Advertisment

ସୁଶାନ୍ତଙ୍କ ମୃତ୍ୟୁରେ କ୍ରିକେଟ୍‌ ଜଗତରେ ଶୋକର ଛାୟା

ମୁମ୍ୱାଇ : ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କର ଆତ୍ମହତ୍ୟାକୁ ଫ୍ୟାନ୍ସ ସହଜରେ ଗ୍ରହଣ କରିପାରୁନାହାନ୍ତି। ତାଙ୍କ ମୃତ୍ୟୁକୁ ନେଇ ବଲିଉଡ୍‌ ଓ କ୍ରିକେଟ ଜଗତରେ ଶୋକର ଛାୟା ଖେଳିଯାଇଛି। ବାନ୍ଦ୍ରା ସ୍ଥିତ ବାସଭବନରେ ବେକରେ ରସି ଲଗାଇ ଆତ୍ମହତ୍ୟା କରିଥିବା କୁହାଯାଉଛି। ତେବେ ସେ କେଉଁ କାରଣ ଆତ୍ମହତ୍ୟା କରିଛନ୍ତି, ତାହା ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ। ଗତ କିଛିଦିନ ଧରି ସେ ସୋଶାଲ ମିଡିଆରେ ବେଶ୍ ସକ୍ରିୟ ରହିଥିଲେ। ୧୦ ଦିନ ତଳେ ମା’ଙ୍କୁ ନେଇ ସେ ଏକ […]

ସୁଶାନ୍ତଙ୍କ ମୃତ୍ୟୁରେ କ୍ରିକେଟ୍‌ ଜଗତରେ ଶୋକର ଛାୟା

s111

Advertisment

ମୁମ୍ୱାଇ : ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କର ଆତ୍ମହତ୍ୟାକୁ ଫ୍ୟାନ୍ସ ସହଜରେ ଗ୍ରହଣ କରିପାରୁନାହାନ୍ତି। ତାଙ୍କ ମୃତ୍ୟୁକୁ ନେଇ ବଲିଉଡ୍‌ ଓ କ୍ରିକେଟ ଜଗତରେ ଶୋକର ଛାୟା ଖେଳିଯାଇଛି। ବାନ୍ଦ୍ରା ସ୍ଥିତ ବାସଭବନରେ ବେକରେ ରସି ଲଗାଇ ଆତ୍ମହତ୍ୟା କରିଥିବା କୁହାଯାଉଛି। ତେବେ ସେ କେଉଁ କାରଣ ଆତ୍ମହତ୍ୟା କରିଛନ୍ତି, ତାହା ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ। ଗତ କିଛିଦିନ ଧରି ସେ ସୋଶାଲ ମିଡିଆରେ ବେଶ୍ ସକ୍ରିୟ ରହିଥିଲେ। ୧୦ ଦିନ ତଳେ ମା’ଙ୍କୁ ନେଇ ସେ ଏକ ଶେଷ ପୋଷ୍ଟ କରିଥିଲେ।

Advertisment

https://www.instagram.com/p/CA-S3cIDWOx/?utm_source=ig_web_copy_link

‘ଧୋନି ଦ ଅନ୍‌ଟୋଲଡ୍‌ ଷ୍ଟୋରୀ’ରେ ଅଭିନୟ କରିବା ପରେ ସୁଶାନ୍ତ କ୍ୟାରିଅରରେ ଏକ ନୂଆ ମୋଡ଼ ଆସିଖିଲା। ଏହି ଫିଲ୍ମ ପରେ କ୍ରିକେଟ ସହିତ ସୁଶାନ୍ତଙ୍କର ଏକ ଅଲଗା ପ୍ରକାର ସମ୍ପର୍କ ରହିଥିଲା। ତାଙ୍କ ମୃତ୍ୟୁରେ ସଚିନ ତେନ୍ଦୁଲକର ଓ ଇରଫାନ୍‌ ପଠାନ୍‌ଙ୍କଠାରୁ ଆରମ୍ଭ କରି ଅନେକ କ୍ରିକେଟର ଶୋକବ୍ୟକ୍ତ କରିଛନ୍ତି।

Advertisment

ସଚିନ ତେନ୍ଦୁଲକର ଟ୍ୱିଟ୍‌ କରି ଲେଖିଛନ୍ତି, ସୁଶାନ୍ତ ସିଂହଙ୍କ ବିଷୟରେ ଶୁଣି ମୁଁ ବହୁତ ଆଶ୍ଚର୍ଯ୍ୟ ଓ ଦୁଃଖୀ ଅଛି। ସେ ଜଣେ ପ୍ରତିଭାବାନ୍‌ ଅଭିନେତା ଥିଲେ। ତାଙ୍କ ପରିବାର ପ୍ରତି ମୋର ସମବେଦନା ରହିଛି। ଭଗବାନ ତାଙ୍କର ଅମର ଆତ୍ମାକୁ ଶାନ୍ତି ଦିଅନ୍ତୁ।

ଇର୍‌ଫାନ୍‌ ପଠାନ୍‌ ତାଙ୍କ ମୃତ୍ୟୁରେ ଶୋକବ୍ୟକ୍ତ କରି ଲେଖିଛନ୍ତି, ମୁଁ ବହୁତ ଦୁଃଖିତ। ଶେଷଥର ପାଇଁ ତାଜ୍‌ ହୋଟେଲ ଜିମ୍‌ରେ ସୁଶାନ୍ତଙ୍କ ସହିତ ମୋର ଦେଖା ହୋଇଥିଲା। ‘କେଦାରନାଥ’ରେ ତାଙ୍କର ଅଭିନୟକୁ ମୁଁ ପ୍ରଶଂସା କରିଥିଲି। ସୁଶାନ୍ତ କହିଥିଲେ, ଆପଣ ମୋ ‘ଛିଛୋରେ’ ଫିଲ୍ମ ନିଶ୍ଚିନ୍ତ ଦେଖିବେ।

ହରଭଜନ ସିଂହ ଟ୍ୱିଟ୍‌ କରି ଲେଖିଛନ୍ତି, ମୁଁ ବିଶ୍ୱାସ କରିପାରୁନାହିଁ, ଏହା ଏକ ମିଛ ଖବର ହୋଇଥା’ନ୍ତା କି ? କେହି ମୋତେ କହି ଦିଅ, ଏହା ଏକ ମିଛ ଖବର। ସୁଶାନ୍ତ ଆଉ ନାହାନ୍ତି। ମୋର ସମବେଦନା ତାଙ୍କ ପରିବାର ପ୍ରତି ରହିଛି। ଏହା ବହୁତ ଦୁଃଖଦ।

ସେହବାଗ ଲେଖିଛନ୍ତି, ‘ଜୀବନ ଉପରେ କିଛି ଭରସା ନାହିଁ। କିଏ କେତେବେଳେ ଚାଲିଯିବ କହିହେବ ନାହିଁ। ସବୁବେଳେ ଦୟାବାନ୍‌ ହୁଅ। ଭଗବାନ ସୁଶାନ୍ତଙ୍କ ଅମର ଆତ୍ମାକୁ ଶାନ୍ତି ଦିଅନ୍ତୁ।’

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe