Advertisment

Jana Nayagan: ବିଜୟଙ୍କ ‘ଜୟ ନାୟଗନ’କୁ ସୁପ୍ରିମ ଝଟକା

ଜାନୁଆରୀ ୯ରେ ରିଲିଜ ହେବାକୁ ଥିବା ଜନ ନାୟଗନକୁ ଏଯାଏ ସେନସର ବୋର୍ଡର ଅନୁମତିପତ୍ର ମିଳି ନାହିଁ। ଏଥିପାଇଁ ବିଜୟଙ୍କ ଫିଲ୍ମକୁ ନେଇ ଛକାପଞ୍ଝା ଲାଗି ରହିଛି। ଏହି ଫିଲ୍ମର ନିର୍ଦ୍ଦେଶନା ଏଚ ବିନୋତ ଦେଇଥିବା ବେଳେ କେଭିଏନ ପ୍ରଡକ୍ସନ ଏହାର ପ୍ରଯୋଜନା ଦାୟିତ୍ୱରେ ରହିଛି।

Vijay

ଅଭିନେତା ବିଜୟ

Advertisment

ସୁପରଷ୍ଟାର ବିଜୟ(Actor Politician Vijay)ଙ୍କ ଆଗାମୀ ସିନେମା ଜୟ ନାୟଗନକୁ ନେଇ ବିବାଦ ଥମିବାର ନାଁ ଧୁରନି। ରିଲିଜ ପ୍ରାମଣପତ୍ର ପାଇଁ ପ୍ରଯୋଜନା ସଂସ୍ଥା କରିଥିବା ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରି ଦେଇଛନ୍ତି। ଏଥିସହ ପ୍ରଯୋଜନା ସଂସ୍ଥାକୁ ପୁଣିଥରେ ମାଡ୍ରାସ ହାଇକୋର୍ଟରେ ରିଲିଜ ସଂକ୍ରାନ୍ତ ଆବେଦନ କରିବାକୁ ସର୍ବୋଚ୍ଚ ଅଦାଲତ କରିଛନ୍ତି।

Advertisment

ଜାନୁଆରୀ ୯ରେ ରିଲିଜ ହେବାକୁ ଥିବା ଜନ ନାୟଗନକୁ ଏଯାଏ ସେନସର ବୋର୍ଡର ଅନୁମତିପତ୍ର ମିଳି ନାହିଁ। ଏଥିପାଇଁ ବିଜୟଙ୍କ ଫିଲ୍ମକୁ ନେଇ ଛକାପଞ୍ଝା ଲାଗି ରହିଛି। ଏହି ଫିଲ୍ମର ନିର୍ଦ୍ଦେଶନା ଏଚ ବିନୋତ ଦେଇଥିବା ବେଳେ କେଭିଏନ ପ୍ରଡକ୍ସନ ଏହାର ପ୍ରଯୋଜନା ଦାୟିତ୍ୱରେ ରହିଛି। ସେନସର ବୋର୍ଡ ରିଲିଜ ପାଇଁ ଅନୁମତି ଦେଉ ନଥିବାରୁ ତତ୍କାଳ ଶୁଶାଣି ଦାବିରେ ଜୟ ନାୟଗନର ପ୍ରଯୋଜନା ସଂସ୍ଥା ସୁପ୍ରିମକୋର୍ଟରେ ପହଞ୍ଚିଥିଲା।

ହେଲେ କୋର୍ଟ ସଂସ୍ଥାକୁ ମାଡ୍ରାସ ହାଇକୋର୍ଟରେ ଆବେଦନ କରିବାକୁ କହିଛନ୍ତି। ଜାନୁଆରୀ ୨୦ରେ ମାଡ୍ରାସ ହାଇକୋର୍ଟ ଆବେଦନର ବିଚାର କରି ରାୟ ଦେବାକୁ ମଧ୍ୟ ସର୍ବୋଚ୍ଚ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି। 

Advertisment

ଆବେଦନର ଶୁଣାଣି କରିବାକୁ ଇଚ୍ଛୁକ ନଥିବା ସୁପ୍ରିମକୋର୍ଟ କହିବା ସହ ତରବରିଆ ଭାବେ ଜୟ ନାୟଗନ ଟିମ ଶୁଣାଣି ପାଇଁ ଜିଦ କରିବରାକୁ ନାସନ୍ଦ କରିଛନ୍ତି। ସେନସର ଅନୁମତି ପାଇଁ ଫିଲ୍ମ ନିର୍ମାଣକାରୀ ସଂସ୍ଥା କରିଥିବା ନିବେଦନକୁ ମଧ୍ୟ କୋର୍ଟ ଖାରଜ କରିଛନ୍ତି। ଜନ ନାୟଗନ ସିନେମାକୁ ବିଜୟଙ୍କ ଶେଷ ଫିଲ୍ମ ବୋଲି କୁହାଯାଉଛି।

ଏହି ସିନେମା ପରେ ବିଜୟ ତାଙ୍କର ସବୁ ସମୟ ରାଜନୀତିରେ ବିତାଇବେ। ସେ ତାଙ୍କ ଦଳ ଟିଭିକେ ପାଇଁ କାମ କରିବେ ବୋଲି ଜଣାପଡ଼ିଛି। ଜନ ନାୟଗନର ପ୍ରଯୋଜକଙ୍କ ପାଇଁ ପକ୍ଷ ରଖୁଥିବା ବରିଷ୍ଠ ଓକିଲ ମୁକୁଲ ରୋହତଗୀ କୋର୍ଟକୁ କହିଛନ୍ତି ଯେ “ଏହି ପ୍ରସଙ୍ଗ ଗୋଟିଏ ଫିଲ୍ମ ସହ ଜଡ଼ିତ।

ରିଲିଜ ପାଇଁ ଜାନୁଆରୀ ୯ ତାରିଖ ଧାର୍ଯ୍ୟ ହୋଇଥିଲା। ୫ ହଜାର ଥିଏଟର ଭାରତ ବର୍ଷରେ ଏଥିପାଇଁ ଉପଲବ୍ଧ ଥିଲେ। ୧୦ଟି କଟରେ ରିଲିଜ ପାଇଁ ଅନୁମତି ପତ୍ର ମିଳିବ ବୋଲି କୁହାଯାଇଥିଲେ। ହେଲେ ଏଯାଏ ଅନୁମତି ପତ୍ର ମିଳିନାହିଁ।”

ଏହା ଶୁଣି ଗୋଟିଏ ରଦ୍ଦ ହୋଇଥିବା ନିର୍ଦ୍ଦେଶକୁ କେବେ ହେଲେ ଚ୍ୟାଲେଞ୍ଜ କରାଯାଇ ପାରିବ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ସର୍ବୋଚ୍ଚ ଅଦାଲତ କହିଛନ୍ତି, “ଶ୍ରୀ ରୋହତଗୀ ଏହା ଅତ୍ୟନ୍ତ ତରବିଆ ଆବେଦନ। ଜାନୁଆରୀରେ ଏହି ମାମଲାର ଶୁଣାଣି ଡିଭିଜନ ବେଞ୍ଚରେ ଶୁଣାଣି ପାଇଁ ଧାର୍ଯ୍ୟ ହୋଇଥିବା ବେଳେ ଆପଣ ରଦ୍ଦ ହୋଇଥିବା ରାୟକୁ ଏପରି ଢଙ୍ଗରେ ଚ୍ୟାଲେଞ୍ଜ କରିପାରିବେ ନାହିଁ। ଆପଣ ଡିଭିଜନ ବେଞ୍ଚଙ୍କ ପାଖକୁ ଯାଆନ୍ତୁ।” 

ବିଜୟଙ୍କ ଅଭିନୀତ ଜନ ନାୟଗନକୁ UA ପ୍ରମାଣପତ୍ର ଦେବାକୁ ପ୍ରଥମେ ମାଡ୍ରାସ ହାଇକୋର୍ଟର ଜଣିକିଆ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଏହା ଉପରେ ମାଡ୍ରାସ ହାଇକୋର୍ଟର ଦୁଇ ଜଣିଆ ଖଣ୍ଡପୀଠ ରୋକ ଲଗାଇ ଦେଇଥିଲେ। ଦୁଇ ଜଣିଆ ଖଣ୍ଡପୀଠଙ୍କ ରାୟ ବିରୋଧରେ ଫିଲ୍ମ ପ୍ରଯୋଜନା ସଂସ୍ଥା ସୁପ୍ରିମକୋର୍ଟ ଯାଇଥିଲା। 

ସେନସର ବୋର୍ଡର କହିବା କଥା ଯେ ଫିଲ୍ମରେ ଭାରତୀୟ ସଶସ୍ତ୍ର ବଳର ପ୍ରତୀକୁ ଭୁଲ ଭାବେ ଉପସ୍ଥାପନ କରାଯାଇଛି। ସେହିପରି କିଛି ଦୃଶ୍ୟ ଅତ୍ୟନ୍ତ ଆପତ୍ତିଜନକ ରହିଛି। ଏହାର ସମୀକ୍ଷା ବିଶେଷଜ୍ଞ ଟିମ ନ ସାରିବା ଯାଏ ରିଲିଜ ପାଇଁ ପ୍ରମାଣପତ୍ର ଦିଆଯିବ ନାହିଁ। ଏହାକୁ ଏବେ କୋର୍ଟରେ ଫିଲ୍ମ ପ୍ରଯୋଜନା ସଂସ୍ଥା ଚ୍ୟାଲେଞ୍ଜ କରିଛି। 

Actor Politician Vijay
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe