Advertisment

ସୁପରଷ୍ଟାର ଅଲ୍ଲୁ ଅର୍ଜୁନ ଗିରଫ

‘ପୁଷ୍ପା’ ଫେମ୍ ଅଲ୍ଲୁ ଅର୍ଜୁନଙ୍କୁ ବାନ୍ଧିଛି ହାଇଦ୍ରାବାଦ ପୁଲିସ।

author-image
Jitendra Garnayak
ଅଦ୍ୟତନ ହୋଇଛି
Allu Arjun

Allu Arjun

‘ପୁଷ୍ପା’ ଫେମ୍ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କୁ ଆଜି ଗିରଫ କରିଛି ହାଇଦ୍ରାବାଦ ପୁଲିସ୍। ପୁଷ୍ପା-୨ର ସ୍କ୍ରିନିଂ ବେଳେ ହାଇଦ୍ରାବାଦର ସନ୍ଧ୍ୟା ଥିଏଟରରେ ହୋଇଥିବା ଦଳାଚକଟା ମାମଲାରେ ତାଙ୍କୁ ଗିରଫ କରାଯାଇଛି। ଏହି ଦଳଚକଟାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିଲା।

Advertisment

ଡିସେମ୍ବର ୪ ତାରିଖରେ ପୁଷ୍ପା-୨ର ସ୍କ୍ରିନିଂ ପାଇଁ ସନ୍ଧ୍ୟା ଥିଏଟରକୁ ଅଲ୍ଲୁ ଅର୍ଜୁନ ଆସୁଥିବା ନେଇ ତେଲଙ୍ଗାନା ପୁଲିସକୁ ଅବଗତ କରାଯାଇ ନଥିଲା ବୋଲି ଅଭିଯୋଗ ହୋଇଛି। କିନ୍ତୁ ଥିଏଟର କର୍ତ୍ତୃପକ୍ଷ ଅଲ୍ଲୁ ଅର୍ଜୁନ ଆସୁଥିବା କଥା ଜାଣିଥିଲେ। ଯଦି ପୁଲିସ ଜାଣିଥା’ନ୍ତା,ତା’ହେଲେ ଅଲ୍ଲୁ ଅର୍ଜୁନ ଆସିବା ପୂର୍ବରୁ ଅଧିକ ଫୋର୍ସ ମୁତୟନ କରିବା ସହିତ ସୁରକ୍ଷା ବ୍ୟବସ୍ଥାକୁ ଉତ୍ତମ କରିପାରିଥା’ନ୍ତା। ସେହିଭଳି ଦର୍ଶକଙ୍କ ପାଇଁ ପୃଥକ ପୃଥକ ପ୍ରବେଶ ଓ ପ୍ରସ୍ଥାନ ଦ୍ୱାରର ବ୍ୟବସ୍ଥା ନଥିଲା। ଯେହେତୁ ବହୁ ସଂଖ୍ୟାରେ ଲୋକ ଥିଏଟରରେ ପହଞ୍ଚିଥିଲେ ଓ ସେହି ତୁଳନାରେ ସୁରକ୍ଷା ବ୍ୟବସ୍ଥାହୋଇ ନଥିଲା,ତେଣୁ ଦଳା ଚକଟା ହୋଇଥିଲା। 

ଅଲ୍ଲୁ ଅର୍ଜୁନଙ୍କୁ ଦେଖିବା ପାଇଁ ସନ୍ଧ୍ୟା ଥିଏଟରରେ ଲୋକଙ୍କ ଭିଡ଼ ଜମି ଥିଲା। ପ୍ରବଳ ଭିଡ଼ ଯୋଗୁ ଦଳଚକଟାରେ ପଡ଼ି ଜଣେ ୩୯ ବର୍ଷୀୟା ମହିଳା ଅଣନିଃଶ୍ୱାସୀ ହୋଇଯାଇଥିଲେ ଓ ତାଙ୍କ ମୃତ୍ୟୁ ଘଟିଥିଲା। ତାଙ୍କର ଆଠ ବର୍ଷର ପୁଅ ମଧ୍ୟ ଗୁରୁତର ହୋଇପଡ଼ିଥିଲେ। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏହି ଘଟଣାକୁ ନେଇ ମୃତ ମହିଳାଙ୍କ ପରିବାର ଲୋକେ ଡିସେମ୍ବର ୫ ତାରିଖରେ ଅଲ୍ଲୁ ଅର୍ଜୁନ, ତାଙ୍କ ସୁରକ୍ଷା କର୍ମଚାରୀ ଓ ଥିଏଟର କର୍ତ୍ତୃପକ୍ଷଙ୍କ ବିରୋଧରେ ଥାନାରେ ଏତଲା ଦେଇଥିଲେ। ପୁଲିସ ମାମଲା ରୁଜୁ କରିବା ସହିତ ଘଟଣାର ତଦନ୍ତ କରି ଆଜି ଅଲ୍ଲୁ ଅର୍ଜୁନଙ୍କୁ ଗିରଫ କରିଛି। 

Advertisment