ସୁଶାନ୍ତ ଘରୁ ରିୟାଙ୍କ ଘରକୁ ଏମିତି ପଠାଯାଇଥିଲା ଡ୍ରଗ୍ସ...

ମୁମ୍ବାଇ: ରିୟା ଚକ୍ରବର୍ତ୍ତୀଙ୍କ ଜାମିନ୍ ଆବେଦନ୍ ଆଜି କୋର୍ଟ ଖାରିଜ୍ କରିଦେଇଛନ୍ତି । ବର୍ତ୍ତମାନ ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ଡ୍ରଗ୍ସ ଲିଙ୍କ୍ ଦିଗରେ ତଦନ୍ତ ଜୋରଶୋର୍ ଚାଲିଛି । ଆଉ ରିୟା, ସୁଶାନ୍ତ ଓ ଡ୍ରଗ୍ସ ଦିଗରେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ତେବେ ଏପରି ମଧ୍ୟ ଜଣାପଡ଼ିଛି ଯେ, ଲକଡାଉନ ସମୟରେ ରିୟାଙ୍କ ଘରେ ସୁଶାନ୍ତ କିଛି ସମୟ ଅତିବାହିତ କରିବାକୁ ଚାହୁଁଥିଲେ । ଏଥିପାଇଁ ସୁଶାନ୍ତଙ୍କ ଘରୁ ରିୟାଙ୍କ […]

sushant

Pragnya Choudhury
  • Published: Friday, 11 September 2020
  • , Updated: 11 September 2020, 06:21 PM IST

ମୁମ୍ବାଇ: ରିୟା ଚକ୍ରବର୍ତ୍ତୀଙ୍କ ଜାମିନ୍ ଆବେଦନ୍ ଆଜି କୋର୍ଟ ଖାରିଜ୍ କରିଦେଇଛନ୍ତି । ବର୍ତ୍ତମାନ ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ଡ୍ରଗ୍ସ ଲିଙ୍କ୍ ଦିଗରେ ତଦନ୍ତ ଜୋରଶୋର୍ ଚାଲିଛି । ଆଉ ରିୟା, ସୁଶାନ୍ତ ଓ ଡ୍ରଗ୍ସ ଦିଗରେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ତେବେ ଏପରି ମଧ୍ୟ ଜଣାପଡ଼ିଛି ଯେ, ଲକଡାଉନ ସମୟରେ ରିୟାଙ୍କ ଘରେ ସୁଶାନ୍ତ କିଛି ସମୟ ଅତିବାହିତ କରିବାକୁ ଚାହୁଁଥିଲେ । ଏଥିପାଇଁ ସୁଶାନ୍ତଙ୍କ ଘରୁ ରିୟାଙ୍କ ଘରକୁ ଏକ କୋରିୟର୍ ପଠାଯାଇଥିଲା ।

ସୁଶାନ୍ତଙ୍କ ଘରୁ ଦୀପେଶ ସାଓ୍ୱନ୍ତ କୋରିୟର୍ ବୟ ହାତରେ ଏକ କୋରିୟର୍ ଦେଇଥିଲେ, ଯାହା ରିୟାଙ୍କ ଘରେ ତାଙ୍କ ଭାଇ ଶୌଭିକ୍ ରିସିଭ୍ କରିଥିଲେ । ତେବେ ଏହି କୋରିୟରରେ ଅଧା କେଜି ଡ୍ରଗ୍ସ ଥିଲା । କୋରିୟର୍-ବୟ ଧରା ନ ପଡ଼ୁ ସେଥିଲାଗି ପ୍ୟାକେଟରେ ଘରର ଅନ୍ୟ ସାମଗ୍ରୀ ମଧ୍ୟ ଭର୍ତ୍ତି କରାଯାଇଥିଲା । ଅର୍ଥାତ୍ ଘରର ଅନ୍ୟ ସାମଗ୍ରୀ ଭିତରେ ଅଧା କେଜି ଡ୍ରଗ୍ସ ଲୁଚାଇ ସୁଶାନ୍ତଙ୍କ ଘରୁ ରିୟାଙ୍କ ଘରକୁ କୋରିୟର୍ କରାଯାଇଥିଲା । ତେବେ ଏହା ଏପ୍ରିଲ ମାସର ଘଟଣା ବୋଲି ଜଣାପଡ଼ିଛି ।

ଲକଡାଉନ ବେଳେ ଚେକିଂ ଚାଲିଥିବାରୁ ବଡ୍ସ ପ୍ୟାକେଟ୍ କୋରିୟର୍ ମାଧ୍ୟମରେ ପଠାଯାଇଥିଲା । କୋରିୟର୍-ବୟ ଦୀପେଶ ଏବଂ ଶୌଭିକଙ୍କୁ ଚିହ୍ନିଥିବା କହିଛନ୍ତି । ଆଉ ତାଙ୍କର କଲ୍ ଡିଟେଲ୍ସ ମଧ୍ୟ ଶୌଭିକ୍ ଏବଂ ଦୀପେଶଙ୍କ ନିକଟରୁ ସଂଗ୍ରହ କରାଯାଇଛି ।

ଏକ ଜାତୀୟ ଗଣମାଧ୍ୟମ ଅନୁଯାୟୀ, ସୁଶାନ୍ତ ଲକଡାଉନ ସମୟରେ ରିୟାଙ୍କ ଘରକୁ ଯିବାର ଥିଲା । ଏଣୁ ଡ୍ରଗ୍ସ ସୁଶାନ୍ତଙ୍କ ଘରୁ ରିୟାଙ୍କ ଘରକୁ କୋରିୟର କରାଯିବା ପରେ ସେ ରିୟାଙ୍କ ଘରକୁ ଗଲେ । ଅନ୍ୟପଟେ ଏହା ମଧ୍ୟ କୁହାଯାଉଛି ଯେ, ବଲିଉଡର 15ଜଣ ସେଲିବ୍ରିଟି ଏନସିବି ତାଲିକାରେ ରହିଛନ୍ତି, ଯେଉଁମାନଙ୍କ ନାଁ ରିୟାଙ୍କୁ ଜେରା କରାଯିବା ସମୟରେ ସାମ୍ନାକୁ ଆସିଛି । ଏ ସମସ୍ତ ସେଲିବ୍ରିଟି ଡ୍ରଗ୍ସ ସେବନ କରୁଥିବା ଏବଂ ପ୍ରିକ୍ୟୋର୍ କରୁଥିବା ନେଇ ଅଭିଯୋଗ ରହଛି । ତେବେ ବଲିଉଡର ଏ ସମସ୍ତ ତାରକା ବି ଶ୍ରେଣୀ କଳାକର ବୋଲି ଜଣାପଡ଼ିଛି ।

Related story