Advertisment

ସ୍ୱର ଉଠାଇବାକୁ ସନ୍ନିଙ୍କ ଆହ୍ୱାନ

ମୁମ୍ବାଇ: ବେଶ୍ କିଛି ଦିନ ଧରି ବଲିଉଡ୍‌ରେ ‘ମି ଟୁ’ ଅଭିଯାନ ଚାଲିଥିଲା। ଏଥିରେ କିଛି ଅଭିନେତ୍ରୀ ଓ ଗାୟିକା ସାମିଲ ହୋଇ ସେମାନେ ଯୌନ ଉତ୍ପୀଡ଼ନର ଶିକାର ହୋଇଥିଲେ ବୋଲି କହିଥିଲେ। ସେମାନଙ୍କ ଅଭିଯୋଗ ପରେ କିଛି କଳାକାର ତଥା ଫିଲ୍ମ ଜଗତ ସହିତ ଜଡ଼ିତ ବ୍ୟକ୍ତି ଅଡ଼ୁଆରେ ପଡ଼ିଥିଲେ। ମଝିରେ ମଝିରେ କେହି କେହି କେମିତି ଏହି ଭଳି ଅଭିଯୋଗ ଆଣୁଥିବା ବେଳେ କର୍ମକ୍ଷେତ୍ରରେ ହେଉଥିବା ଶୋଷଣ ବିରୋଧରେ ମହିଳାମାନେ ସ୍ୱର ଉଠାଇବା ପାଇଁ […]

ସ୍ୱର ଉଠାଇବାକୁ ସନ୍ନିଙ୍କ ଆହ୍ୱାନ

sunny

Advertisment

ମୁମ୍ବାଇ: ବେଶ୍ କିଛି ଦିନ ଧରି ବଲିଉଡ୍‌ରେ ‘ମି ଟୁ’ ଅଭିଯାନ ଚାଲିଥିଲା। ଏଥିରେ କିଛି ଅଭିନେତ୍ରୀ ଓ ଗାୟିକା ସାମିଲ ହୋଇ ସେମାନେ ଯୌନ ଉତ୍ପୀଡ଼ନର ଶିକାର ହୋଇଥିଲେ ବୋଲି କହିଥିଲେ। ସେମାନଙ୍କ ଅଭିଯୋଗ ପରେ କିଛି କଳାକାର ତଥା ଫିଲ୍ମ ଜଗତ ସହିତ ଜଡ଼ିତ ବ୍ୟକ୍ତି ଅଡ଼ୁଆରେ ପଡ଼ିଥିଲେ। ମଝିରେ ମଝିରେ କେହି କେହି କେମିତି ଏହି ଭଳି ଅଭିଯୋଗ ଆଣୁଥିବା ବେଳେ କର୍ମକ୍ଷେତ୍ରରେ ହେଉଥିବା ଶୋଷଣ ବିରୋଧରେ ମହିଳାମାନେ ସ୍ୱର ଉଠାଇବା ପାଇଁ ଆହ୍ୱାନ ଦେଇଛନ୍ତି ଅଭିନେତ୍ରୀ ସନ୍ନି ଲିଓନ। ସେ କାହା ବିରୋଧରେ ଅଭିଯୋଗ ଆଣି ନାହାନ୍ତି କି କେବେ ଯୌନ ଶୋଷଣର ଶିକାର ହୋଇ ନାହାନ୍ତି। ତେବେ କର୍ମକ୍ଷେତ୍ରରେ ହେଉଥିବା ଶୋଷଣ ବିରୋଧରେ କେମିତି ସ୍ୱର ଉଠାଇବାକୁ ହେବ, ସେ ନେଇ ତାଙ୍କ ସୋଶାଲ୍ ମିଡିଆ ଆକାଉଣ୍ଟରେ ଏକ ଭିଡିଓ ପୋଷ୍ଟ୍ କରିଛନ୍ତି। 

Advertisment

ଏହି ଭିଡିଓରେ ସେ ଏକ ଛୋଟ କାହାଣୀ କହିବା ସହ ସଚେତନତାର ବାର୍ତ୍ତା ଦେଇଛନ୍ତି। ଭିଡିଓର କ୍ୟାପସନ୍‌ରେ ସେ ଲେଖିଛନ୍ତି, ୱାର୍କପ୍ଲେସ୍‌ ବା କର୍ମକ୍ଷେତ୍ରରେ ଶୋଷଣର ମୁକାବିଲା କରିବା କଷ୍ଟକର। କିନ୍ତୁ ଜଣେ ଏହାକୁ ପ୍ରତିରୋଧ କରିବା ଉଚିତ୍। ଆପଣଙ୍କୁ ସମର୍ଥନ କରୁଥିବା ବସ୍ ଖୋଜନ୍ତୁ।’ 

https://www.instagram.com/tv/B6PjmH7h0Zf/?utm_source=ig_web_copy_link

ସନ୍ନି ପୋଷ୍ଟ କରିଥିବା ଭିଡିଓରେ କହିଛନ୍ତି ଯେ ଯଦି କେହି ଶୋଷଣ କରିବା ପାଇଁ ତାଙ୍କ କ୍ଷମତା ଓ ପଦପଦବୀର ଦୁରୁପଯୋଗ କରୁଛନ୍ତି, ତା’ହେଲେ ଶୋଷଣର ଶିକାର ହେଉଥିବା ମହିଳା ଚୁପ୍‌ ନ ରହି ଉପରିସ୍ଥ ଅଧିକାରୀ କିମ୍ବା ସହକର୍ମୀଙ୍କସହ ଆଲୋଚନା କରିବା ଆବଶ୍ୟକ। ଏହି ପ୍ରେରଣାଦାୟୀ  ଭିଡିଓରେ ଉପରିସ୍ଥ ଅଧିକାରୀଙ୍କ ଦ୍ୱାରା ଶୋଷଣର ଶିକାର ହେଉଥିବା ଜଣେ ଯୁବତୀ ଅନ୍ୟ ଜଣେ ବସ୍‌ଙ୍କ ସହାୟତା ନେଇକିପରି ସମସ୍ୟାର ସମାଧାନ କଲେ ଏବଂନିଜକୁ ସୁରକ୍ଷିତ କଲେ, ତାହା ଦର୍ଶାଯାଇଛି।

Advertisment

https://www.instagram.com/p/B59pQ0khMyN/?utm_source=ig_web_copy_link

ସୂଚନାଯୋଗ୍ୟ, ଆଗକୁ ୱେବ୍‌ ସିରିଜ୍‌ ରାଗିଣୀ ଏମ୍‌ଏମ୍‌ଏସ୍‌ ରିଟର୍ଣ୍ଣସ୍‌ ସିଜିନ୍‌ ୨ରେ ସନ୍ନି ନଜର ଆସିବେ। ଏହା ବ୍ୟତୀତ ସେ ହରର୍‌ କମେଡି ଫିଲ୍ମ କୋକାକୋଲାରେ ମଧ୍ୟ ନଜର ଆସିବେ। ଏସବୁ ବାଦ୍‌ ସନ୍ନି ମାଲାୟଲମ୍‌ ଫିଲ୍ମ ବିରାମାଦେବୀରଙ୍ଗିଲାରେ ମଧ୍ୟ ଅଭିନୟ କରିବେ ବୋଲି ଜଣାପଡ଼ିଛି।   

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe