Advertisment

କାହାକୁ ପଚାରି ଡ୍ରେସ୍‌ ପିନ୍ଧନ୍ତି ସୂର୍ଯ୍ୟମୟୀ?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ‘ମିଷ୍ଟର ମଜ୍‌ନୁ’ଙ୍କର ୩ ଜଣ ଲୈଲାଙ୍କ ମଧ୍ୟରୁ ସୂର୍ଯ୍ୟମୟୀ ଜଣେ। ତେବେ ଏହି ଫିଲ୍ମରେ ‘ତୁ ଚଞ୍ଚଳ ନଈ’ ଗୀତରେ ସେନ୍‌ସେସ୍‌ନାଲ୍‌ ନୃତ୍ୟ କରି ଚର୍ଚ୍ଚାକୁ ଆସିଥିବା ସୂର୍ଯ୍ୟମୟୀ କୁଆଡ଼େ ପଚାରିକି ଡ୍ରେସ୍‌ ପିନ୍ଧନ୍ତି। ଯଦିଓ ସବୁବେଳେ ସେ ଡ୍ରେସ୍‌ ପିନ୍ଧିବା ପୂର୍ବରୁ କାହାକୁ ପଚାରନ୍ତି ନାହିଁ, ତଥାପି ପ୍ରାୟ ସମୟରେ ସେ ତାଙ୍କ ବଡ଼ ଭଉଣୀଙ୍କ ସହ କ’ଣ ପିନ୍ଧିବେ କ’ଣ ପିନ୍ଧିବେନି ସେ ନେଇ ଆଲୋଚନା କରନ୍ତି। ସୂର୍ଯ୍ୟମୟୀ କୁହନ୍ତି, ତାଙ୍କ […]

ଅଦ୍ୟତନ ହୋଇଛି
କାହାକୁ ପଚାରି ଡ୍ରେସ୍‌ ପିନ୍ଧନ୍ତି ସୂର୍ଯ୍ୟମୟୀ?

suryamayee

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ‘ମିଷ୍ଟର ମଜ୍‌ନୁ’ଙ୍କର ୩ ଜଣ ଲୈଲାଙ୍କ ମଧ୍ୟରୁ ସୂର୍ଯ୍ୟମୟୀ ଜଣେ। ତେବେ ଏହି ଫିଲ୍ମରେ ‘ତୁ ଚଞ୍ଚଳ ନଈ’ ଗୀତରେ ସେନ୍‌ସେସ୍‌ନାଲ୍‌ ନୃତ୍ୟ କରି ଚର୍ଚ୍ଚାକୁ ଆସିଥିବା ସୂର୍ଯ୍ୟମୟୀ କୁଆଡ଼େ ପଚାରିକି ଡ୍ରେସ୍‌ ପିନ୍ଧନ୍ତି। ଯଦିଓ ସବୁବେଳେ ସେ ଡ୍ରେସ୍‌ ପିନ୍ଧିବା ପୂର୍ବରୁ କାହାକୁ ପଚାରନ୍ତି ନାହିଁ, ତଥାପି ପ୍ରାୟ ସମୟରେ ସେ ତାଙ୍କ ବଡ଼ ଭଉଣୀଙ୍କ ସହ କ’ଣ ପିନ୍ଧିବେ କ’ଣ ପିନ୍ଧିବେନି ସେ ନେଇ ଆଲୋଚନା କରନ୍ତି। ସୂର୍ଯ୍ୟମୟୀ କୁହନ୍ତି, ତାଙ୍କ ବଡ଼ ଭଉଣୀଙ୍କର ଡ୍ରେସିଂ ସେନ୍ସ ଭଲ। ସେ ଯେତେବେଳେ କୌଣସି ସାକ୍ଷାତକାର ଦିଅନ୍ତି କିମ୍ବା ଆୱାର୍ଡ ଶୋ’କୁ ଯାଆନ୍ତି, ସେତେବେଳେ ସେ କ’ଣ ପିନ୍ଧିବେ, ସେକଥା ତାଙ୍କ ବଡ଼ ଭଉଣୀଙ୍କୁ ପଚାରନ୍ତି। ନିକଟରେ ରିଲିଜ୍‌ ହୋଇଛି ସୂର୍ଯ୍ୟମୟୀଙ୍କ ଫିଲ୍ମ ‘ମିଷ୍ଟର ମଜ୍‌ନୁ’। ଏହି ଫିଲ୍ମରେ ତାଙ୍କୁ ଏକଦମ୍‌ ଷ୍ଟାଇଲିସ୍‌ ଅବତାରରେ ଦେଖିବାକୁ ମିଳିଥିଲା। ଫିଲ୍ମର ଶୁଟିଂ ସମୟରେ ମଧ୍ୟ ପ୍ରତ୍ୟେକ ଦିନ ସେ କ’ଣ ପିନ୍ଧିବେ, ସେନେଇ ତାଙ୍କ ବଡ଼ ଭଉଣୀଙ୍କୁ ପଚାରୁଥିଲେ।

Advertisment

publive-imageସୂର୍ଯ୍ୟମୟୀ କୁହନ୍ତି, ଆଜି ଯଦି ସେ ଓଲିଉଡ୍‌ରେ ପାଦ ରଖିଛନ୍ତି ତା ପଛରେ ତାଙ୍କ ବଡ଼ ଭଉଣୀଙ୍କ ଅବଦାନ ରହିଛି। ଫିଲ୍ମ ଜଗତକୁ ଆସିବା ପୂର୍ବରୁ ତାଙ୍କ ବଡ଼ ଭଉଣୀ ତାଙ୍କୁ ଏକ ବିୟୁଟି ପ୍ୟାଜେଣ୍ଟରେ ଯୋଗ ଦେବାକୁ କହିଥିଲେ। ‘ମିସ୍‌ ଭାଇଜାକ୍‌’ ନାଁରେ ହେଉଥିବା ବିୟୁଟି ପ୍ୟାଜେଣ୍ଟରେ ଯୋଗ ଦେବାପରେ ସୂର୍ଯ୍ୟମୟୀ ସେଠାରେ ବିଜୟିନୀ ସାଜିଥିଲେ। ସେବେଠୁ ହିଁ ସୂର୍ଯ୍ୟମୟୀ ଅଭିନୟ ଜଗତକୁ ଆସିବାର ଚେଷ୍ଟା କରିଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe