Advertisment

ଡାକ୍ତରଙ୍କ ବୟାନ: ଅଙ୍କିତାଙ୍କୁ ଝୁରୁଥିଲେ ସୁଶାନ୍ତ

ମୁମ୍ବାଇ: ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ଫିଲ୍ମ ଇଣ୍ଡଷ୍ଟ୍ରୀ ସମେତ ତାଙ୍କ ଫ୍ୟାନମାନଙ୍କୁ ସ୍ତବ୍ଧ କରିଦେଇଛି। ସୁଶାନ୍ତ ଆଉ ନାହାନ୍ତି ବୋଲି କେହି ସହଜରେ ଗ୍ରହଣ କରିପାରୁନାହାନ୍ତି। ଅନ୍ୟପଟେ ବଲିଉଡର କିଛି ଷ୍ଟାର ଓ କିଛି ଫ୍ୟାନମାନେ ସୁଶାନ୍ତଙ୍କ ମୃତ୍ୟୁ ପଛରେ ଏକ ବଡ଼ ଷଡ଼ଯନ୍ତ୍ର ଥିବା ଅଭିଯୋଗ କରିଛନ୍ତି। ମୁମ୍ବାଇ ପୁଲିସ ମଧ୍ୟ ତଦନ୍ତ ଚଲାଇଛି ଓ ସୁଶାନ୍ତଙ୍କ ନିକଟତର ଲୋକମାନଙ୍କୁ ଡାକି ପଚରା ଉଚରା କରୁଛି। ତଦନ୍ତ ଆଗକୁ ବଢ଼ିବା ସହ […]

ଡାକ୍ତରଙ୍କ ବୟାନ: ଅଙ୍କିତାଙ୍କୁ ଝୁରୁଥିଲେ ସୁଶାନ୍ତ

ankita-sush

Advertisment

ମୁମ୍ବାଇ: ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ଫିଲ୍ମ ଇଣ୍ଡଷ୍ଟ୍ରୀ ସମେତ ତାଙ୍କ ଫ୍ୟାନମାନଙ୍କୁ ସ୍ତବ୍ଧ କରିଦେଇଛି। ସୁଶାନ୍ତ ଆଉ ନାହାନ୍ତି ବୋଲି କେହି ସହଜରେ ଗ୍ରହଣ କରିପାରୁନାହାନ୍ତି। ଅନ୍ୟପଟେ ବଲିଉଡର କିଛି ଷ୍ଟାର ଓ କିଛି ଫ୍ୟାନମାନେ ସୁଶାନ୍ତଙ୍କ ମୃତ୍ୟୁ ପଛରେ ଏକ ବଡ଼ ଷଡ଼ଯନ୍ତ୍ର ଥିବା ଅଭିଯୋଗ କରିଛନ୍ତି।

Advertisment

ମୁମ୍ବାଇ ପୁଲିସ ମଧ୍ୟ ତଦନ୍ତ ଚଲାଇଛି ଓ ସୁଶାନ୍ତଙ୍କ ନିକଟତର ଲୋକମାନଙ୍କୁ ଡାକି ପଚରା ଉଚରା କରୁଛି। ତଦନ୍ତ ଆଗକୁ ବଢ଼ିବା ସହ ସୁଶାନ୍ତଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ଏହିକ୍ରମରେ ବର୍ତ୍ତମାନ ଯେଉଁ ତଥ୍ୟ ମିଳିଛି ତାହା ତାଙ୍କ ଏକ୍ସ ଗର୍ଲଫ୍ରେଣ୍ଡ ଅଙ୍କିତା ଲୋଖଣ୍ଡେଙ୍କୁ ନେଇ।

https://www.instagram.com/p/Bc00PijHXOj/?utm_source=ig_web_copy_link

ନିକଟରେ ପୁଲିସ୍ ସୁଶାନ୍ତଙ୍କ ଡାକ୍ତର କେଶରୀ ଛାବ୍ରାଙ୍କ ବୟାନ ରେକର୍ଡ କରିଛି। ସେ ପୁଲିସ୍ ଆଗରେ ବଡ଼ ଖୁଲାସା କରିଛନ୍ତି। ସେ ପୁଲିସ୍‌କୁ କହିଛନ୍ତି ଯେ ସୁଶାନ୍ତ ତାଙ୍କ ଏକ୍ସ ଗର୍ଲଫ୍ରେଣ୍ଡ ଅଙ୍କିତାଙ୍କ ଠାରୁ ଅଲଗା ହେବା ନେଇ ବହୁତ ଅନୁତାପ କରୁଥିଲେ। କିଛି ଅସଫଳ ସମ୍ପର୍କ ପରେ ସେ ହୃଦୟଙ୍ଗମ କରିସାରିଥିଲେ ଯେ ଅଙ୍କିତା ଭଳି ତାଙ୍କୁ ଆଉ କେହି ଭଲପାଇପାରିବେ ନାହିଁ। ଏଥିସହ ଡାକ୍ତର ତାଙ୍କର ଅନ୍ୟ ସମ୍ପର୍କ ବିଷୟରେ ପୁଲିସ୍‌ ଆଗରେ ତଥ୍ୟ ରଖିଛନ୍ତି। ସେ କହିଛନ୍ତି ଯେ ସୁଶାନ୍ତ ଅଭିନେତ୍ରୀ କ୍ରିତି ସାନନ୍ ଏବଂ ଜଣେ ନିର୍ଦ୍ଦେଶକଙ୍କ ଝିଅଙ୍କୁ ମଧ୍ୟ କିଛିଦିନ ଡେଟ୍ କରୁଥିଲେ। ଏହାବ୍ୟତୀତ ସେ ଆହୁରି ମଧ୍ୟ କହିଛନ୍ତି, ସୁଶାନ୍ତ ତାଙ୍କ ଗର୍ଲଫ୍ରେଣ୍ଡ ରିଆ ଚକ୍ରବର୍ତ୍ତୀଙ୍କ ଆଚରଣ ଦେଖି ଆଦୌ ଖୁସି ନଥିଲେ ଏବଂ ସେମାନଙ୍କର ଅନେକ ସମୟରେ ଝଗଡ଼ା ମଧ୍ୟ ହେଉଥିଲା।

Advertisment

https://www.instagram.com/p/BdaQG86HL2u/?utm_source=ig_web_copy_link

ଏସବୁ ବ୍ୟତୀତ ଡାକ୍ତର ସୁଶାନ୍ତଙ୍କ ମାନସିକ ସ୍ଥିତିକୁ ନେଇ ମଧ୍ୟ ବୟାନ ଦେଇଛନ୍ତି। ସେ କହିଛନ୍ତି ଗତ ୬ ମାସ ଭିତରେ ସେ ସୁଶାନ୍ତଙ୍କୁ ୩ ଥର ଭେଟିଛନ୍ତି ଓ ସେ ପାଖିପାଖି ବର୍ଷେ ହେଲାଣି ମାନିସିକ ଅବସାଦରେ ଥଲେ। ତାଙ୍କ ମନକୁ ନାନାପ୍ରକାରର ଅଦ୍ଭୁତ ଚିନ୍ତା ସବୁ ଆସୁଥିଲା ଫଳରେ ସେ ରାତିରେ ଶୋଇପାରୁନଥିଲେ।

ସୁଶାନ୍ତଙ୍କ ଷ୍ଟାଇଲିଶ୍ ଲିପାକ୍ଷୀ ୟେଲାୱାଡ଼ି ମଧ୍ୟ ନିକଟରେ ସୁଶାନ୍ତ କିପରି ତାଙ୍କ ଏକ୍ସ ଗର୍ଲଫ୍ରେଣ୍ଡ ଅଙ୍କିତାଙ୍କୁ ଝୁରୁଥିଲେ ସେ ନେଇ ଖୁଲାସା କରିଛନ୍ତି। ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ସେ କହିଛନ୍ତି ଯେ ସୁଶାନ୍ତ ସବୁବେଳେ କହୁଥିଲେ ଯେ ଅଙ୍କିତା ତାଙ୍କୁ ଟିଭି ସିରିଏଲ୍‌ରେ କାମ କରିବା ବେଳେ ଓ ତାଙ୍କର ସଂଘର୍ଷ ସମୟରେ ବହୁତ ସାହାଯ୍ୟ କରିଥିଲେ। ଆଉ ଏଥିପାଇଁ ସେ ସର୍ବଦା ତାଙ୍କର ଋଣି। ସମ୍ପର୍କ ଖରାପ ହେବା ପରେ ବି ଅଙ୍କିତା ଯାହା ତାଙ୍କ ପାଇଁ କରିଥିଲେ ତାହା ସେ କେବେ ବି ଭୁଲି ନଥିଲେ। ସେ କେବଳ ତାଙ୍କ ସହ ବିତାଇଥିବା ଭଲ ମୁହୂର୍ତ୍ତକୁ ହିଁ ମନେପକାଉଥିଲେ।

https://www.instagram.com/p/Bcgtf2LFrvB/?utm_source=ig_web_copy_link

ସୁଶାନ୍ତଙ୍କ ଆତ୍ମହତ୍ୟା ପରେ ଅଙ୍କିତା ମଧ୍ୟ ଭାଙ୍ଗିପଡ଼ିଛନ୍ତି। ଏ ଦୁହିଁଙ୍କ ଯୋଡ଼ିକୁ ଦର୍ଶକ ଉଭୟ ଅନ୍‌ସ୍କ୍ରିନ୍ ଓ ଅଫ୍‌ସ୍କ୍ରିନ୍‌ରେ ବହୁତ ପସନ୍ଦ କରୁଥିଲେ। ଦୁହେଁ ଏକାଠି ବହୁତ ଦିନ ରହିବା ପରେ ହଠାତ୍ ଅଲଗା ହେବା ନେଇ ଘୋଷଣା କରିଦେଇଥିଲେ, ଯାହାକି ଫ୍ୟାନ୍‌ମାନଙ୍କ ପାଇଁ ଏକ ଝଟକା ସାବ୍ୟସ୍ତ ହୋଇଥିଲା। ନିକଟରେ ଦୁହିଁଙ୍କ ହିଟ୍ ସିରିଏଲ୍ ‘ପବିତ୍ର ରିସ୍ତା’ର କୋ-ଷ୍ଟାର ପ୍ରାର୍ଥନା ବେହେରେ ମଧ୍ୟ ଖୁଲାସା କରିଥିଲେ ଯେ ସୁଶାନ୍ତଙ୍କ ମୃତ୍ୟୁ ଖବର ଅଙ୍କିତାଙ୍କୁ ଏକ ବଡ଼ ଝଟକା ଦେଇଥିଲା। ସେ ଏହି ଖବର ପାଇବା ପରଠୁ ବହୁତ ଦୁଃଖି ଅଛନ୍ତି ଓ ଭାଙ୍ଗିପଡ଼ିଛନ୍ତି।

https://www.instagram.com/p/BwI1ftYhmGq/?utm_source=ig_web_copy_link

ନିକଟରେ ଅଙ୍କିତା ଓ ସୁଶାନ୍ତଙ୍କ ବହୁତ ଭଲ ବନ୍ଧୁ ତଥା ନିର୍ମାତା ସନ୍ଦୀପ ସିଂହ ମଧ୍ୟ ଏକ ସୋଶାଲ୍ ମିଡିଆ ପୋଷ୍ଟରେ ଲେଖିଛନ୍ତି ଯେ କେବଳ ‌ଅଙ୍କିତା ହିଁ ସୁଶାନ୍ତଙ୍କୁ ବଞ୍ଚାଇ ପାରିଥାନ୍ତେ। ସେ ଲେଖିଛନ୍ତି ଯେ ଅଙ୍କିତାଙ୍କ ଭଲପାଇବା ବିଶୁଦ୍ଧ ଥିଲା। ଅଲଗା ହେବା ପରେ ବି ସେ ସବୁବେଳେ ସୁଶାନ୍ତଙ୍କ ଖୁସି ଓ ସଫଳତା ପାଇଁ ପ୍ରାର୍ଥନା କରୁଥିଲେ। ଏପରିକି ଅଙ୍କିତା କୁଆଡ଼େ ଏବେ ପର୍ଯ୍ୟନ୍ତ ତାଙ୍କ ଘରର ନେମ୍‌ପ୍ଲେଟରୁ ସୁଶାନ୍ତଙ୍କ ନାଁ ହଟାଇ ପାରିନଥିବା ମଧ୍ୟ ସେ ଉଲ୍ଲେଖ କରିଛନ୍ତି। ତେବେ ଏସବୁ ସୋଶାଲ୍‌ ମିଡିଆରେ ଭାଇରାଲ୍ ହେବାପରେ ତାଙ୍କ ଫ୍ୟାନ୍‌ମାନେ ବି ଏହା ହିଁ କହୁଛନ୍ତି ଯେ ଆଜି ଯଦି ଅଙ୍କିତା, ସୁଶାନ୍ତଙ୍କ ସହ ଥାନ୍ତେ ତେବେ ହୁଏତ ସେ ଏଭଳି କରିନଥାନ୍ତେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe