Advertisment

ବାଜି ମାରିଲେ ସନି ହିନ୍ଦୁସ୍ତାନୀ

ମୁମ୍ବାଇ: ମ୍ୟୁଜିକ୍‌ ରିଆଲିଟି ଶୋ’ ‘ଇଣ୍ଡିଆନ ଆଇଡଲ୍‌ ୧୧‘ ଶେଷ ହୋଇଯାଇଛି। ଗତକାଲି ଥିଲା ଏହାର ଗ୍ରାଣ୍ଡ ଫିନାଲେ ଏପିସୋଡ୍ ଯେଉଁଥିରେ ବିଜେତାଙ୍କ ନାଁ ଘୋଷଣା କରାଯାଇଛି। ସୂରର ଏହି ମହାସଂଗ୍ରାମରେ ସନି ହିନ୍ଦୁସ୍ତାନୀ ବାଜି ମାରିନେଇଛନ୍ତି। ସମସ୍ତଙ୍କୁ ପଛରେ ପକାଇ ସେ ‘ଇଣ୍ଡିଆନ ଆଇଡଲ୍‌ ୧୧‘ର ବିଜେତା ହୋଇଯାଇଛନ୍ତି। ରୋହିତ ରାଉତ୍‌ ପ୍ରଥମ ରନର୍ ଅପ ଓ ଓଙ୍କନା ବାନାର୍ଜୀ ଦ୍ୱିତୀୟ ରନରପ୍ ହୋଇଥିବାବେଳେ ଅଦିଜ୍ର ଘୋଷ ଓ ରିଧମ କଲ୍ୟାଣ ତୃତୀୟ ଓ ଚତୁର୍ଥ […]

ଅଦ୍ୟତନ ହୋଇଛି
ବାଜି ମାରିଲେ ସନି ହିନ୍ଦୁସ୍ତାନୀ

sunny

Advertisment

ମୁମ୍ବାଇ: ମ୍ୟୁଜିକ୍‌ ରିଆଲିଟି ଶୋ’ ‘ଇଣ୍ଡିଆନ ଆଇଡଲ୍‌ ୧୧‘ ଶେଷ ହୋଇଯାଇଛି। ଗତକାଲି ଥିଲା ଏହାର ଗ୍ରାଣ୍ଡ ଫିନାଲେ ଏପିସୋଡ୍ ଯେଉଁଥିରେ ବିଜେତାଙ୍କ ନାଁ ଘୋଷଣା କରାଯାଇଛି। ସୂରର ଏହି ମହାସଂଗ୍ରାମରେ ସନି ହିନ୍ଦୁସ୍ତାନୀ ବାଜି ମାରିନେଇଛନ୍ତି। ସମସ୍ତଙ୍କୁ ପଛରେ ପକାଇ ସେ ‘ଇଣ୍ଡିଆନ ଆଇଡଲ୍‌ ୧୧‘ର ବିଜେତା ହୋଇଯାଇଛନ୍ତି। ରୋହିତ ରାଉତ୍‌ ପ୍ରଥମ ରନର୍ ଅପ ଓ ଓଙ୍କନା ବାନାର୍ଜୀ ଦ୍ୱିତୀୟ ରନରପ୍ ହୋଇଥିବାବେଳେ ଅଦିଜ୍ର ଘୋଷ ଓ ରିଧମ କଲ୍ୟାଣ ତୃତୀୟ ଓ ଚତୁର୍ଥ ହୋଇଛନ୍ତି।

Advertisment

https://www.instagram.com/p/B88GkAYlH34/?utm_source=ig_web_copy_link

ସନି ହିନ୍ଦୁସ୍ତାନୀଙ୍କୁ ଇଣ୍ଡିଆନ୍‌ ଆଇଡଲ୍‌ର ୱିନିଂ ଟ୍ରଫି ସହ ୨୫ ଲକ୍ଷ ଟଙ୍କା ପୁରସ୍କାର ରାଶି ଦିଆଗଲା। ଅନ୍ୟପଟେ ପ୍ରଥମ ଓ ଦ୍ୱିତୀୟ ରନର୍‌ ଅପ୍‌ଙ୍କୁ ୫ ଲକ୍ଷ ଟଙ୍କା ଲେଖାଁଏ ଦିଆଯାଇଥିଲା। ଗ୍ରାଣ୍ଡ ଫିନାଲେରେ ପ୍ରତିଯୋଗୀମାନେ ବହୁତ ଜୋଶ୍‌ର ସହ ସଙ୍ଗୀତ ପରିବେଷଣ କରିଥିଲେ। କେବଳ ପ୍ରତିଯୋଗୀ ନୁହେଁ ଶୋ'ର ଜଜ୍‌ମାନେ ମଧ୍ୟ ଧମାକେଦାର୍‌ ପର୍ଫମାନ୍ସ ଦେଇଥିଲେ। ସନିଙ୍କ କଥା କହିଲେ ଶୋ’ର ଆରମ୍ଭରୁ ହିଁ ତାଙ୍କ ଲୋକପ୍ରିୟତା ରହିଥିଲା। ପ୍ରଥମ ଗୀତରେ ହିଁ ତାଙ୍କର ଫ୍ୟାନ୍‌ ଫଲୋଇଂ ବହୁତ ବଢ଼ିଯାଇଥିଲା। ସୋଶାଲ୍‌ ମିଡିଆରେ ଅନେକ ସମୟରେ ତାଙ୍କ ନାଁ ଟ୍ରେଣ୍ଡ ମଧ୍ୟ କରେ। ନିଜର ନିଆରା କଣ୍ଠସ୍ୱରରେ ସେ ସମସ୍ତଙ୍କ ମନ ଜିତିନେଇଥିଲେ।

https://www.instagram.com/p/B8627coHFiE/?utm_source=ig_web_copy_link

ସନି ହେଉଛନ୍ତି ପଞ୍ଜାବର ଭଟିଣ୍ଡା ବାସିନ୍ଦା। ଆର୍ଥିକ ସ୍ଥିତି ଖରାପ ଥିବାରୁ ସେ ସେଠାରେ ଜୋତା ପଲିସ୍‌ କରି ରୋଜଗାର କରୁଥିଲେ। ପିତା ନଥିବାରୁ ତାଙ୍କ ମାଆ ମଧ୍ୟ ପରଘରେ କାମ କରନ୍ତି। ହେଲେ ଆଜି ସେ ଏତେ ବଡ଼ ମଞ୍ଚରେ ସୂର ସମ୍ରାଟ୍ ହୋଇଯାଇଛନ୍ତି। ସନିଙ୍କ ଗୀତ ଶୋ’ର ସମସ୍ତ ଜଜ୍‌ ଓ ସମସ୍ତ ଅତିଥିମାନଙ୍କୁ ବେଶ୍ ପ୍ରଭାବିତ କରିଥିଲା। ସେ କଙ୍ଗନା ରାଣାୱତଙ୍କ ଫିଲ୍ମ ‘ପଙ୍ଗା‘ରେ ଗୀତ ମଧ୍ୟ ଗାଇସାରିଲେଣି। ବଲିଉଡ୍‌ର ମହାନ ଗାୟକ ଶଙ୍କର ମହାଦେବନ ତାଙ୍କୁ ଏହି ସୁଯୋଗ ଦେଇଥିଲେ। ଶନିଙ୍କ ପାଇଁ ସବୁଠୁ ଭଲ ମୂହୁର୍ତ୍ତ ସେବେ ଥିଲା ଯେବେ ତାଙ୍କ ମାଁ ତାଙ୍କ ଗୀତ ଶୁଣି ଷ୍ଟେଜ ଉପରକୁ ଆସି ତାଙ୍କୁ କୁଣ୍ଢାଇ ପକାଇଥିଲେ।

Advertisment

https://www.instagram.com/tv/B858BGJHYzb/?utm_source=ig_web_copy_link

https://www.instagram.com/tv/B83mjF3nAMm/?utm_source=ig_web_copy_link

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe