ପର୍ଣ୍ଣ ଦୁନିଆରୁ ଆସିଥିବାରୁ କେହି କାମ କରିବାକୁ ଚାହୁଁ ନଥିଲେ ଏହି ଅଭିନେତ୍ରୀଙ୍କ ସହ

ମୁମ୍ବାଇ: ଫିଲ୍ମ ଅପେକ୍ଷା ବ୍ୟାକ୍‌ ଗ୍ରାଉଣ୍ଡ ପାଇଁ ଅଧିକ ଚର୍ଚ୍ଚାରେ ରହୁଥିବା ସନ୍ନି ଲିଓନିଙ୍କର ୧୩ ମେ’ ବା ଆଜି ୩୮ ତମ ଜନ୍ମଦିନ। ‘ବିଗ୍‌ ବସ୍‌’ ସିଜିନ୍‌ ୫ ରେ ଆସିବା ପରେ ତାଙ୍କ ଭାଗ୍ୟ ଏପରି ଖୋଲିଥିଲା ଯେ, ଡାଇରେକ୍ଟର ମହେସ ଭଟ୍ଟ ତାଙ୍କୁ ନିଜ ଫିଲ୍ମରେ କାଷ୍ଟ କରିଥିଲେ। ଆଡଲ୍ଟ ଷ୍ଟାର୍‌ରୁ ବଲିଉଡ୍‌ ପର୍ଯ୍ୟନ୍ତ ସନ୍ନି ଲିଓନିଙ୍କ ଜୀବନ ବହୁ ରୋଚକ ଥିଲା। ତେବେ ସନ୍ନିଙ୍କ ଜନ୍ମଦିନରେ ତାଙ୍କ ସହ ଜଡ଼ିତ ଥିବା […]

s11

s11

Rosalin Rath
  • Published: Monday, 13 May 2019
  • Updated: 13 May 2019, 11:37 AM IST

ମୁମ୍ବାଇ: ଫିଲ୍ମ ଅପେକ୍ଷା ବ୍ୟାକ୍‌ ଗ୍ରାଉଣ୍ଡ ପାଇଁ ଅଧିକ ଚର୍ଚ୍ଚାରେ ରହୁଥିବା ସନ୍ନି ଲିଓନିଙ୍କର ୧୩ ମେ’ ବା ଆଜି ୩୮ ତମ ଜନ୍ମଦିନ। ‘ବିଗ୍‌ ବସ୍‌’ ସିଜିନ୍‌ ୫ ରେ ଆସିବା ପରେ ତାଙ୍କ ଭାଗ୍ୟ ଏପରି ଖୋଲିଥିଲା ଯେ, ଡାଇରେକ୍ଟର ମହେସ ଭଟ୍ଟ ତାଙ୍କୁ ନିଜ ଫିଲ୍ମରେ କାଷ୍ଟ କରିଥିଲେ। ଆଡଲ୍ଟ ଷ୍ଟାର୍‌ରୁ ବଲିଉଡ୍‌ ପର୍ଯ୍ୟନ୍ତ ସନ୍ନି ଲିଓନିଙ୍କ ଜୀବନ ବହୁ ରୋଚକ ଥିଲା। ତେବେ ସନ୍ନିଙ୍କ ଜନ୍ମଦିନରେ ତାଙ୍କ ସହ ଜଡ଼ିତ ଥିବା କିଛି ଅଜଣା କଥା ଆପଣଙ୍କୁ କହିବାକୁ ଯାଉଛୁ।

ସନ୍ନିଙ୍କ ଅସଲ ନାମ ହେଉଛି କରନ୍‌ଜିତ୍‌ କୋର୍‌ ଭୋହରା। ସେ ୫୦ରୁ ଅଧିକ ଆଡଲ୍ଟ ଫିଲ୍ମରେ ଅଭିନୟ କରିଛନ୍ତି। ଏବଂ ୫୯ ଆଡଲ୍ଟ ଗୀତରେ ତାଙ୍କ ସ୍ୱାମୀ ଡାନିଏଲ୍‌ଙ୍କ ସହ ନିର୍ଦ୍ଦେଶନା କରିଛନ୍ତି। ବହୁତ କମ୍‌ ଲୋକ ଏହା ଜାଣିଥିବେ ଯେ, ସନ୍ନି ଅନେକ ସାମାଜିକ କାମ କରୁଥିବା ସଂସ୍ଥା ସହ ଜଡ଼ିତ ଅଛନ୍ତି। ଯେଉଁମାନେ କି କ୍ୟାନ୍ସର ପୀଡ଼ିତ ଲୋକମାନଙ୍କ ପାଇଁ ଏକାଠି କାମ କରୁଛନ୍ତି। ପଶୁଙ୍କ ପ୍ରତି ସନ୍ନିଙ୍କର ଭଲପାଇବା ଢେର ଅଧିକ ରହିଛି।

ଆଡଲ୍ଟ ଇଣ୍ଡଷ୍ଟ୍ରିରେ କାମ କରିବା ଆଗରୁ ସନ୍ନି ଜର୍ମାନ ବେକରୀରେ କାମ କରୁଥିଲେ। ପ୍ରଥମେ ସନ୍ନିଙ୍କ ନର୍ସ ହେବାର ସ୍ୱପ୍ନ ଥିଲା। ସେଥିପାଇଁ ସେ ମେଡିକାଲ୍‌ ସାଇନ୍ସ ମଧ୍ୟ ପଢ଼ିଥିଲେ। ଏହା ପରେ ସନ୍ନି ଟ୍ୟାକ୍ସ ସମ୍ବନ୍ଧିତ କ୍ଷେତ୍ରରେ ଚାକିରି ବି କରିଥିଲେ।

ସନ୍ନି ୧୯ ବର୍ଷ ବୟସରୁ ଆଡଲ୍ଟ ଫିଲ୍ମରେ କାମ କରିବା ଆରମ୍ଭ କରିଦେଇଥିଲେ। କୁହାଯାଏ ଯେ, ଆଡଲ୍ଟ ଫିଲ୍ମ କରିବା ଆଗରୁ ସେ ସର୍ତ୍ତ ରଖିଥିଲେ ଯେ, କେବଳ ମହିଳାମାନଙ୍କ ସହ ହିଁ ସେ ଆଡଲ୍ଟ ଫିଲ୍ମ କରିବେ।

ସନ୍ନି ଅନେକ ଥର ମିଡିଆ ଆଗରେ ତାଙ୍କ ସ୍ୱାମୀଙ୍କ ସହ ତାଙ୍କ ରିଲେସନ୍‌ସିପ୍‌କୁ ନେଇ ମଧ୍ୟ ଖୋଲିକି କଥା ହୋଇଛନ୍ତି। ଏପରିକି ସ୍ୱାମୀ ଯେପର୍ଯ୍ୟନ୍ତ ତାଙ୍କ ଫିଲ୍ମର କଣ୍ଟେଣ୍ଟ ପଢ଼ି ନ ନିଅନ୍ତି, ସେ ପର୍ଯ୍ୟନ୍ତ ସନ୍ନି ଫିଲ୍ମ ସାଇନ୍‌ ମଧ୍ୟ କରନ୍ତି ନାହିଁ। ଫିଲ୍ମ ‘ଜିସ୍ମ-୨’ ପୂର୍ବରୁ ମଧ୍ୟ ସନ୍ନିଙ୍କୁ ଅନେକ ବଲିଉଡ୍‌ ଫିଲ୍ମର ଅଫର୍‌ ମିଳିଥିଲା। ହେଲେ ସେ ଏହି ଫିଲ୍ମରୁ ହିଁ କ୍ୟାରିୟର୍‌ ଆରମ୍ଭ କରିଥିଲେ।

୩ ପିଲାଙ୍କୁ ନେଇ ଏବେ ସନ୍ନିଙ୍କର ଏବେ ବେଶ୍‌ ହସଖୁସିର ସଂସାର ଅଛି। ସେ କିଛି ବର୍ଷ ପୂର୍ବେ ଜଣେ ଝିଅକୁ ଆଡପ୍ଟ କରିଥିଲେ। ପରେ ସରୋଗେସୀ ଜରିଆରେ ଯମଜ ସନ୍ତାନଙ୍କ ମା’ ହୋଇପାରିଥିଲେ।  କୁହାଯାଏ ଯେ, ମୋହିତ୍‌ ସୁରୀ ସନ୍ନିଙ୍କୁ ‘କଲିୟୁଗ୍‌’ରେ ନେବାକୁ ଚାହୁଁଥିଲେ। ହେଲେ ସନ୍ନିଙ୍କ  ଡିମାଣ୍ଡ ଅଧିକ ହେତୁ ତାଙ୍କୁ ସେଥିରୁ ବାଦ୍‌ ଦିଆଯାଇଥିଲା।

୨୦୧୦ରେ ‘ମ୍ୟାକ୍ସିମ୍‌’ ନାମକ ଏକ ପତ୍ରିକାରେ ଟପ୍‌ ୧୨ ପର୍ଣ୍ଣ ଷ୍ଟାର୍‌ଙ୍କ ଲିଷ୍ଟରେ ସନ୍ନିଙ୍କ ନାମ ଆସିଥିଲା। ସେ ତାଙ୍କ ପରିଶ୍ରମ ଦ୍ୱାରା ବଲିଉଡ୍‌ରେ ଅନେକ ନାମ କରିପାରିଛନ୍ତି। ଏପରିକି ସେ ବଲିଉଡ୍‌ ବାଦ୍‌ଶାହ ଶାହାରୁଖ୍‌ ଖାନ୍‌ ଏବଂ ଇମ୍ରାନ୍‌ ହାସ୍‌ମିଙ୍କ ସହ କାମ କରି ସାରିଛନ୍ତି।

ସନ୍ନି ଏହା ଭିତରେ ବଲିଉଡ୍‌ ଇଣ୍ଡଷ୍ଟ୍ରୀ ବିଷୟରେ ଏକ ରହସ୍ୟ ମଧ୍ୟ କହିଥିଲେ। ସେ କହିଥିଲେ ଯେ, ଏହି ଇଣ୍ଡଷ୍ଟ୍ରୀ ଉପରେ ଯେତିକି ଭଲ ଦେଖାଯାଉଛି, ଭିତରେ ଲୋକମାନେ ସେତିକି ଖରାପ୍‌। ସନ୍ନି କହିଥିଲେ ଯେ, ସେ ଯେତେବେଳେ ବଲିଉଡ୍‌ରେ ପାଦ ରଖିଥିଲେ ସେତେବେଳେ ତାଙ୍କ ସହ କୌଣସି ଷ୍ଟାର୍‌ କାମ କରିବାକୁ ଚାହୁଁ ନ ଥିଲେ। କୌଣସି ଆୱାଡ୍‌ ଶୋ’ରେ ମଧ୍ୟ ସନ୍ନିଙ୍କ ସହ କେହି ଷ୍ଟେଜ୍‌ ଶେଆର୍‌ କରିବାକୁ ମଧ୍ୟ ଇଚ୍ଛା ପ୍ରକାଶ କରୁ ନଥିଲେ। ସମସ୍ତେ ତାଙ୍କ ସହ କାମ କରିବାକୁ ମନା କରିଦେଇଥିଲେ।

ସନ୍ନି କହିଥିଲେ ଯେ, ସେ ପର୍ଣ୍ଣ ଦୁନିଆରୁ ଆସି ବଲିଉଡ୍‌ ଇଣ୍ଡଷ୍ଟ୍ରୀରେ ନୂଆ କରି ପାଦ ଥାପିଥିବାରୁ ଲୋକମାନେ ତାଙ୍କ ସହ କାମ କରିବାକୁ ଅନିଚ୍ଛା ପ୍ରକାଶ କରୁଥିଲେ। ଆଉ ଯେତେବେଳେ ଜଣେ ଷ୍ଟାର୍‌ ତାଙ୍କ ସହ କାମ କରିବାକୁ ହଁ କରିଥିଲେ ସେତେବେଳେ ଏହି ତାରତମ୍ୟ ବନ୍ଦ ହୋଇଥିଲା। ଯେତେବେଳେ  ସେହି ଅଭିନେତା କିଏ ବୋଲି ପଚରାଗଲା  ସେ ଚଙ୍କି ପାଣ୍ଡେଙ୍କ ନାମ ନେଇଥିଲେ।

ଏବେ ସନ୍ନି ‘ଭୂମୀ’ ନାମକ ଏକ ଫିଲ୍ମରେ ଆଇଟମ୍‌ ଗୀତରେ ଅଭିନୟ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos