କପିଲ୍‌ଙ୍କ ଶୋ’ ଦେଖନ୍ତି କି ପ୍ରଶ୍ନରେ, ଏପରି ଉତ୍ତର ଦେଲେ ସୁନିଲ୍‌

ମୁମ୍ବାଇ: ଲୋକପ୍ରିୟ କମେଡିଆନ୍‌ ଭାବେ ଜଣାଶୁଣା ସୁନିଲ୍‌ ଗ୍ରୋଭର୍‌ ବହୁତ ଶୀଘ୍ର ଫିଲ୍ମ ‘ଭାରତ୍‌’ରେ ନଜର ଆସିବେ। ୫ ଜୁନ୍‌ରେ ଇଦ୍‌ ଅବସରରେ ରିଲିଜ୍‌ ହେବାକୁ ଥିବା ସଲ୍‌ମାନ୍‌ଙ୍କ ଫିଲ୍ମ ‘ଭାରତ’ରେ ସୁନିଲ୍‌ ସଲ୍‌ମାନ୍‌ଙ୍କ ସାଙ୍ଗ ଭୂମିକାରେ ଅଭିନୟ କରୁଛନ୍ତି। ତେବେ ‘ଭାରତ୍‌’ ପରେ ପୁଣି କ’ଣ ସୁନିଲ୍‌ କପିଲ୍‌ ଶର୍ମା ଶୋ’ରେ ଏଣ୍ଟ୍ରି  କରିବେ? ନିକଟରେ ଏକ ସାକ୍ଷାତକାରରେ ସେ ଏହି ପ୍ରଶ୍ନର ଉତ୍ତର ଦେଇଥିଲେ। ସେ କହିଥିଲେ ଯେ, ଯେତେବେଳେ ସଲ୍‌ମାନ୍‌ ଏହି ଶୋ’ର […]

s88

s88

Rosalin Rath
  • Published: Tuesday, 14 May 2019
  • Updated: 14 May 2019, 02:24 PM IST

Sports

Latest News

ମୁମ୍ବାଇ: ଲୋକପ୍ରିୟ କମେଡିଆନ୍‌ ଭାବେ ଜଣାଶୁଣା ସୁନିଲ୍‌ ଗ୍ରୋଭର୍‌ ବହୁତ ଶୀଘ୍ର ଫିଲ୍ମ ‘ଭାରତ୍‌’ରେ ନଜର ଆସିବେ। ୫ ଜୁନ୍‌ରେ ଇଦ୍‌ ଅବସରରେ ରିଲିଜ୍‌ ହେବାକୁ ଥିବା ସଲ୍‌ମାନ୍‌ଙ୍କ ଫିଲ୍ମ ‘ଭାରତ’ରେ ସୁନିଲ୍‌ ସଲ୍‌ମାନ୍‌ଙ୍କ ସାଙ୍ଗ ଭୂମିକାରେ ଅଭିନୟ କରୁଛନ୍ତି।

ତେବେ ‘ଭାରତ୍‌’ ପରେ ପୁଣି କ’ଣ ସୁନିଲ୍‌ କପିଲ୍‌ ଶର୍ମା ଶୋ’ରେ ଏଣ୍ଟ୍ରି  କରିବେ? ନିକଟରେ ଏକ ସାକ୍ଷାତକାରରେ ସେ ଏହି ପ୍ରଶ୍ନର ଉତ୍ତର ଦେଇଥିଲେ।
ସେ କହିଥିଲେ ଯେ, ଯେତେବେଳେ ସଲ୍‌ମାନ୍‌ ଏହି ଶୋ’ର ନିର୍ଦ୍ଦେଶନା ଦେବେ ବୋଲି ଠିକ୍‌ କରିଥିଲେ। ସେତେବେଳେ ତାଙ୍କ ସହ ମୋର ବହୁତ ଝଗଡ଼ା ହୋଇଥିଲା ସେ ମୋତେ ଶୋ’ରେ ନେବାପାଇଁ ଚର୍ଚ୍ଚା କରିଥିଲେ। କିନ୍ତୁ ସେ କେବେ ମତେ ଫୋର୍ସ କରି ନଥିଲେ।

ସାକ୍ଷାତକାରରେ ଯେତେବେଳେ ପଚରାଯାଇଥିଲା ଯେ, ସେ କ’ଣ କପିଲ୍‌ ଶର୍ମାଙ୍କ ଶୋ’ ଦେ‌ଖନ୍ତି? ଏହାର ଉତ୍ତରରେ ସେ କହିଥିଲେ ଯେ, ମୁଁ ଶୋ’ରେ ନାହିଁ, ସେଥିପାଇଁ ମୁଁ କେବେ ବି ସେହି ଶୋ’ ଦେଖେନାହିଁ।

ଅଲଗା ଶୋ’ରେ ସେ କାମ କରିବା ପ୍ରଶ୍ନରେ କହିଥିଲେ ଯେ, ମତେ କମେଡି ବହୁତ ପସନ୍ଦ। କିନ୍ତୁ ଏବେ କମେଡିରେ କିଛି ନୂଆ କରିବା ଆବଶ୍ୟକ। ଆଉ ତାହା ଆମେ କରିବାକୁ ଚେଷ୍ଟା କରୁଛୁ।

ଏଠାରେ ଆମେ କହି ରଖିବାକୁ ଚାହଁଛୁ ଯେ, କପିଲ୍‌ଙ୍କ ସହ ଝଗଡ଼ା ହେଲା ପରେ ସୁନିଲ ଶୋ’ ଛାଡ଼ି ଦେଇଥିଲେ। ପରେ କପିଲ୍‌ ଯେତେ ବୁଝାଇଲେ ମଧ୍ୟ ସେ ଆଉଥରେ ଶୋ’କୁ ଆସିବାକୁ ମନା କରିଦେଇଥିଲେ। ତେବେ ସୁନିଲ୍‌ ଗ୍ରୋଭର୍‌ ପୁରୁଣା କଥା ଏପର୍ଯ୍ୟନ୍ତ ଭୁଲି ନାହାନ୍ତି। ଆଜି ବି ସେ କପିଲ୍‌ଙ୍କ ଉପରେ ସେତିକି ରାଗିଛନ୍ତି ଯେତିକି ପୂର୍ବରୁ ରାଗିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos