Advertisment

ପ୍ରେମପତ୍ର ଲେଖିଲେ ସନ୍ନି ଲିଓନି

ମୁମ୍ୱାଇ : ‘ଏତେ ବର୍ଷ ସାଙ୍ଗ ହୋଇ ବିତାଇବା ପରେ ମୋତେ ଏ ପର୍ଯ୍ୟନ୍ତ ବିଶ୍ୱାସ ହେଉନି ଯେ ମୁଁ ତୁମକୁ ଏତେ ଭଲ ପାଉଛି। ତୁମେ ମଜବୁତ୍‌, ସାହସୀ, ବହୁତ ସ୍ମାର୍ଟ, ଯତ୍ନବାନ୍‌, ଉଦାର, ନିଃସ୍ଵାର୍ଥପର, ସ୍ନେହୀ ଓ ସବୁଠାରୁ ବଡ଼ କଥା ହେଉଛି ଜଣେ ଭଲ ସ୍ୱାମୀ ଓ ବାପା। ମୋ ପ୍ରିୟ ଡାନିଏଲ୍‌ ୱେବର୍‌ଙ୍କୁ ଜନ୍ମଦିନରେ ବହୁତ ସାରା ଶୁଭକାମନା’। ଏପରି ଏକ ଲଭ୍‌ ଲେଟର୍‌ ଗତକାଲି ବଲିଉଡ୍‌ ଅଭିନେତ୍ରୀ ସନ୍ନି ଲିଓନି […]

ପ୍ରେମପତ୍ର ଲେଖିଲେ ସନ୍ନି ଲିଓନି

ssss

Advertisment

ମୁମ୍ୱାଇ : ‘ଏତେ ବର୍ଷ ସାଙ୍ଗ ହୋଇ ବିତାଇବା ପରେ ମୋତେ ଏ ପର୍ଯ୍ୟନ୍ତ ବିଶ୍ୱାସ ହେଉନି ଯେ ମୁଁ ତୁମକୁ ଏତେ ଭଲ ପାଉଛି। ତୁମେ ମଜବୁତ୍‌, ସାହସୀ, ବହୁତ ସ୍ମାର୍ଟ, ଯତ୍ନବାନ୍‌, ଉଦାର, ନିଃସ୍ଵାର୍ଥପର, ସ୍ନେହୀ ଓ ସବୁଠାରୁ ବଡ଼ କଥା ହେଉଛି ଜଣେ ଭଲ ସ୍ୱାମୀ ଓ ବାପା। ମୋ ପ୍ରିୟ ଡାନିଏଲ୍‌ ୱେବର୍‌ଙ୍କୁ ଜନ୍ମଦିନରେ ବହୁତ ସାରା ଶୁଭକାମନା’। ଏପରି ଏକ ଲଭ୍‌ ଲେଟର୍‌ ଗତକାଲି ବଲିଉଡ୍‌ ଅଭିନେତ୍ରୀ ସନ୍ନି ଲିଓନି ତାଙ୍କ ସ୍ୱାମୀ ଡାନିଏଲ୍‌ ୱେବରଙ୍କୁ ସୋଶାଲ ମିଡିଆରେ ଲେଖିଛନ୍ତି।

Advertisment

https://www.instagram.com/p/B31eSVgBIl0/?utm_source=ig_web_copy_link

ରବିବାର ଡାନିଏଲ୍‌ ତାଙ୍କର ୪୧ତମ ଜନ୍ମଦିନ ପାଳନ କରିଛନ୍ତି। ତାଙ୍କୁ ଶୁଭେଚ୍ଛା ଜଣାଇବା ସମୟରେ ସନ୍ନି ଖୁବ୍‌ ଭାବବିହ୍ୱଳ ହୋଇପଡ଼ିଥିଲେ। ୱେବରଙ୍କୁ ଜଣେ ଭଲ ସ୍ୱାମୀ ଓ ବାପା ବୋଲି କହି ଇନଷ୍ଟାଗ୍ରାମ୍‌ରେ ଏହି ଲଭ୍‌ ଲେଟର୍‌କୁ ଲେଖିଛନ୍ତି ସନ୍ନି । ସ୍ୱାମୀଙ୍କର ଜନ୍ମଦିନରେ ସନ୍ନି ତାଙ୍କର ତିନି ଛୁଆଙ୍କ ସହିତ ଦୁଇଟି ଫଟୋ ମଧ୍ୟ ପୋଷ୍ଟ କରିଛନ୍ତି।

https://www.instagram.com/p/Bf7iOzFB7MF/?utm_source=ig_web_copy_link

ପର୍ଣ୍ଣ ଷ୍ଟାର୍‌ ଭାବେ ବିବାଦୀୟ ହୋଇ ପଡ଼ିଥିବା ସନ୍ନି ଓ ତାଙ୍କ ସ୍ୱାମୀଙ୍କ ମଧ୍ୟରେ ଅତୁଟ ଭଲ ପାଇବା ଦେଖିବାକୁ ମିଳିଥାଏ। ଅନେକ ସମୟରେ ଦୁହେଁ ଦୁହିଁଙ୍କର ପ୍ରଶଂସା କରିଥା’ନ୍ତି। ନିକଟରେ ଡାନିଏଲ୍‌ ଏକ ଇଣ୍ଟରଭ୍ୟୁରେ କହିଥିଲେ, ‘ଜୀବନର ପ୍ରତ୍ୟେକ ନିଷ୍ପତ୍ତି ସେ ତାଙ୍କ ସ୍ତ୍ରୀକୁ ପଚାରି ନେଇଥା’ନ୍ତି। ଆମେ ପରସ୍ପରକୁ ସମ୍ମାନ କରିଥାଉ।’

Advertisment

ସୂଚନାଯୋଗ୍ୟ ୨୦୧୧ରେ ସନ୍ନି ସଙ୍ଗୀତକାର ଡାନିଏଲ୍‌ ୱେବରଙ୍କୁ ବିବାହ କରିଥିଲେ। ଏହି ଦମ୍ପତି ୨୦୧୭ରେ ନିଶା ନାମରେ ଏକ ଝିଅକୁ ପୋଷ୍ୟ ସନ୍ତାନ ଭାବରେ ଗ୍ରହଣ କରିଥିଲେ। ପରେ ସରୋଗେସୀ ମାଧ୍ୟମରେ ଦୁଇ ଯାଆଁଳା ଶିଶୁଙ୍କୁ ଜନ୍ମ ଦେଇଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe