Advertisment

ନୱାଜୁଦ୍ଦିନ୍‌ଙ୍କୁ ବାନ୍ଧି ନାଚିଲେ ସନ୍ନି, ଭଡିଓ ଭାଇରାଲ୍‌

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ସନ୍ନି ଲିଓନି ସୋଶାଲ୍ ମିଡିଆରେ ପ୍ରାୟ ସମୟ ଆକ୍ଟିଭ୍‌ ରହନ୍ତି। ଯେତେବେଳେ ବି ସନ୍ନି କିଛି ଭିଡିଓ ଶେଆର କରନ୍ତି, ସେସବୁ ଭାଇରାଲ୍‌ ହୁଏ। ନିକଟରେ ମଧ୍ୟ ସେମିତି ଏକ ଭିଡିଓ ଭାଇରାଲ୍‌ ହୋଇଛି। ଏହି ଭିଡିଓରେ ସନ୍ନି ଜବରଦସ୍ତ ଡ୍ୟାନ୍ସ କରିଥିବା ଦେଖିବାକୁ ମିଳିଛି। କେବଳ ସନ୍ନି ନୁହନ୍ତି, ଭିଡିଓରେ ଅଭିନେତା ନୱାଜୁଦ୍ଦିନ୍ ସିଦ୍ଦିକି ମଧ୍ୟ ଅଛନ୍ତି। ନୱାଜୁଦ୍ଦିନ୍‌ଙ୍କୁ ଚୌକିରେ ବାନ୍ଧି ଦିଆଯାଇଛି ଓ ସେ ଛାଟିପିଟି ହେଉଛନ୍ତି। ଆଉ ତାଙ୍କ […]

ନୱାଜୁଦ୍ଦିନ୍‌ଙ୍କୁ ବାନ୍ଧି ନାଚିଲେ ସନ୍ନି, ଭଡିଓ ଭାଇରାଲ୍‌

sunny

Advertisment

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ସନ୍ନି ଲିଓନି ସୋଶାଲ୍ ମିଡିଆରେ ପ୍ରାୟ ସମୟ ଆକ୍ଟିଭ୍‌ ରହନ୍ତି। ଯେତେବେଳେ ବି ସନ୍ନି କିଛି ଭିଡିଓ ଶେଆର କରନ୍ତି, ସେସବୁ ଭାଇରାଲ୍‌ ହୁଏ। ନିକଟରେ ମଧ୍ୟ ସେମିତି ଏକ ଭିଡିଓ ଭାଇରାଲ୍‌ ହୋଇଛି। ଏହି ଭିଡିଓରେ ସନ୍ନି ଜବରଦସ୍ତ ଡ୍ୟାନ୍ସ କରିଥିବା ଦେଖିବାକୁ ମିଳିଛି। କେବଳ ସନ୍ନି ନୁହନ୍ତି, ଭିଡିଓରେ ଅଭିନେତା ନୱାଜୁଦ୍ଦିନ୍ ସିଦ୍ଦିକି ମଧ୍ୟ ଅଛନ୍ତି।

Advertisment

ନୱାଜୁଦ୍ଦିନ୍‌ଙ୍କୁ ଚୌକିରେ ବାନ୍ଧି ଦିଆଯାଇଛି ଓ ସେ ଛାଟିପିଟି ହେଉଛନ୍ତି। ଆଉ ତାଙ୍କ ସମ୍ମୁଖରେ ସନ୍ନି ନାଚୁଛନ୍ତି।

ସନ୍ନି କଳା ରଙ୍ଗର ଡ୍ରେସ୍‌ ପିନ୍ଧି ଏକଦମ୍‌ ଗ୍ଲାମରସ୍‌ ଦେଖାଯାଉଛନ୍ତି। ଏହି ଭିଡିଓକୁ ସେ ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ଶେଆର କରିଛନ୍ତି।

Advertisment

https://www.instagram.com/p/B4CBALrjiEQ/?utm_source=ig_web_button_share_sheet

ସନ୍ନିଙ୍କ ଦ୍ୱାରା ଶେଆର ହୋଇଥିବା ଏହି ଭିଡିଓକୁ ଲୋକେ ୧୩ ଲକ୍ଷରୁ ଅଧିକ ଥର ଦେଖି ସାରିଲେଣି।

ସୂଚନାଯୋଗ୍ୟ, ନିକଟରେ ସନ୍ନିଙ୍କୁ ‘ଆଇକନ୍‌ ଅଫ୍‌ ଦ ଇଅର’ର ଆୱାର୍ଡ ମିଳିଥିଲା।  ୨୦୧୨ରେ ସେ ପୂଜା ଭଟ୍ଟଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଜିସ୍ମ-୨’ ମାଧ୍ୟମରେ ବଲିଉଡ୍‌ରେ ଡେବ୍ୟୁ କରିଥିଲେ। ଆଗକୁ ତାଙ୍କର କମେଡି ଫିଲ୍ମ ‘କୋକୋକୋଲା’ ରିଲିଜ୍‌ ହେବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe