Advertisment

ସୁଶାନ୍ତ ବିୟୋଗରେ ବଲିଉଡ୍‌କୁ ଶକ୍ତ ଝଟ୍‌କା, ଷ୍ଟାର କହିଲେ, ସୁଶାନ୍ତ ନୋ...ନୋ...

ମୁମ୍ବାଇ: ବଲିଉଡ୍‌କୁ ହଠାତ୍‌ ଦୁଃଖ ସାଗରେ ବୁଡ଼ାଇ ଦେଇ ଆରପାରିକୁ ଚାଲିଯାଇଛନ୍ତି ୩୪ ବର୍ଷୀୟ ଷ୍ଟାର୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତ। ଆଜି ମୁମ୍ବାଇ ସ୍ଥିତ ତାଙ୍କ ବାସ ଭବନରେ ଫାସୀ ଲଗାଇ ଆତ୍ମହତ୍ୟା କରିଛନ୍ତି ସୁଶାନ୍ତ। ଘଟଣାରେ ତଦନ୍ତ ଚାଲିଛି। ଏପର୍ଯ୍ୟନ୍ତ ମୃତ୍ୟୁର କାରଣ ସ୍ପଷ୍ଟ ହୋଇ ନାହିଁ। ତେବେ ସୁଶାନ୍ତଙ୍କ ଆତ୍ମହତ୍ୟା ଖବର ବଲିଉଡ୍‌କୁ ଶକ୍ତ ଝଟ୍‌କା ଦେଇଛି। ଦୋହଲି ଯାଇଛି ପୂରା ବି-ଟାଉନ୍। କେହି ସହଜରେ ବି ଏକଥାକୁ ବିଶ୍ୱାସ କରିପାରୁ ନାହାନ୍ତି। […]

ସୁଶାନ୍ତ ବିୟୋଗରେ ବଲିଉଡ୍‌କୁ ଶକ୍ତ ଝଟ୍‌କା, ଷ୍ଟାର କହିଲେ, ସୁଶାନ୍ତ ନୋ...ନୋ...

SUSHANT

Advertisment

ମୁମ୍ବାଇ: ବଲିଉଡ୍‌କୁ ହଠାତ୍‌ ଦୁଃଖ ସାଗରେ ବୁଡ଼ାଇ ଦେଇ ଆରପାରିକୁ ଚାଲିଯାଇଛନ୍ତି ୩୪ ବର୍ଷୀୟ ଷ୍ଟାର୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତ। ଆଜି ମୁମ୍ବାଇ ସ୍ଥିତ ତାଙ୍କ ବାସ ଭବନରେ ଫାସୀ ଲଗାଇ ଆତ୍ମହତ୍ୟା କରିଛନ୍ତି ସୁଶାନ୍ତ। ଘଟଣାରେ ତଦନ୍ତ ଚାଲିଛି। ଏପର୍ଯ୍ୟନ୍ତ ମୃତ୍ୟୁର କାରଣ ସ୍ପଷ୍ଟ ହୋଇ ନାହିଁ।

Advertisment

ତେବେ ସୁଶାନ୍ତଙ୍କ ଆତ୍ମହତ୍ୟା ଖବର ବଲିଉଡ୍‌କୁ ଶକ୍ତ ଝଟ୍‌କା ଦେଇଛି। ଦୋହଲି ଯାଇଛି ପୂରା ବି-ଟାଉନ୍। କେହି ସହଜରେ ବି ଏକଥାକୁ ବିଶ୍ୱାସ କରିପାରୁ ନାହାନ୍ତି। ସଫଳତାର ଶୀର୍ଷରେ ଥିବା ଜଣେ ଷ୍ଟାର୍‌ ହଠାତ୍‌ ଯେ ଏମିତି ଆତ୍ମହତ୍ୟା କରିବେ ଏକଥା କାହାରିଙ୍କୁ ବିଶ୍ୱାସ ହେଉନି।

publive-image

ବଲିଉଡ୍‌ ବଡ଼ ବଡ଼ ଷ୍ଟାର୍‌ ଏହି ଖବର ପାଇଁ ଗଭୀର ଭାବେ ମର୍ମାହତ ହୋଇ ସୋସିଆଲ୍‌ ମିଡିଆରେ ଦୁଃଖ ପ୍ରକାଶ କରିଛନ୍ତି।

Advertisment

ସୁଶାନ୍ତଙ୍କ ମୃତ୍ୟୁ ଖବରକୁ ବିଶ୍ୱାସ କରିପାରୁ ନାହାନ୍ତି ଫିଲ୍ମ ନିର୍ଦ୍ଦେଶକ ଅନୁରାଗ କଶ୍ୟାପ। ଏନେଇ ସେ ଟ୍ୱିଟ୍ କରି ଚମକି ପଡ଼ିଲା ଢଙ୍ଗରେ ଲେଖିଛନ୍ତି “ ଏହି ଖବର ସତ ନୁହେଁ। ”

publive-image

ରିତେଶ ଦେଶମୁଖ୍ୟ ଲେଖିଛନ୍ତି “ ମୁଁ ଅବାକ୍‌ ହୋଇଯାଇଛି। ସୁଶାନ୍ତ ଆଉ ନାହାନ୍ତି ଗଭୀର ଦୁଃଖର ବିଷୟ। ”

ବଲିଉଡ୍‌ର ଚର୍ଚ୍ଚି ମ୍ୟୁଜିକ କମ୍ପୋଜର ବିଶାଲ ଦଦଲାନୀ ଟ୍ୱିଟ୍ କରି ଲେଖିଛନ୍ତି “ ସୁଶାନ୍ତ ସିଂହ ରାଜପୁତ…। ଏସବୁ କଣ ଚାଲିଛି… ? ଶୋକସନ୍ତପ୍ତ ପରିବାରକୁ ମୋର ସମବେଦନା। ଏହି ଖବର ଭୟଙ୍କର ଅତି ଭୟଙ୍କର। ଦୟାକରି ନିଜର ଓ ନିଜ ପରିବାରର ଯତ୍ନ ନିଅ, ବନ୍ଧୁଙ୍କ ସହ କଥାବାର୍ତ୍ତା କର।”

publive-image

ବଲିଉଡ୍‌ ହିରୋ ଅବତାଭ୍ ଶିବଦାସନୀ ଏହି ଖବରକୁ ବିଶ୍ୱାସ କରିପାରି ନାହାନ୍ତି। ସେ ତାଙ୍କ ଟ୍ୱିଟର୍‌ରେ ଲେଖିଛନ୍ତି “ ସୁଶାନ୍ତ ନୋ…ଏହି ଖବର ସବୁଠାରୁ ଦୁଃଖଦ। ମୁଁ ବହୁତ ବହୁତ ବହୁତ ଦୁଃଖ ପାଇଲି ଏହି ଖବର ଶୁଣି। କାହିଁକି ଏତେ କମ୍‌ ବୟସରେ ଏତେ ସୁନ୍ଦର ଜୀବନଟିଏ ଆତ୍ମହତ୍ୟା କରିପାରେ ? ଏହା ଅତ୍ୟନ୍ତ ହୃଦୟ ବିଦାରକ ଖବର।”

ସେହିଭଳି ନେହା ଧୂପିଆ, ଗୌହର ଖାନ୍‌ ଭଳି ଫିଲ୍ମ ଷ୍ଟାର୍‌ଙ୍କ ସହିତ ବହୁ ପ୍ରଧାନମନ୍ତ୍ରୀ, ଉପରାଷ୍ଟ୍ରପତିଙ୍କ ସମେତ ବହୁ ବଡ଼ ବଡ଼ ନେତା ଓ କ୍ରିକେଟ୍ ଷ୍ଟାର୍ ମଧ୍ୟ ଶୋକପ୍ରକାଶ କରି ଟ୍ୱିଟ୍ କରିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe