Advertisment

ଅଭିନେତ୍ରୀ ରାଗିଣୀଙ୍କ ଜାମିନ ଆବେଦନ ଶୁଣାଣି ସ୍ଥଗିତ

ମୁମ୍ବାଇ: ଚନ୍ଦନକାଠ ଓ ଡ୍ରଗ୍ସ ମାମଲାରେ କନ୍ନଡ ଅଭିନେତ୍ରୀ ରାଗିଣୀ ଦ୍ୱିବେଦୀଙ୍କ ବଢ଼ିଲା ସମସ୍ୟା। ସ୍ଥଗିତ ହେଲା ତାଙ୍କ ଜାମିନ ଆବେଦନ ଶୁଣାଣି। ଡ୍ରଗ୍ସ କାବରାର ମାମଲାରେ ୨୦୨୦ ଡିସେମ୍ବର ୪ ତାରିଖରେ ରାଗିଣୀ ଗିରଫ ହୋଇଛଥିଲେ। ଏହାପରେ ଜାମିନ ପାଇଁ ସେ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ । କିନ୍ତୁ କୋର୍ଟ ଏହି ଶୁଣାଣିକୁ ଏବେ ସ୍ଥଗିତ କରିଦେଇଛନ୍ତି। ସୂଚନା ଆନୁସାରେ, ସୁପ୍ରିମକୋର୍ଟରେ ରାଗିଣୀଙ୍କ ଜାମିନ ଆବେଦନର ଶୁଣାଣିକୁ ଆସନ୍ତା ମଙ୍ଗଳବାର ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ପ୍ରଥମେ […]

author-image
Madhupriya Mistry
ଅଭିନେତ୍ରୀ ରାଗିଣୀଙ୍କ ଜାମିନ ଆବେଦନ ଶୁଣାଣି ସ୍ଥଗିତ

ragini

ମୁମ୍ବାଇ: ଚନ୍ଦନକାଠ ଓ ଡ୍ରଗ୍ସ ମାମଲାରେ କନ୍ନଡ ଅଭିନେତ୍ରୀ ରାଗିଣୀ ଦ୍ୱିବେଦୀଙ୍କ ବଢ଼ିଲା ସମସ୍ୟା। ସ୍ଥଗିତ ହେଲା ତାଙ୍କ ଜାମିନ ଆବେଦନ ଶୁଣାଣି। ଡ୍ରଗ୍ସ କାବରାର ମାମଲାରେ ୨୦୨୦ ଡିସେମ୍ବର ୪ ତାରିଖରେ ରାଗିଣୀ ଗିରଫ ହୋଇଛଥିଲେ। ଏହାପରେ ଜାମିନ ପାଇଁ ସେ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ । କିନ୍ତୁ କୋର୍ଟ ଏହି ଶୁଣାଣିକୁ ଏବେ ସ୍ଥଗିତ କରିଦେଇଛନ୍ତି।

Advertisment

ସୂଚନା ଆନୁସାରେ, ସୁପ୍ରିମକୋର୍ଟରେ ରାଗିଣୀଙ୍କ ଜାମିନ ଆବେଦନର ଶୁଣାଣିକୁ ଆସନ୍ତା ମଙ୍ଗଳବାର ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ପ୍ରଥମେ କର୍ଣ୍ଣାଟକ ହାଇକୋର୍ଟରେ ରାଗିଣୀଙ୍କ ଜାମିନ ଆବେଦନ ଖାରଜ ହେବା ପରେ ସେ ଏହାକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲେ। ଏବେ ଏଠି ମଧ୍ୟ ତାଙ୍କୁ ନିରାଶ ହେବାକୁ ପଡିଛି। ତାଙ୍କ ଆବେଦନର ଶୁଣାଣି ୧୯ ଜାନୁଆରୀ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି।

ସୂଚନା ମୁତାବକ ଗତ କିଛି ଦିନ ପୂର୍ବେ ବେଙ୍ଗାଲୁରୁରେ ହାଇ ପ୍ରୋଫାଇଲ ଡ୍ରଗ ପାର୍ଟିର ଆୟୋଜନ କରୁଥିବା ବ୍ୟକ୍ତିକୁ ଏନସିବି ଗିରଫ କରିଥିଲା। ଏହି ମାମଲାର ତଦନ୍ତ ପାଇଁ ଅନେକ ଡ୍ରଗ ମାଫିଆଙ୍କୁ ଗିରଫ କରାଯିବା ସହ ରାଗିଣୀ ଦ୍ୱିବେଦୀ ଓ ସଞ୍ଜନା ଗଲରାନୀଙ୍କୁ ମଧ୍ୟ ଗିରଫ କରାଯାଇଥିଲା । ଗିରଫଦାରୀ ପରେ ରାଗିଣୀଙ୍କର ପ୍ରଥମ ଡୋପ୍ ଟେଷ୍ଟ କରାଯାଇଥିଲା। ଏହାର ସାମ୍ପଲ ବଦଳାଇବାକୁ ସେ ଉଦ୍ୟମ କରିଥିଲେ।

Advertisment
Drugs Case