Advertisment

ଅନ୍ଧବିଶ୍ୱାସୀ ଜାହ୍ନବୀ! ଫିଲ୍ମକୁ ନେଇ କହିଲେ ଏମିତି କଥା

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଜାହ୍ନବୀ କପୁର୍‌ ତାଙ୍କ ଆଗାମୀ ଫିଲ୍ମ ‘ରୁହ୍‌-ଆଫ୍‌ଜା’ର ସୁଟିଂରେ ବ୍ୟସ୍ଥ ଅଛନ୍ତି। ଏହି ଫିଲ୍ମ ପାଇଁ ସେ ବହୁତ ପରିଶ୍ରମ କରୁଛନ୍ତି। କିନ୍ତୁ ‘ଅନ୍ଧବିଶ୍ୱାସ’ ଯୋଗୁ ଜାହ୍ନବୀ ତାଙ୍କ ଫିଲ୍ମ ବିଷୟରେ କାହାକୁ କିଛି କହିଁବାକୁ ଚାହୁଁନାହାନ୍ତି। ବୁଧବାର ‘ଗ୍ରାଜିଆ ମିଲେନିଆଲ୍‌ ଆୱାଡ୍‌ ୨୦୧୯’ରେ ଜାହ୍ନବୀଙ୍କୁ ତାଙ୍କ ଆଗାମୀ ଫିଲ୍ମ ବିଷୟରେ ପଚରାଯାଇଥିଲା। https://www.instagram.com/p/BnoPBTlnIgL/?utm_source=ig_web_copy_link ସେ କହିଥିଲେ ଯେ, ‘ଫିଲ୍ମର ଶୁଟିଂ ବହୁତ ଭଲରେ ଚାଲିଛି। ଆପଣ ମୋତେ ଅନ୍ଧବିଶ୍ୱାସୀ କୁହନ୍ତୁ ବା […]

author-image
Rosalin Rath
ଅଦ୍ୟତନ ହୋଇଛି
ଅନ୍ଧବିଶ୍ୱାସୀ ଜାହ୍ନବୀ! ଫିଲ୍ମକୁ ନେଇ କହିଲେ ଏମିତି କଥା

oo1

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଜାହ୍ନବୀ କପୁର୍‌ ତାଙ୍କ ଆଗାମୀ ଫିଲ୍ମ ‘ରୁହ୍‌-ଆଫ୍‌ଜା’ର ସୁଟିଂରେ ବ୍ୟସ୍ଥ ଅଛନ୍ତି। ଏହି ଫିଲ୍ମ ପାଇଁ ସେ ବହୁତ ପରିଶ୍ରମ କରୁଛନ୍ତି। କିନ୍ତୁ 'ଅନ୍ଧବିଶ୍ୱାସ' ଯୋଗୁ ଜାହ୍ନବୀ ତାଙ୍କ ଫିଲ୍ମ ବିଷୟରେ କାହାକୁ କିଛି କହିଁବାକୁ ଚାହୁଁନାହାନ୍ତି। ବୁଧବାର ‘ଗ୍ରାଜିଆ ମିଲେନିଆଲ୍‌ ଆୱାଡ୍‌ ୨୦୧୯’ରେ ଜାହ୍ନବୀଙ୍କୁ ତାଙ୍କ ଆଗାମୀ ଫିଲ୍ମ ବିଷୟରେ ପଚରାଯାଇଥିଲା।

Advertisment

https://www.instagram.com/p/BnoPBTlnIgL/?utm_source=ig_web_copy_link

ସେ କହିଥିଲେ ଯେ, ‘ଫିଲ୍ମର ଶୁଟିଂ ବହୁତ ଭଲରେ ଚାଲିଛି। ଆପଣ ମୋତେ ଅନ୍ଧବିଶ୍ୱାସୀ କୁହନ୍ତୁ ବା ପୂରୁଣା ବିଚାରଧାରା ନେଇ ଚାଲୁଥିବା ଝିଅ କୁହନ୍ତୁ, କିନ୍ତୁ ମୋତେ ଏହା ଲାଗୁଛି ଯେ, ମୁଁ ଯଦି ମୋ ଆଗାମୀ ଫିଲ୍ମ ବିଷୟରେ ଅଧିକା କଥା କହିବି ତା'ହେଲେ ଲୋକଙ୍କର ଖରାପ ନଜର ଲାଗିଯାଇ ପାରେ। ଏଥିପାଇଁ ମୁଁ ଫିଲ୍ମ ବିଷୟରେ ଅଧିକା କିଛି କହୁନାହିଁ’।

https://twitter.com/taran_adarsh/status/1111468353787437056

ଏଠାରେ ଆମେ କହିରଖିବାକୁ ଚାହୁଁଛୁ ଯେ, ଜାହ୍ନବୀ କପୁର୍‌ ତାଙ୍କର ଏହି ଫିଲ୍ମ ବିଷୟରେ ସୋଶାଲ୍‌ ମିଡିଆରେ ସୂଚନା ଦେଇଥିଲେ। ଫିଲ୍ମରେ ଜାହ୍ନବୀଙ୍କ ସହ ଅଭିନେତା ରାଜ୍‌କୁମାର୍‌ ରାଓ ମଧ୍ୟ ନାୟକ ଭୂମିକାରେ ଅଛନ୍ତି। ଦିନେଶ ଭିଜନ୍‌ ଏବଂ ମ୍ରିଘ୍‌ଦିପ୍‌ ସିଂହ ଲିମ୍ବା ଏହି ଫିଲ୍ମର ପ୍ରଯୋଜକ ଅଛନ୍ତି। ହାର୍ଦ୍ଦିକ ମେହେଟ୍ଟା ଏହି ଫିଲ୍ମର ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି। ଏହା ଆଗାମୀ ବର୍ଷ ମାର୍ଚ୍ଚ ୨୦ ରେ ରିଲିଜ୍‌ ହେବ। ଫିଲ୍ମରେ ଜାହ୍ନବୀ ଡବଲ୍‌ ରୋଲ୍‌ରେ ଅଭିନୟ କରୁଛନ୍ତି।

Advertisment

https://www.instagram.com/p/Bp4bDcwnoZC/?utm_source=ig_web_copy_link

ଏବେ ଜାହ୍ନବୀ କପୁର୍‌ ପାଇଲଟ୍‌ ଗୁଞ୍ଜନ୍‌ ସକ୍‌ସେନାଙ୍କ ବାୟୋପିକ୍‌ର ଶୁଟିଂରେ ବ୍ୟସ୍ଥ ଅଛନ୍ତି। ସେ ଗତବର୍ଷ ‘ଧଡକ୍‌’ ଫିଲ୍ମ ଜରିଆରେ ବଲିଉଡ୍‌ରେ ପାଦ ଥାପିଥିଲେ।