Advertisment

ରଜନୀକାନ୍ତଙ୍କ ହାଇ ବଜେଟ୍‌ ଫିଲ୍ମ 2.0 ଟ୍ରେଲର ରିଲିଜ୍‌, ପରଦାକୁ କେବେ ଆସିବ ଜାଣନ୍ତୁ

ମୁମ୍ବାଇ: ସୁପରଷ୍ଟାର ରଜନୀକାନ୍ତଙ୍କ ଅପ୍‌କମିଂ ସାଇନ୍ସ ଫିକ୍ସନ ଫିଲ୍ମ 2.0 ଟ୍ରେଲର୍‌ ରିଲିଜ୍‌ ହୋଇଯାଇଛି। ଶନିବାର ଫିଲ୍ମର ଟ୍ରେଲର ତ୍ରିଭାସୀ ତଥା ହିନ୍ଦୀ, ତାମିଲ୍‌ ଏବଂ ତେଲ୍‌ଗୁରେ ରିଲିଜ୍‌ କରାଯାଇଛି। ଏହି ଫିଲ୍ମରେ ରଜନୀକାନ୍ତଙ୍କ ବ୍ୟତୀତ ଅକ୍ଷୟ କୁମାର, ଏମିଜ୍ୟାକ୍ସନ, ଆଦିଲ୍‌ ହୁସେନ୍‌ ଓ ଶୁଧାଂଶୁ ପାଣ୍ଡେ ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି। ଫିଲ୍ମରେ ଜବରଦସ୍ତ ଟେକ୍ନୋଲୋଜିର ବ୍ୟବହାର କରାଯାଇଥିବା ଟ୍ରେଲରରୁ ହିଁ ସ୍ପଷ୍ଟ ହେଉଛି। ଏହା ଛଡ଼ା ଫିଲ୍ମର ବଜେଟ୍‌ ବି ଆକାଶଛୁଆଁ। ଯାହା ଜାଣିଲେ ଆପଣ […]

ରଜନୀକାନ୍ତଙ୍କ ହାଇ ବଜେଟ୍‌ ଫିଲ୍ମ 2.0 ଟ୍ରେଲର ରିଲିଜ୍‌, ପରଦାକୁ କେବେ ଆସିବ ଜାଣନ୍ତୁ

akhhaya

Advertisment

ମୁମ୍ବାଇ: ସୁପରଷ୍ଟାର ରଜନୀକାନ୍ତଙ୍କ ଅପ୍‌କମିଂ ସାଇନ୍ସ ଫିକ୍ସନ ଫିଲ୍ମ 2.0 ଟ୍ରେଲର୍‌ ରିଲିଜ୍‌ ହୋଇଯାଇଛି। ଶନିବାର ଫିଲ୍ମର ଟ୍ରେଲର ତ୍ରିଭାସୀ ତଥା ହିନ୍ଦୀ, ତାମିଲ୍‌ ଏବଂ ତେଲ୍‌ଗୁରେ ରିଲିଜ୍‌ କରାଯାଇଛି। ଏହି ଫିଲ୍ମରେ ରଜନୀକାନ୍ତଙ୍କ ବ୍ୟତୀତ ଅକ୍ଷୟ କୁମାର, ଏମିଜ୍ୟାକ୍ସନ, ଆଦିଲ୍‌ ହୁସେନ୍‌ ଓ ଶୁଧାଂଶୁ ପାଣ୍ଡେ ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି। ଫିଲ୍ମରେ ଜବରଦସ୍ତ ଟେକ୍ନୋଲୋଜିର ବ୍ୟବହାର କରାଯାଇଥିବା ଟ୍ରେଲରରୁ ହିଁ ସ୍ପଷ୍ଟ ହେଉଛି।

Advertisment

ଏହା ଛଡ଼ା ଫିଲ୍ମର ବଜେଟ୍‌ ବି ଆକାଶଛୁଆଁ। ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ୨୦୦ବା ୩୦୦ କୋଟି ଏହି ଫିଲ୍ମ ପ୍ରାୟ ୬୦୦ କୋଟି ଟଙ୍କା ବଜେଟ୍‌ରେ ନିର୍ମିତ ହୋଇଛି। ଫିଲ୍ମରେ ରଜନୀକାନ୍ତ ଜଣେ ବୈଜ୍ଞାନିକ ରୋବର୍ଟ ଚରିତ୍ରରେ ଅଭିନୟ କରିଛନ୍ତି। ଫିଲ୍ମର ନିର୍ଦ୍ଦେଶକ ଏସ୍‌. ଶଙ୍କର କହିଛନ୍ତି, ଦର୍ଶକ ରଜନୀକାନ୍ତଙ୍କୁ ବିଭିନ୍ନ ଅବତାରରେ ଦେଖିପାରିବେ।

ତାମିଲ୍‌, ତେଲ୍‌ଗୁ ଓ ହିନ୍ଦୀରେ ରିଲିଜ୍‌ ହୋଇଥିବା 2.0ରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଏ.ଆର୍‌ ରେହମାନ୍‌। ଫିଲ୍ମଟି ନଭେମ୍ବର ୨୯କୁ ରିଲିଜ୍‌ ହେବ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe