Advertisment

କାହା ପାଇଁ ଏମିତି ଲେଖିଲେ ସୁପରଷ୍ଟାର ଅନୁଭବ ମହାନ୍ତି

ଅନୁଭବଙ୍କ ପୂର୍ବରୁ ଅରିନ୍ଦମ ରାୟ ସୋଶାଲ ମିଡ଼ିଆ ଫେସବୁକ୍‌ରେ ‘ମଞ୍ଜ ଭାଇ’ ବୋଲି ସମ୍ୱୋଧନ କରି ଲେଖିଥିଲେ। ହେଲେ ସେ କାହାକୁ ‘ମଞ୍ଜ ଭାଇ’ ବୋଲି ସମ୍ୱୋଧନ କରିଥିଲେ, ତାହା ଜଣାପଡ଼ି ନାହିଁ।

ଅଦ୍ୟତନ ହୋଇଛି
undefined

Anubhav Mohanty

Advertisment

୧୨ ଘଣ୍ଟା ତଳେ ସୋଶାଲ ମିଡିଆରେ ସୁପରଷ୍ଟାର ଅନୁଭବ ମହାନ୍ତି ଚିରାଚରିତ ଢଙ୍ଗରେ ଗୋଟିଏ ପୋଷ୍ଟ କରିଛନ୍ତି। ଯେଉଁଥିରେ ସେ ଲେଖିଛନ୍ତି, ଜୟ ଜଗନ୍ନାଥ ରେସ୍‌ପେକ୍ଟେଡ୍‌ ଡିଅର ମିଷ୍ଟର ରେକର୍ଡିଂ। ସତକୁ ସାମ୍ନା କରିବା ପାଇଁ ଆଜିଠାରୁ ପ୍ରସ୍ତୁତ ରୁହ। ଆଜି କେବଳ ଆରମ୍ଭ ହୋଇଛି ବୋଲି ଅନୁଭବ ଫେସ୍‌ବୁକ୍‌ରେ ଲେଖିଛନ୍ତି। ତେବେ ସେ କାହା ଉଦ୍ଦେଶ୍ୟରେ ଏପରି ଲେଖିଛନ୍ତି, ତାହା ଜଣାପଡ଼ି ନାହିଁ।

Advertisment

ଚର୍ଚ୍ଚା ହେଉଛି, ବିବାଦୀୟ ଅଭିନେତା ମନୋଜ ମିଶ୍ରଙ୍କୁ ଇଙ୍ଗିତ କରି ଅନୁଭବ ଏମିତି ଲେଖିଥାଇପାରନ୍ତି। ତେବେ ଏହି ପୋଷ୍ଟକୁ ଏବେ ସୋଶାଲ ମିଡିଆରେ ଝଡ଼ ସୃଷ୍ଟି ହୋଇଛି। ଅନୁଭବଙ୍କ ଫଲୋୟର୍ସ ଓ ମନୋଜ ମିଶ୍ରଙ୍କ ଫଲୋୟର୍ସ ମୁହାଁମୁହିଁ ହୋଇଛନ୍ତି।

ସେପଟେ ଅନୁଭବଙ୍କ ପୂର୍ବରୁ ଅରିନ୍ଦମ ରାୟ ସୋଶାଲ ମିଡ଼ିଆ ଫେସବୁକ୍‌ରେ ‘ମଞ୍ଜ ଭାଇ’ ବୋଲି ସମ୍ୱୋଧନ କରି ଲେଖିଥିଲେ। ହେଲେ ସେ କାହାକୁ ‘ମଞ୍ଜ ଭାଇ’ ବୋଲି ସମ୍ୱୋଧନ କରିଥିଲେ, ତାହା ଜଣାପଡ଼ି ନାହିଁ। ତେବେ ସେ ଶେଆର କରିଥିବା ଫଟୋକୁ ଦେଖିଲେ ମନୋଜ ମିଶ୍ରଙ୍କୁ ‘ମଞ୍ଜ ଭାଇ’ ବୋଲି ସମ୍ୱୋଧିତ କରିଥିବା ଆଲୋଚନା ହେଉଛି।

Advertisment

ସୂଚନାରୁ ପ୍ରକାଶ, ଅଭିନେତା ମନୋଜ ମିଶ୍ରଙ୍କୁ କେତେ ଜଣ ପ୍ରଯୋଜକ ବାସନ୍ଦ କରିବା ପରେ ଦେଖାଦେଇଥିଲା ବିବାଦୀୟ ପରିସ୍ଥିତି। ମୁହାଁମୁହିଁ ହୋଇଥିଲେ ପ୍ରଯୋଜକ ସଂଘ ଓ ମନୋଜ ମିଶ୍ର। ସ୍ଥିତି ବଢ଼ିବା ପରେ ବିବାଦ ସମାଧାନ ପାଇଁ ମନୋଜ ମିଶ୍ରଙ୍କୁ ଡାକିଥିଲା ପ୍ରଯୋଜକ ସଂଘ। ହେଲେ ସେ ଆସିନଥିଲେ। ସେପଟେ ସେ କିଛି ବାର୍ତ୍ତାଳାପର ଅଡିଓ ସୋଶାଲ୍‌ ମିଡିଆରେ ଛାଡ଼ିଥିଲେ। ଏହା ପରେ ଅରିନ୍ଦମ ନିଜ ଫେସ୍‌ବୁକ୍ ପେଜରେ ଗୋଟିଏ ‘ଲଲିପପ୍‌’ ପୋଷ୍ଟ କରିଥିଲେ। ସେହିପରି ଅନୁଭବ ଲେଖିଥିଲେ, ଜୟ ଜଗନ୍ନାଥ ରେସ୍‌ପେକ୍ଟେଡ୍‌ ଡିଅର ମିଷ୍ଟର ରେକର୍ଡିଂ.......।

Ollywood Actor Entertainment Manoj Mishra
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe