ସୁଶାନ୍ତଙ୍କ ହାତରେ ଥିଲା ଏହି ସବୁ ଫିଲ୍ମ

ମୁମ୍ବାଇ: ଚଳିତ ମାସ ୧୪ ତାରିଖ ଦିନ ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ୟା କରିଥିଲେ। ମୁମ୍ବାଇର ବାନ୍ଦ୍ରା ସ୍ଥିତ ବାସଭବନରେ ସେ ବେକରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ। ଫିଲ୍ମ ‘କାଇ ପୋ ଚେ’ରୁ ଫିଲ୍ମରେ କ୍ୟାରିଅର ଆରମ୍ଭ କରିଥିବା ସୁଶାନ୍ତ ବିଷାଦଗ୍ରସ୍ତ ଥିଲେ। ତେଣୁ ସେ ଆତ୍ମହତ୍ୟା କରିଥିବା କୁହାଯାଉଛି। ତେବେ‌ ତାଙ୍କର ଏମିତି ମୃତ୍ୟୁ ସମସ୍ତଙ୍କୁ ସ୍ତବ୍ଧ କରି ଦେଇଛି। ଗୋଟିଏ ପଟେ କିଛି ଫିଲ୍ମ ତାଙ୍କ ହାତରୁ ଖସି ଯାଇଥିବା […]

sushant

sushant

Biswobandita Swain
  • Published: Tuesday, 23 June 2020
  • Updated: 23 June 2020, 11:30 AM IST

Sports

Latest News

ମୁମ୍ବାଇ: ଚଳିତ ମାସ ୧୪ ତାରିଖ ଦିନ ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ୟା କରିଥିଲେ। ମୁମ୍ବାଇର ବାନ୍ଦ୍ରା ସ୍ଥିତ ବାସଭବନରେ ସେ ବେକରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ। ଫିଲ୍ମ ‘କାଇ ପୋ ଚେ’ରୁ ଫିଲ୍ମରେ କ୍ୟାରିଅର ଆରମ୍ଭ କରିଥିବା ସୁଶାନ୍ତ ବିଷାଦଗ୍ରସ୍ତ ଥିଲେ। ତେଣୁ ସେ ଆତ୍ମହତ୍ୟା କରିଥିବା କୁହାଯାଉଛି। ତେବେ‌ ତାଙ୍କର ଏମିତି ମୃତ୍ୟୁ ସମସ୍ତଙ୍କୁ ସ୍ତବ୍ଧ କରି ଦେଇଛି। ଗୋଟିଏ ପଟେ କିଛି ଫିଲ୍ମ ତାଙ୍କ ହାତରୁ ଖସି ଯାଇଥିବା ନେଇ ଆଲୋଚନା ହେଉଥିବା ବେଳେ ଅନ୍ୟପଟେ ତାଙ୍କ ପାଖରେ ବେଶ୍ କିଛି ଭଲ ପ୍ରୋଜେକ୍ଟ ଥିଲା ବୋଲି ଜଣାପଡ଼ିଛି। ଆଉ ଏହି ସବୁ ଫିଲ୍ମରେ କାମ କରିବା ପାଇଁ ସେ ଖୁବ୍ ଉତ୍ସାହିତ ଥିଲେ ବୋଲି ଜଣାପଡ଼ିଛି।

ସୁଶାନ୍ତ ଓ ତାଙ୍କ ଗର୍ଲଫ୍ରେଣ୍ଡ ରିଆ ଚକ୍ରବର୍ତ୍ତୀଙ୍କୁ ନେଇ ଏକ ରୋମାଣ୍ଟିକ୍‌ କମେଡି ଫିଲ୍ମ ନିର୍ମାଣ କରିବାକୁ ଚାହୁଁଥିଲେ ନିର୍ଦ୍ଦେଶକ ରୁମି ଜାଫରି। ରୁମିଙ୍କ କହିବା ଅନୁଯାୟୀ, ଚଳିତ ବର୍ଷ ମେ’ ମାସରେ ଏହାର ଶୁଟିଂ ଆରମ୍ଭ ହୋଇଥା’ନ୍ତା। କିନ୍ତୁ ଲକ୍‌ଡାଉନ୍‌ ପାଇଁ ଶୁଟିଂ ସ୍ଥଗିତ ରଖାଯାଇଥିଲା। ସୁଶାନ୍ତ ଏହି ପ୍ରୋଜେକ୍ଟ ପାଇଁ ବେଶ୍‌ ଉତ୍ସାହିତ ଥିଲେ। ଏବଂ ଖୁବ୍‌ଶୀଘ୍ର ରିହରସଲ୍‌ ମଧ୍ୟ ଆରମ୍ଭ କରିବାକୁ ଚାହୁଁଥିଲେ।

ସୁଶାନ୍ତ ଫିଲ୍ମ ‘ଚନ୍ଦା ମାମା ଦୁର୍‌ କେ’ ଫିଲ୍ମରେ କାମ କରିବାର ଥିଲା। ତେବେ କୌଣସି କାରଣ ବଶତଃ ଏହାକୁ ବନ୍ଦ କରାଯାଇଥିଲା। ସଞ୍ଜୟ ପୁରନ୍‌ ସିଂହ ଚୌହାନ୍‌ ଏହାର ନିର୍ଦ୍ଦେଶନା ଦେଇଥା’ନ୍ତେ। ସୁଶାନ୍ତଙ୍କ ସହିତ ଏକ ନୂଆ ପ୍ରୋଜେକ୍ଟରେ କାମ କରିବାକୁ ସଞ୍ଜୟ କଥାବାର୍ତ୍ତା ଆରମ୍ଭ କରିଥିଲେ।

ନିର୍ଦ୍ଦେଶକ ଆନନ୍ଦ ଗାନ୍ଧୀ ମହାମାରୀକୁ ନେଇ ଏକ ଫିଲ୍ମ ନିର୍ମାଣ କରିବାକୁ ଯୋଜନା କରିଥିବା ବେଳେ ସୁଶାନ୍ତ ଏହା ସହିତ ଜଡ଼ିତ ହେବାକୁ ଆଗ୍ରହ ପ୍ରକାଶ କରିଥିଲେ। ଏହି ଫିଲ୍ମର ଟାଇଟଲ ‘ଏମର୍‌ଜେନ୍ସ’ ରଖାଯାଇଛି। ଆନନ୍ଦ ଗାନ୍ଧୀ କହିଛନ୍ତି, ଗତ ୩ ମାସ ଧରି ଆମେ ଏହି ଫିଲ୍ମକୁ ନେଇ ଚର୍ଚ୍ଚା କରୁଥିଲୁ। ଫିଲ୍ମର କାହାଣୀ ସୁଶାନ୍ତଙ୍କୁ ବେଶ୍‌ ପସନ୍ଦ ଆସିଥିଲା। ସେ ତାଙ୍କର ସହଯୋଗୀ, ମ୍ୟାନେଜର ଓ ବନ୍ଧୁମାନଙ୍କୁ ମଧ୍ୟ ଏ ବିଷୟରେ କହିସାରିଥିଲେ।

ପ୍ରଯୋଜକ ହୋଇଥା’ନ୍ତେ ସୁଶାନ୍ତ 

ସୁଶାନ୍ତ ସିଂହ ରାଜପୁତଙ୍କର ଜଣେ ଘନିଷ୍ଠ ବନ୍ଧୁ ତଥା ଫିଲ୍ମ ନିର୍ମାତା ସନ୍ଦୀପ ସିଂହଙ୍କ କହିବା ଅନୁଯାୟୀ, ସେ ଗୋଟେ ଫିଲ୍ମର ପ୍ରଯୋଜକ ହେବାକୁ ଚାହୁଁଥିଲେ। ଏହାର ନାଁ ‘ବନ୍ଦେ ଭାରତମ୍‌’। ସନ୍ଦୀପ ସୋଶାଲ୍‌ ମିଡିଆରେ ‘ବନ୍ଦେ ଭାରତମ୍‌’ର ଏକ ପୋଷ୍ଟର ରିଲିଜ୍‌ କରି ଏହି ସୂଚନା ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story