ତିନି ଅଭିନେତ୍ରୀଙ୍କୁ ଡେଟ୍‌ କରିବା ପରେ ଏବେ ଏହି ଅଭିନେତ୍ରୀଙ୍କ ପ୍ରେମରେ ପଡ଼ିଲେ ସୁଶାନ୍ତ!

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂହ ରାଜପୁତ୍ ଏବେ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଅଛନ୍ତି। ବ୍ୟକ୍ତିଗତ କହିଲେ ତାଙ୍କ ଲଭ୍‌ ଅଫେଆର୍‌। ପୂର୍ବରୁ ସୁଶାନ୍ତଙ୍କ ନାଁ ଅନେକ ଥର ତାଙ୍କ ସହ-ଅଭିନେତ୍ରୀଙ୍କ ସହ ଯୋଡ଼ା ଯାଇଛି। ପ୍ରଥମେ ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ, ପରେ ‘ରାବ୍‌ତା’ରେ ତାଙ୍କ ସହ ଅଭିନୟ କରିଥିବା କୃତି ସେନନ୍‌ ଓ ଶେଷରେ ‘କେଦାରନାଥ୍‌’ରେ ତାଙ୍କ ସହ ଅଭିନୟ କରିଥିବା ସାରାଙ୍କ ସହ ତାଙ୍କ ନାଁ ଯୋଡ଼ା ହୋଇଥିଲା । ଏବେ ଏମିତି […]

hhfjhfjk

Sangita Sahoo
  • Published: Sunday, 12 May 2019
  • , Updated: 12 May 2019, 02:08 PM IST

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂହ ରାଜପୁତ୍ ଏବେ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଅଛନ୍ତି। ବ୍ୟକ୍ତିଗତ କହିଲେ ତାଙ୍କ ଲଭ୍‌ ଅଫେଆର୍‌। ପୂର୍ବରୁ ସୁଶାନ୍ତଙ୍କ ନାଁ ଅନେକ ଥର ତାଙ୍କ ସହ-ଅଭିନେତ୍ରୀଙ୍କ ସହ ଯୋଡ଼ା ଯାଇଛି। ପ୍ରଥମେ ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ, ପରେ ‘ରାବ୍‌ତା’ରେ ତାଙ୍କ ସହ ଅଭିନୟ କରିଥିବା କୃତି ସେନନ୍‌ ଓ ଶେଷରେ ‘କେଦାରନାଥ୍‌’ରେ ତାଙ୍କ ସହ ଅଭିନୟ କରିଥିବା ସାରାଙ୍କ ସହ ତାଙ୍କ ନାଁ ଯୋଡ଼ା ହୋଇଥିଲା । ଏବେ ଏମିତି କୁହାଯାଉଛି ଯେ, ଏହି ତିନି ଅଭିନେତ୍ରୀଙ୍କ ପରେ ଏବେ ସୁଶାନ୍ତ ଆଉ ଜଣେ ଅଭିନେତ୍ରୀଙ୍କ ନିକଟତର ହେଉଛନ୍ତି।
ଗଣମାଧ୍ୟମ ରିପୋର୍ଟ ମୁତାବକ, ସୁଶାନ୍ତ ଏବେ ଜଣେ ବଲିଉଡ୍ ଅଭିନେତ୍ରୀଙ୍କୁ ଡେଟ୍ କରିବା ଆରମ୍ଭ କରିଦେଇଛନ୍ତି। ସେ ଅଭିନେତ୍ରୀ ଜଣକ ହେଉଛନ୍ତି ରିହା ଚକ୍ରବର୍ତ୍ତୀ।

ଦୁହିଁଙ୍କ ସାକ୍ଷାତ ଖୁବ୍‌ ଅଳ୍ପ ଦିନ ହେବ ହୋଇଛି। ଦୁହେଁ ଏବେ ଏକାଠି ଅଧିକ ଅଧିକରୁ ସମୟ କାଟୁଥିବା ଦେଖିବାକୁ ମିଳିଛି। ଏପରିକି ରିହାଙ୍କୁ ଅନେକ ଥର ସୁଶାନ୍ତଙ୍କ ଲୋନାଓ୍ଵଲା ସ୍ଥିତ ଘରେ ଦେଖିବାକୁ ମିଳିଛି।  କିନ୍ତୁ ଦୁହେଁ ନିଜର ସଂପର୍କକୁ ବ୍ୟକ୍ତିଗତ ରଖିବାକୁ ଚାହୁଁଛନ୍ତି।  ତେଣୁ ସୁଶାନ୍ତ ରିହାଙ୍କୁ ତାଙ୍କର ଜଣେ ଭଲ ବନ୍ଧୁ ବୋଲି କହୁଛନ୍ତି।
ଏବେ ଦେଖିବା ବାକି ରହିଲା ସୁଶାନ୍ତ ଏହି ସମ୍ପର୍କକୁ ସମାଜ ଆଗରେ କେବେ ସ୍ୱୀକାର କରୁଛନ୍ତି।
କାମ କଥା କହିଲେ ଏବେ ସୁଶାନ୍ତ ଫିଲ୍ମ ‘ଛିଛୋରେ’ର ଶୁଟିଂରେ ବ୍ୟସ୍ତ ଅଛନ୍ତି। ଏହି ଫିଲ୍ମରେ ତାଙ୍କ ବିପକ୍ଷରେ ଶ୍ରଦ୍ଧା କପୁର ଅଭିନୟ କରିବେ।

Related story