Advertisment

'କରୋନା ହଟସ୍ପଟ୍'କୁ ସୁରକ୍ଷିତ ମଣିଲେ ସନି

ମୁମ୍ବାଇ: ସାରା ଦୁନିଆରେ କାୟା ବିସ୍ତାର କରିଥିବା କରୋନା ଭୂତାଣୁ ମହାମାରୀ ନେଇ ସଙ୍କଟରେ ମନୁଷ୍ୟ ଜାତି। ବିଶ୍ୱର ଅନେକ ବିକଶିତ ଦେଶ କରୋନା ଦାଉରେ ହନ୍ତସନ୍ତ ହେଉଥିବା ବେଳେ ଆମେରିକାରେ ସ୍ଥିତି ଗମ୍ଭୀର ଅଛି। ଏପଟେ ଭାରତରେ ମଧ୍ୟ ସଂକ୍ରମଣ ବଢ଼ିବାରେ ଲାଗିଛି। ତଥାପି ଆମେରିକା ନିଜକୁ ଅଧିକା ସୁରକ୍ଷିତ ମଣି ବଲିଉଡ୍ ଅଭିନେତ୍ରୀ ସନି ଲିଓନ ନିଜ ପରିବାର ସହ ଆମେରିକା ପଳାଇଛନ୍ତି। ବିଶ୍ୱ ମହାମାରୀ କରୋନା ଭୂତାଣୁ ଯୋଗୁ ଆମେରିକାରେ ସ୍ଥିତି କିଭଳି […]

ଅଦ୍ୟତନ ହୋଇଛି
'କରୋନା ହଟସ୍ପଟ୍'କୁ ସୁରକ୍ଷିତ ମଣିଲେ ସନି

sunny

Advertisment

ମୁମ୍ବାଇ: ସାରା ଦୁନିଆରେ କାୟା ବିସ୍ତାର କରିଥିବା କରୋନା ଭୂତାଣୁ ମହାମାରୀ ନେଇ ସଙ୍କଟରେ ମନୁଷ୍ୟ ଜାତି। ବିଶ୍ୱର ଅନେକ ବିକଶିତ ଦେଶ କରୋନା ଦାଉରେ ହନ୍ତସନ୍ତ ହେଉଥିବା ବେଳେ ଆମେରିକାରେ ସ୍ଥିତି ଗମ୍ଭୀର ଅଛି। ଏପଟେ ଭାରତରେ ମଧ୍ୟ ସଂକ୍ରମଣ ବଢ଼ିବାରେ ଲାଗିଛି। ତଥାପି ଆମେରିକା ନିଜକୁ ଅଧିକା ସୁରକ୍ଷିତ ମଣି ବଲିଉଡ୍ ଅଭିନେତ୍ରୀ ସନି ଲିଓନ ନିଜ ପରିବାର ସହ ଆମେରିକା ପଳାଇଛନ୍ତି।

Advertisment

ବିଶ୍ୱ ମହାମାରୀ କରୋନା ଭୂତାଣୁ ଯୋଗୁ ଆମେରିକାରେ ସ୍ଥିତି କିଭଳି ଅଛି ତାହା ସାରା ଦୁନିଆକୁ ଜଣା। ଏଭଳି ପରିସ୍ଥିତିରେ ସନି ନିଜ ସ୍ୱାମୀ ଓ ତିନି ସନ୍ତାନଙ୍କ ଭାରତ ଛାଡ଼ି ଆମେରିକା ପଳାଇଛନ୍ତି। ଆମେରିକାରେ ତାଙ୍କ ପିଲାମାନେ ଅଧିକ ସୁରକ୍ଷିତ ରହିବେ ବୋଲି ଚିନ୍ତା କରି ସନି ଏଭଳି ନିଷ୍ପତ୍ତି ନେଇଛନ୍ତି।

https://www.instagram.com/p/CACPBLSjXIT/?utm_source=ig_web_copy_link

ସନି ଏନେଇ ନିଜ ଅଫିସିଆଲ ଇନଷ୍ଟାଗ୍ରାମରେ ଜଣାଇଛନ୍ତି। ସେ ଏକ ଫଟୋ ଶେୟାର କରିଛନ୍ତି, ଯେଉଁଥିରେ ସେ ନିଜ ଝିଅ ନିଶା ଏବଂ ଦୁଇ ପୁଅ ନୋହ ଏବଂ ଅଶରଙ୍କ ସହ ନଜରକୁ ଆସିଛନ୍ତି। ଏହାସହ ସେ ମଦର୍ସ ଡେ ପାଇଁ ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି।

Advertisment

ଫଟୋ ଶେୟାର କରି ସନି ଲେଖିଛନ୍ତି, "ସବୁ ମା'ମାନଙ୍କୁ ହାପି ମଦର୍ସ ଡେ। ଜୀବନରେ ସନ୍ତାନ ଆସିଗଲେ, ନିଜ ଖୁସି ଓ ପ୍ରାଥମିକତା ଆଉ ଅଧିକ ଗୁରୁତ୍ୱ ରଖେ ନାହିଁ। ମୁଁ ଓ ମୋ ସ୍ୱାମୀ ଉଭୟଙ୍କ ପାଖରେ ଏହି ସୁଯୋଗ ଥିଲା ଯେ, ଆମ ପିଲାମାନେ ଏ ଅଦୃଶ୍ୟ ଶତ୍ରୁ କରୋନାଠାରୁ ଅପେକ୍ଷାକୃତ ଭାବେ ଅଧିକ ସୁରକ୍ଷିତ ରୁହନ୍ତୁ ଆଉ ସେମାନେ ଅଛନ୍ତି ମଧ୍ୟ। ମୋର ଗୋଟିଏ ଘରଠାରୁ ଦୂରରେ ଲସ ଏଞ୍ଜେଲ୍ସସ୍ଥିତ ଘରର ସିକ୍ରେଟ୍ ଗାର୍ଡେନରେ ବର୍ତ୍ତମାନ ଅଛି। ମୁଁ ଜାଣିଛି ମୋ ମାଆ ମଧ୍ୟ ଏହା ଚାହୁଁଥିବେ। ଆପଣ ମନେପଡ଼ୁଛନ୍ତି...ହାପି ମଦର୍ସ ଡେ।"

https://www.instagram.com/p/CABJdv6HG-7/?utm_source=ig_web_copy_link

ସନିଙ୍କ ଏହି ପୋଷ୍ଟ ପରେ ସ୍ପଷ୍ଟ ହୋଇଯାଇଛି ଯେ, ସେ ଭାରତ ଅପେକ୍ଷା ନିଜ ପିଲାମାନଙ୍କ ପାଇଁ ଲସ ଏଞ୍ଜେଲସକୁ ଅଧିକ ସୁରକ୍ଷିତ ବୋଲି ମନେ କରି ସେଠାକୁ ପଳାଇଛନ୍ତି। ଅନ୍ୟପଟେ ତାଙ୍କ ସ୍ୱାମୀ ଡାନିଏଲ ମଧ୍ୟ ନିଜର ଅଫିସିଆଲ ଇନଷ୍ଟାଗ୍ରାମରେ ଏକ ଫଟୋ ଶେୟାର କରି ଆମେରିକା ପହଞ୍ଚିଥିବା ସୂଚନା ଦେଇଛନ୍ତି।

ସୂଚନା ଯେ, ଏହାର ଗୋଟିଏ ଦିନ ପୂର୍ବରୁ ସନି ଲିଓନ ମୁମ୍ବାଇରେ ବୁଲୁଥିବା ସମୟରେ ଏକ ଭିଡିଓ ଶେୟାର କରିଥିଲେ। ସନି ନିଜ ପରିବାର ସହ ଏକ ଚାଟାର୍ଡ ଫ୍ଲାଇଟରେ ଆମେରିକା ପଳାଇଥିବା ଜଣାପଡ଼ିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe