ‘କଲ୍‌ ସେଣ୍ଟର୍‌’। ଏଥିରେ ସେ ଜଣେ ପଞ୍ଜାବୀ ପୁଲିସ୍‌ ଅଫିସର ଭୂମିକାରେ ଅଭିନୟ କରୁଛନ୍ତି। ଏହି ଫିଲ୍ମଟି ଏକ ସତ ଘଟଣା ଉପରେ ଆଧାରିତ। ଏହା ଏକ କଲ୍‌ ସେଣ୍ଟରରେ ହୋଇଥିବା କୋଟି କୋଟି ଟଙ୍କାର ଘୋଟାଲାକୁ ନେଇ ତିଆରି ହେଉଛି। ଫିଲ୍ମଟି ସେହି କଲ୍‌ ସେଣ୍ଟରରେ କାମ […]

ଅଦ୍ୟତନ ହୋଇଛି
ହଲିଉଡ୍‌ରେ ସୁନୀଲ୍‌ ଶେଟ୍ଟୀ

shetty

Advertisment

ମୁମ୍ବାଇ: ବଲିଉଡ୍‌ରେ ନିଜର ଏକ ସ୍ୱତନ୍ତ୍ର ଛବି ତିଆରି କରିବା ପରେ ସଫଳ ହୋଇଥିବା ସୁନୀଲ୍‌ ଶେଟ୍ଟୀ ଏବେ ଏକ ହଲିଉଡ୍‌ ଫିଲ୍ମ କରୁଛନ୍ତି। ଫିଲ୍ମଟିର ନାଁ ‘କଲ୍‌ ସେଣ୍ଟର୍‌’। ଏଥିରେ ସେ ଜଣେ ପଞ୍ଜାବୀ ପୁଲିସ୍‌ ଅଫିସର ଭୂମିକାରେ ଅଭିନୟ କରୁଛନ୍ତି।

Advertisment

ଏହି ଫିଲ୍ମଟି ଏକ ସତ ଘଟଣା ଉପରେ ଆଧାରିତ। ଏହା ଏକ କଲ୍‌ ସେଣ୍ଟରରେ ହୋଇଥିବା କୋଟି କୋଟି ଟଙ୍କାର ଘୋଟାଲାକୁ ନେଇ ତିଆରି ହେଉଛି। ଫିଲ୍ମଟି ସେହି କଲ୍‌ ସେଣ୍ଟରରେ କାମ କରୁଥିବା ୪ ଜଣ ବ୍ୟକ୍ତିଙ୍କୁ ନେଇ ତିଆରି ହେଉଛି, ଯେଉଁମାନେ ଏକ ଆମେରୀକିୟ କମ୍ପାନୀରୁ ୩୮୧ ମିଲିୟନ (ପାଖାପାଖି ୨୭୦୧ କୋଟି ଟଙ୍କା) ହଡ଼ପ କରିଥିଲେ। ଏହି ମାମଲାର ଯାଞ୍ଚ ଆମେରିକୀୟ ପୁଲିସ୍ କରୁଥିଲା। ତେବେ ଏହି କେସ୍‌ର ସମାଧାନ କରିଥିଲେ ଜଣେ ଭାରତୀୟ ଶିଖ୍ ପୁଲିସ୍ ଅଧିକାରୀ। ଆଉ ସେହି ଶିଖ୍ ପୁଲିସ୍ ଅଧିକାରୀଙ୍କ ଚରିତ୍ରରେ ସୁନୀଲ ଶେଟ୍ଟୀ ଅଭିନୟ କରୁଛନ୍ତି।

publive-imageଫିଲ୍ମର ସୁଟିଂ ଆରମ୍ଭ ହୋଇଗଲାଣି। ଫିଲ୍ମରେ ସୁନୀଲଙ୍କ ଲୁକ୍ ମଧ୍ୟ ସାମ୍ନାକୁ ଆସିଗଲାଣି। ଚଳିତ ବର୍ଷର ଶେଷ ସୁଦ୍ଧା ଫିଲ୍ମର ଶୁଟିଂ ସରିଯିବ। ଫିଲ୍ମଟି  ହିନ୍ଦୀ ଓ ତେଲୁଗୁରେ ମଧ୍ୟ ଡବିଂ ହେବ। ଏଥିରେ ସୁନୀଲଙ୍କର ଜବରଦସ୍ତ ଆକ୍ସନ ସିନ୍‌ ଦେଖିବାକୁ ମିଳିବ ବୋଲି ଜଣାପଡ଼ିଛି। ଏହାର ନିର୍ଦ୍ଦେଶନା ଦେଇଉଛନ୍ତି ଜେଫ୍ରୀ ଚିନ୍‌।

Advertisment

ସୂଚନାଯୋଗ୍ୟ, ନିକଟରେ ସୁନୀଲ ଫିଲ୍ମ ‘ପହଲବାନ୍’ରୁ କନ୍ନଡ଼ ସିନେମାରେ ଡେବ୍ୟୁ କରିଛନ୍ତି।  ଆଗକୁ ତାଙ୍କର ୨ଟି ବଲିଉଡ୍‌ ଫିଲ୍ମ ‘ହେରାଫେରୀ-୩’ ଓ ‘ମୁମ୍ବାଇ ସାଗା’ ଆସୁଛି। ଏହା ବ୍ୟତୀତ ସେ ରଜନୀକାନ୍ତଙ୍କ ତେଲୁଗୁ ଫିଲ୍ମ ‘ଦରବାର୍’ ଓ  ମାଲାୟଲମ୍ ଫିଲ୍ମ ‘ମରାକ୍କର୍‌: ଦ ଲାୟନ୍ ଏଫ୍ ଆରବିଆନ୍ ସି’ରେ  ମଧ୍ୟ ନଜର ଆସିବେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe