Surbhi Chandna and Karan Sharma
ବାହା ହେବେ ଜଣାଶୁଣା ଟେଲିଭିଜନ ଅଭିନେତ୍ରୀ ସୁରଭି ଚନ୍ଦନା। ସେ ତାଙ୍କର ଦୀର୍ଘ ବର୍ଷର ବୟଫ୍ରେଣ୍ଡ କରଣ ଶର୍ମାଙ୍କୁ ବାହା ହେବେ। ଆଜି ସୁରଭି ଏହି ଘୋଷଣା କରିଛନ୍ତି। ସୋଶାଲ ମିଡିଆରେ ଦୁଇଟି ଫଟୋ ପୋଷ୍ଟ କରି ସେ ଏହି ସୂଚନା ଦେଇଛନ୍ତି। ଏହି ଫଟୋରେ ତାଙ୍କ ବୟଫ୍ରେଣ୍ଡ କରଣ ମଧ୍ୟ ଅଛନ୍ତି।
କରଣ ଓ ସୁରଭିଙ୍କ ବନ୍ଧୁତା ୧୩ ବର୍ଷ ତଳେ ଆରମ୍ଭ ହୋଇଥିଲା। ୧୩ ବର୍ଷ ଧରି ପରସ୍ପରକୁ ଡେଟିଂ କରିବା ପରେ ଏବେ ଏହି ସଂପର୍କକୁ ଆଉ ଏକ ସ୍ତରକୁ ନେବାକୁ ସେମାନେ ବାହା ହେବାକୁ ନିଷ୍ପତ୍ତି ନେଇଛନ୍ତି। ତେବେ ବାହାଘର ତାରିଖ ଘୋଷଣା କରି ନାହାନ୍ତି।
ପୂର୍ବରୁ ସୁରଭି ତାଙ୍କ ରିଲେସନଶିପ୍କୁ ନେଇ ମୁହଁ ଖୋଲୁ ନଥିଲେ। କରଣ ବି ଚୁପ୍ ରହୁଥିଲା। ତେବେ ପରେ ପରେ ଉଭୟ ସୋଶାଲ ମିଡିଆରେ ଫଟୋ ଶେଆର କଲେ। ସେହି ଫଟୋଗୁଡ଼ିକରେ ଉଭୟଙ୍କୁ ଦେଖିବାକୁ ମିଳୁଥିଲା।
ସୁରଭି ‘ଇଶକବାଜ’, ‘ସଞ୍ଜିବନୀ’ ଓ ‘ନାଗୀନ ୫’ ଭଳି ଲୋକପ୍ରିୟ ଟେଲିଭିଜନ ଧାରାବାହିକରେ ଅଭିନୟ କରିଛନ୍ତି। ସେହିଭଳି ତାରକ ମେହଟାକୁ ଉଲ୍ଟା ଚଷମା, ଦିଲ୍ ସମ୍ଭଲ ଯା ଜରା, ୟେ ହେ ମହବତେଁ ଭଳି କିଛି ଧାରାବାହିକରେ ସେ ଅତିଥି କଳାକାର ଭାବେ ଅଭିନୟ କରିଛନ୍ତି। ବଲିଉଡ୍ ଫିଲ୍ମ ‘ବବି ଜାସୁସ’ରେ ମଧ୍ୟ ସେ ଅଭିନୟ କରିଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/IMAGE_1705338227.jpg)