Advertisment

ସୁପର ଡ୍ୟାନ୍ସର ଚାପ୍ଟର୍-୩ର ବିଜୟ ମୁକୁଟ ପିନ୍ଧିଲେ ୬ ବର୍ଷୀୟା ରୁପ୍‌ସା

ମୁମ୍ବାଇ: ବୟସ ମାତ୍ର ୬ । କିନ୍ତୁ ଡ୍ୟାନ୍ସରେ ସେ ସମସ୍ତଙ୍କୁ ପଛରେ ପକାଇ ଦିଅନ୍ତି। କେବଳ ଡ୍ୟାନ୍ସ ନୁହେଁ ତାଙ୍କ କ୍ୟୁଟ୍‌ ହସ ଏବଂ କଥା ପାଇଁ ମଧ୍ୟ ତାଙ୍କୁ ସମସ୍ତେ ଭଲ ପାଆନ୍ତି। ଆମେ କହୁଛୁ ସୋନି ଟିଭିରେ ପ୍ରସାରିତ ହେଉଥିବା ଡ୍ୟାନ୍ସିଂ ରିଆଲିଟି ଶୋ’ର କୁନି ଡ୍ୟାନ୍ସର ରୁପ୍‌ସା ବାଟବ୍ୟାଲ୍‌ଙ୍କ ବିଷୟରେ। ଯିଏକି ସବୁ ପ୍ରତିଯୋଗୀଙ୍କୁ ପଛରେ ପକାଇ ବିଜୟ ମୁକୁଟ ପିନ୍ଧିଛନ୍ତି। ଟେଲିଭିଜନର ଚର୍ଚ୍ଚିତ ଡ୍ୟାନ୍ସିଙ୍ଗ୍‌ ରିଆଲିଟି ଶୋ’ ସୁପର ଡ୍ୟାନ୍ସର […]

ସୁପର ଡ୍ୟାନ୍ସର ଚାପ୍ଟର୍-୩ର ବିଜୟ ମୁକୁଟ ପିନ୍ଧିଲେ ୬ ବର୍ଷୀୟା ରୁପ୍‌ସା

11

Advertisment

ମୁମ୍ବାଇ: ବୟସ ମାତ୍ର ୬ । କିନ୍ତୁ ଡ୍ୟାନ୍ସରେ ସେ ସମସ୍ତଙ୍କୁ ପଛରେ ପକାଇ ଦିଅନ୍ତି। କେବଳ ଡ୍ୟାନ୍ସ ନୁହେଁ ତାଙ୍କ କ୍ୟୁଟ୍‌ ହସ ଏବଂ କଥା ପାଇଁ ମଧ୍ୟ ତାଙ୍କୁ ସମସ୍ତେ ଭଲ ପାଆନ୍ତି। ଆମେ କହୁଛୁ ସୋନି ଟିଭିରେ ପ୍ରସାରିତ ହେଉଥିବା ଡ୍ୟାନ୍ସିଂ ରିଆଲିଟି ଶୋ’ର କୁନି ଡ୍ୟାନ୍ସର ରୁପ୍‌ସା ବାଟବ୍ୟାଲ୍‌ଙ୍କ ବିଷୟରେ। ଯିଏକି ସବୁ ପ୍ରତିଯୋଗୀଙ୍କୁ ପଛରେ ପକାଇ ବିଜୟ ମୁକୁଟ ପିନ୍ଧିଛନ୍ତି।

Advertisment

publive-image

ଟେଲିଭିଜନର ଚର୍ଚ୍ଚିତ ଡ୍ୟାନ୍ସିଙ୍ଗ୍‌ ରିଆଲିଟି ଶୋ’ ସୁପର ଡ୍ୟାନ୍ସର ଚାପ୍ଟର୍‌-୩ରେ ଗତ ରବିବାର ଦିନ ଫାଇନାଲ୍‌ ମୁକାବିଲା ହୋଇଥିଲା। ଏଥିରେ ରୁପ୍‌ସା ସମସ୍ତଙ୍କୁ ପଛରେ ପକାଇ ପ୍ରଥମ ସ୍ଥାନ ଅଧିକାର କରିନେଇଛନ୍ତି।

https://www.instagram.com/p/ByCEdfMppC0/?utm_source=ig_web_copy_link

ଜିତିବା ପରେ ତାଙ୍କୁ ଟ୍ରଫି ସହ ୧୫ ଲକ୍ଷ ଟଙ୍କାର ପୁରଷ୍କାର ଦିଆଯାଇଛି। ଜିତିବା ପରେ ଏହି କୁନି ଡ୍ୟାନ୍ସର କହିଥିଲେ ଯେ, ସୁପର୍‌ ଡ୍ୟାନ୍ସର୍‌ ଟ୍ରଫି ଜିତି ମୋତେ ବହୁତ ଖୁସି ଲାଗୁଛି। ମୁଁ ଡ୍ୟାନ୍ସ କରିବା ଜାରି ରଖିବି। ଏବେ ମୁଁ ମୋ ଘର କୋଲକାତା ଯାଇ ସମସ୍ତଙ୍କ ସହ ସେଲିବ୍ରେଟ୍ କରିବି।

Advertisment

https://www.instagram.com/p/ByXd5bpJe4E/?utm_source=ig_web_copy_link

ଏହି ମୁକାବିଲାରେ ମୁମ୍ବାଇର ତେଜସ୍‌ ବର୍ମା ରନର୍ସ ଅପ୍‌ ହୋଇଥିଲେ। ‘ସୁପର୍‌ ଡ୍ୟାନ୍ସ’ ଫାଇନାଲ୍‌ରେ ଜଜ୍‌ ଅନୁରାଗ ବାସୁ, ଶିଲ୍ପା ସେଟ୍ଟି ଏବଂ ଗୀତା କପୁର୍‌ ମଧ୍ୟ ଉପସ୍ଥିତ ଥିଲେ। ଗ୍ରାଣ୍ଡ ଫିନାଲେକୁ ସ୍ମରଣୀୟ କରିବା ପାଇଁ ଶିଲ୍ପା ସେଟ୍ଟି ପ୍ରଥମ ଥର ପାଇଁ ଭରତନାଟ୍ୟମ୍‌ କରିଥିଲେ।

https://www.instagram.com/p/BwlgG__n-A5/?utm_source=ig_web_copy_link

ଶିଳ୍ପା ରୁପ୍‌ସାଙ୍କ ବିଜୟକୁ ନେଇ ଖୁସିରେ କହିଥିଲେ ଯେ, ଯେଉଁଭଳି ଭାବରେ ସେ ଡ୍ୟାନ୍ସ ପ୍ରଦର୍ଶନ କରିଥିଲେ ବାସ୍ତବରେ ସେ ବିଜୟୀ ହେବାର ହକ୍‌ଦାର୍‌। ସେହିଭଳି ରୁପ୍‌ସା ଆଗକୁ ଏହି ଭଳି ଡ୍ୟାନ୍ସ ଜାରି ରଖନ୍ତୁ ବୋଲି ଜଜ୍‌ ଗୀତା କପୁର୍‌ କହିଥିଲେ।

https://www.instagram.com/p/ByXjjlzJUEs/?utm_source=ig_web_copy_link

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe