Advertisment

ଇଂଲଣ୍ଡ ବିପକ୍ଷରେ କ୍ରିକେଟ୍ ଖେଳିବେ ସନ୍ନି?

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ସନ୍ନି ଲିଓନ ନିଜ ବୋଲ୍ଡ ଆଉ ହଟ ଅନ୍ଦାଜ ପାଇଁ ବେଶ ଜଣାଶୁଣା। ତାଙ୍କ ଗ୍ଲାମରସ ଲୁକ ଏବଂ ଡ୍ୟାନ୍ସକୁ ଦେଖି ମତୁଆଲା ହୋଇଯା’ନ୍ତି ପ୍ରଶଂସକ। ତେବେ ଏହି ହଟ୍ ଅଭିନେତ୍ରୀ ଜଣକ ଅଭିନୟ ଛାଡି ଏବେ କ୍ରିକେଟ ମୁହାଁ ହୋଇଛନ୍ତି। ହାତରେ ବ୍ୟାଟ ଧରି ଗ୍ରାଉଣ୍ଡରେ କ୍ରିକେଟ ଖେଳୁଛନ୍ତି। କେବଳ ସେତିକି ନୁହେଁ ବୋଲରଙ୍କ ଛକା ଛୁଡାଇ ଦେଇଛନ୍ତି। ସନ୍ନିଙ୍କ ଏହି କ୍ରିକେଟ ଖେଳୁଥିବାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ […]

ଇଂଲଣ୍ଡ ବିପକ୍ଷରେ କ୍ରିକେଟ୍ ଖେଳିବେ ସନ୍ନି?

sunny-leone

Advertisment

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ସନ୍ନି ଲିଓନ ନିଜ ବୋଲ୍ଡ ଆଉ ହଟ ଅନ୍ଦାଜ ପାଇଁ ବେଶ ଜଣାଶୁଣା। ତାଙ୍କ ଗ୍ଲାମରସ ଲୁକ ଏବଂ ଡ୍ୟାନ୍ସକୁ ଦେଖି ମତୁଆଲା ହୋଇଯା’ନ୍ତି ପ୍ରଶଂସକ। ତେବେ ଏହି ହଟ୍ ଅଭିନେତ୍ରୀ ଜଣକ ଅଭିନୟ ଛାଡି ଏବେ କ୍ରିକେଟ ମୁହାଁ ହୋଇଛନ୍ତି। ହାତରେ ବ୍ୟାଟ ଧରି ଗ୍ରାଉଣ୍ଡରେ କ୍ରିକେଟ ଖେଳୁଛନ୍ତି। କେବଳ ସେତିକି ନୁହେଁ ବୋଲରଙ୍କ ଛକା ଛୁଡାଇ ଦେଇଛନ୍ତି। ସନ୍ନିଙ୍କ ଏହି କ୍ରିକେଟ ଖେଳୁଥିବାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Advertisment

ନିକଟରେ ସନ୍ନି ଲିଓନ ନିଜେ ତାଙ୍କର ଏହି ଭିଡିଓକୁ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲ ଶେଆର କରିଛନ୍ତି। ଏଥିସହ ସେ ତାଙ୍କ କ୍ୟାପସନରେ ଇଂଲଣ୍ଡ ବିପକ୍ଷରେ କ୍ରିକେଟ ଖେଳିବାକୁ ଇସାରା କରିଛନ୍ତି। ସେୟାର୍ ଭିଡିଓର କ୍ୟାପସନ୍ ଦେଇ ସେ ଲେଖିଛନ୍ତି, ମୁଁ ଇଂଲଣ୍ଡକୁ ସାମ୍ନା କରିବାକୁ ମୋର କିଟ୍ ପ୍ୟାକ୍ କରିବି କି? ବୋଲି ପ୍ରଶ୍ନ କରିଛନ୍ତି।

ଅଭିନେତ୍ରୀ ଗତ ସପ୍ତାହରେ ସୋସିଆଲ ମିଡିଆ ମାଧ୍ୟମରେ କହିଥିଲେ ଯେ ସେ 'ସ୍ଲିପ୍ଟଭିଲ୍ଲା-13' ରେ ଶୁଟିଂ ଆରମ୍ଭ କରିବାକୁ କେରଳ ଯାଉଛନ୍ତି। ସେ ଏକ ଇନଷ୍ଟାଗ୍ରାମ ପୋଷ୍ଟରେ ଲେଖିଥିଲେ, "ମୁଁ ଶୀଘ୍ର କେରଳ ଯିବି, କାରଣ 'ସ୍ଲିପ୍ଟଭିଲ୍ଲା-13'  ଶୁଟ୍ ହେବାକୁ ଯାଉଛି। ଏହା ଶୋ’ ମୋ ହୃଦୟର ଅତି ନିକଟତର ଅଟେ। ମୁଁ 2014 ରୁ ଏହାର ଏକ ଅଂଶ ହୋଇସାରିଛି। ସ୍ଲିପ୍ଟଭିଲ୍ଲାର ଶୁଟିଂ ମୋ ପାଇଁ ଘର ବାହୁଡା ହେବା ଭଳି।”

Advertisment


ସୂଚନାଯୋଗ୍ୟ ଯେ, ଗତ ସପ୍ତାହରେ ମୁମ୍ବାଇରେ ସନ୍ନି ଲିଓନି ତାଙ୍କ ଅପକମିଂ ଆକ୍ସନ ଥ୍ରୀଲର ୱେବସିରିଜ ‘ଅନାମିକା’ର ଶୁଟିଂ ଆରମ୍ଭ କରିଛନ୍ତି। ବିକ୍ରମ ଭଟ୍ଟଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ୱେବସିରିଜରେ ୧୦ଟି ଏପିସୋଡ ରହିଛି।

Sunny Leone
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe