sandeep
ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ପ୍ରତ୍ୟେକ ଦିନ କିଛି ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ଗର୍ଲଫ୍ରେଣ୍ଡ ରିଆ ଚକ୍ରବର୍ତ୍ତୀଙ୍କୁ ସିବିଆଇ ଜେରା କରୁଥିବା ବେଳେ ଏପଟେ ସୁଶାନ୍ତଙ୍କ ବନ୍ଧୁ ସନ୍ଦୀପକୁ ନେଇ ମଧ୍ୟ ସନ୍ଦେହ ଘନେଇବାରେ ଲାଗିଛି।
ଅନ୍ୟପକ୍ଷରେ ସନ୍ଦୀପଙ୍କ ସହ ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ଏକ ଫଟୋ ସାମ୍ନାକୁ ଆସିବା ପରେ ଲୋକେ ଏବେ କଙ୍ଗନାଙ୍କୁ ନେଇ ଅନେକ ପ୍ରଶ୍ନ କରୁଛନ୍ତି।
ଭାଇରାଲ୍ ହୋଇଥିବା ଏହି ଫଟୋରେ ସନ୍ଦୀପଙ୍କ ସହ କଙ୍ଗନା ଏବଂ ତାଙ୍କ ଭଉଣୀ ରଙ୍ଗୋଲୀ ଅଛନ୍ତି। ତିନି ଜଣ ଠିଆ ହୋଇ ହସୁଥିବାର ଫଟୋରେ ଦେଖିବାକୁ ମିଳିଛି। ସୋଶାଲ୍ ମିଡ଼ିଆରେ ଏହି ଫଟୋକୁ ଶେଆର କରି ଅନେକ ଲୋକ ଏହା ପଛର କାହାଣୀ ଜଣାଇବାକୁ କଙ୍ଗନାଙ୍କୁ କହିଛନ୍ତି।
କିଛି ଲୋକ କଙ୍ଗନା ଏହି ଡ୍ରଗ୍ସ ଡିଲର ସହ କ'ଣ କରୁଛନ୍ତି ପଚାରିଛନ୍ତି। ଏବେ କଙ୍ଗନା ଏହି ଫଟୋ ପଛର ସତ କ'ଣ ଲୋକଙ୍କୁ ଜଣାନ୍ତୁ ବୋଲି କିଛି ଲୋକ କହିଥିବା ବେଳେ ଆଉ କିଛି ଲୋକ ସନ୍ଦୀପଙ୍କର ରିଆଙ୍କଠାରୁ ଅଧିକ ରାଜନୈତିକ ସମ୍ପର୍କ ରହିଥିବାରୁ ତାଙ୍କୁ ଜେରା ହେଉନି ବୋଲି କହିଛନ୍ତି।
ଅନ୍ୟପକ୍ଷରେ ଆଉ କେହି କେହି ଏଇ ଗୋଟେ ମାତ୍ର ଫଟୋ ପାଇଁ କଙ୍ଗନାଙ୍କୁ ସନ୍ଦେହ ଦୃଷ୍ଟିରେ ଦେଖିବା ଉଚିତ ନୁହେଁ ବୋଲି କହିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2020/08/sandeep.jpg)