Advertisment

ଚର୍ଚ୍ଚାରେ ସୁପର-୩୦ ଟ୍ରେଲର୍‌

ମୁମ୍ବାଇ: ବଲିଉଡ୍‌ର ମୋଷ୍ଟ ହ୍ୟାଣ୍ଡସମ୍‌ ଅଭିନେତା ହ୍ରିତିକ ରୋଶନ ଦୁଇ ବର୍ଷ ପରେ ପୁଣିଥରେ ବକ୍ସ ଅଫିସ୍‌ରେ ଛାଇ ଯିବାକୁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି। ହ୍ରିତିକଙ୍କ ବହୁପ୍ରତୀକ୍ଷିତ ସିନେମା ‘ସୁପର ୩୦’ର ଟ୍ରେଲର ମଙ୍ଗଳବାର ରିଲିଜ୍‌ ହୋଇଛି। ଏହି ‘ସୁପର ୩୦’ ସିନେମା ବିହାରର ଜଣାଶୁଣା ଆନନ୍ଦ କୁମାରଙ୍କ ଜୀବନି ଉପରେ ଆଧାରିତ। ଏଥିରେ ଆନନ୍ଦ କୁମାରଙ୍କ ଭୂମିକାରେ ହ୍ରିତିକ ଅଭିନୟ କରୁଛନ୍ତି। ବିକାଶ ବହଲଙ୍କ ନିର୍ଦେଶିତ ଏହି ସିନେମା ୧୨ ଜୁଲାଇରେ ରିଲିଜ୍‌ ହେବାକୁ […]

ଚର୍ଚ୍ଚାରେ ସୁପର-୩୦ ଟ୍ରେଲର୍‌

super30

Advertisment

ମୁମ୍ବାଇ: ବଲିଉଡ୍‌ର ମୋଷ୍ଟ ହ୍ୟାଣ୍ଡସମ୍‌ ଅଭିନେତା ହ୍ରିତିକ ରୋଶନ ଦୁଇ ବର୍ଷ ପରେ ପୁଣିଥରେ ବକ୍ସ ଅଫିସ୍‌ରେ ଛାଇ ଯିବାକୁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି। ହ୍ରିତିକଙ୍କ ବହୁପ୍ରତୀକ୍ଷିତ ସିନେମା ‘ସୁପର ୩୦’ର ଟ୍ରେଲର ମଙ୍ଗଳବାର ରିଲିଜ୍‌ ହୋଇଛି। ଏହି ‘ସୁପର ୩୦’ ସିନେମା ବିହାରର ଜଣାଶୁଣା ଆନନ୍ଦ କୁମାରଙ୍କ ଜୀବନି ଉପରେ ଆଧାରିତ। ଏଥିରେ ଆନନ୍ଦ କୁମାରଙ୍କ ଭୂମିକାରେ ହ୍ରିତିକ ଅଭିନୟ କରୁଛନ୍ତି। ବିକାଶ ବହଲଙ୍କ ନିର୍ଦେଶିତ ଏହି ସିନେମା ୧୨ ଜୁଲାଇରେ ରିଲିଜ୍‌ ହେବାକୁ ଯାଉଛି।

Advertisment

ଫିଲ୍ମ ଟ୍ରେଲରକୁ ହ୍ରିତିକ ନିଜ ଟ୍ବିଟର ହ୍ୟାଣ୍ଡଲରେ ଶେୟାର କରିଛନ୍ତି। ହ୍ରିତିକଙ୍କ ବ୍ୟତୀତ ଫିଲ୍ମର ଟିମ୍‌ ମଧ୍ୟ ଏହି ଟ୍ରେଲରକୁ ନିଜ ସୋସାଲ ମିଡିଆ ଆକାଉଣ୍ଟରେ ଶେୟାର କରିଛନ୍ତି। ସୂଚନାଯୋଗ୍ୟ ଯେ ପାଟଣାର ଶିକ୍ଷାନୁଷ୍ଠାନ ‘ସୁପର ୩୦’ର ପ୍ରତିଷ୍ଠାତା ଆନନ୍ଦ କୁମାରଙ୍କ ଜୀବନୀ ଉପରେ ଆଧାରିତ ‘ସୁପର ୩୦’ ସିନେମା ରିଲିଜ୍‌ ହେବାକୁ ସମସ୍ତ ପ୍ରସ୍ତୁତି କରିସାରିଛି। ସୋମବାର ହ୍ରିତିକ ଫିଲ୍ମର ଟ୍ରେଲର ସହିତ ନୂଆ ପୋଷ୍ଟର ମଧ୍ୟ ଶେଆର କରିଛନ୍ତି।

ସୂଚନାଯୋଗ୍ୟ ଯେ ଫିଲ୍ମ ନିର୍ମାଣ ଆରମ୍ଭରୁ ‘ସୁପର ୩୦’ ସିନେମାକୁ ନେଇ ଲଗାତର ଚର୍ଚ୍ଚା ହେବାରେ ଲାଗିଛି। ଗତବର୍ଷ ଶିକ୍ଷକ ଦିବସ ଅବସରରେ ଏହି ସିନେମାର ପ୍ରଥମ ପୋଷ୍ଟର ଜାରି କରାଯାଇଥିଲା। ଏହା ରିଲିଜ୍‌ ହେବା ପରେ ଗୁଗଲର ଟପ୍‌ ଟ୍ରେଣ୍ଡରେ ସାମିଲ୍‌ ହୋଇଯାଇଥିଲା। ଗୁଗଲ ଏହି ଉପଲବ୍ଧିକୁ ମାନ୍ୟତା ଦେଇ ‘ସୁପର ୩୦’ ଉପରେ ଏକ ଶର୍ଟ ଭିଡ଼ିଓ ଜାରି କରିଥିଲା। ‘ସୁପର ୩୦’ ସିନେମାର ଟ୍ରେଲର ରିଲିଜ୍‌ ହେବା ପରେ ଏହା ଏବେ ଟ୍ରେଣ୍ଡ କରିବାରେ ଲାଗିଛି।

Advertisment

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe