Advertisment

ଲୁଚିକି ଚା' ପିଉଛନ୍ତି ସୁଶାନ୍ତ, ଭିଡ଼ିଓ ଭାଇରାଲ୍‌

ମୁମ୍ବାଇ: ଗତମାସ ଜୁନ୍‌ ୧୪ରେ ମୃତ୍ୟୁବରଣ କରିଛନ୍ତି ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତ। ସୁଶାନ୍ତଙ୍କ ମୃତ୍ୟୁକୁ ମାସେରୁ ଉର୍ଦ୍ଧ୍ୱ ସମୟ ହେଇଗଲାଣି। ଏବେବି ସିନେ ଜଗତ ତଥା ତାଙ୍କ ପ୍ରଶଂସକମାନେ ଏହି ମୃତ୍ୟୁକୁ ଗ୍ରହଣ କରିପାରୁନାହାନ୍ତି। କିଛି ଲୋକ ସୁଶାନ୍ତ ମୃତ୍ୟୁର ସିବିଆଇ ଯାଞ୍ଚ ପାଇଁ ମଧ୍ୟ ଦାବି କରୁଛନ୍ତି। ଏସବୁ ମଧ୍ୟରେ ସୁଶାନ୍ତଙ୍କର ଏକ ପୁରୁଣା ଭିଡ଼ିଓ ସୋଶାଲ୍‌ ମିଡ଼ିଆରେ ଭାଇରାଲ୍‌ ହେବାରେ ଲାଗିଛି। ଏହି ଭିଡ଼ିଓରେ ସୁଶାନ୍ତ ରାସ୍ତା କଡ ଦୋକାନରେ ଚା’ […]

author-image
Biswobandita Swain
ଲୁଚିକି ଚା' ପିଉଛନ୍ତି ସୁଶାନ୍ତ, ଭିଡ଼ିଓ ଭାଇରାଲ୍‌

susha

ମୁମ୍ବାଇ: ଗତମାସ ଜୁନ୍‌ ୧୪ରେ ମୃତ୍ୟୁବରଣ କରିଛନ୍ତି ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତ। ସୁଶାନ୍ତଙ୍କ ମୃତ୍ୟୁକୁ ମାସେରୁ ଉର୍ଦ୍ଧ୍ୱ ସମୟ ହେଇଗଲାଣି। ଏବେବି ସିନେ ଜଗତ ତଥା ତାଙ୍କ ପ୍ରଶଂସକମାନେ ଏହି ମୃତ୍ୟୁକୁ ଗ୍ରହଣ କରିପାରୁନାହାନ୍ତି। କିଛି ଲୋକ ସୁଶାନ୍ତ ମୃତ୍ୟୁର ସିବିଆଇ ଯାଞ୍ଚ ପାଇଁ ମଧ୍ୟ ଦାବି କରୁଛନ୍ତି। ଏସବୁ ମଧ୍ୟରେ ସୁଶାନ୍ତଙ୍କର ଏକ ପୁରୁଣା ଭିଡ଼ିଓ ସୋଶାଲ୍‌ ମିଡ଼ିଆରେ ଭାଇରାଲ୍‌ ହେବାରେ ଲାଗିଛି।

Advertisment

ଏହି ଭିଡ଼ିଓରେ ସୁଶାନ୍ତ ରାସ୍ତା କଡ ଦୋକାନରେ ଚା' ପିଉଥିବାର ନଜର ଆସିଛନ୍ତି। ଲୋକମାନଙ୍କଠାରୁ ଲୁଚିବା ପାଇଁ ସୁଶାନ୍ତ ଏକ ଜ୍ୟାକେଟ୍‌ର କ୍ୟାପ୍‌କୁ ମୁଣ୍ଡରେ ଢାଙ୍କି ଚା' ପିଉଛନ୍ତି। ଏହି ଭିଡ଼ିଓରେ ସୁଶାନ୍ତ ବେଶ୍‌ ଖୁସିଥିବାର ମଧ୍ୟ ଜଣାପଡୁଛନ୍ତି। ଏଥିସହ ତାଙ୍କୁ ଭିଡ଼ିଓରେ ଭିନ୍ନ ଭିନ୍ନ ପୋଜ୍‌ ଦେବାର ମଧ୍ୟ ଦେଖିବାକୁ ମିଳୁଛି।

ଏହି ଭିଡ଼ିଓକୁ ଇନ୍‌ଷ୍ଟାଗ୍ରାମ୍‌ ପେଜ୍‌ ‘ଭୁମ୍‌ପାଲ୍‌’ରେ ଶେଆର କରାଯାଇଛି। ଭିଡିଓକୁ ଏ ପର୍ଯ୍ୟନ୍ତ ଲକ୍ଷେରୁ ଅଧିକ ଲୋକ ଦେଖିସାରିଲେଣି।

Advertisment

https://www.instagram.com/p/CC8t76AnxQ2/?utm_source=ig_web_copy_link

ଏହି ଭିଡ଼ିଓରେ କିଛି ଲୋକ ସୁଶାନ୍ତ ଏତେ ବଡ କଳାକାର ହୋଇ ଗୋଟେ ସାଧାରଣ ଜୀବନଶୈଳୀ ଅତିବାହିତ କରୁଥିଲେ। ତେଣୁ ସେ କେବେ ବି ଆତ୍ମହତ୍ୟା କରିପାରିବେନି କହିଥିବା ବେଳେ। କିଛି ଲୋକ ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ପୁଲିସ୍‌ କ'ଣ ପାଇଁ ଠିକ୍‌ ଭାବେ ଯାଞ୍ଚ କରୁନି ବୋଲି କହିଛନ୍ତି।

ସୂଚନାଯୋଗ୍ୟ, ଆସନ୍ତାକାଲି ସୁଶାନ୍ତ ସିଂ ରାଜପୁତଙ୍କ ଅଭିନୀତ ଶେଷ ଫିଲ୍ମ ‘ଦିଲ୍ଲ ବେଚାରା’ ଡିଜ୍‌ନି ହଟ୍‌ଷ୍ଟାର୍‌ରେ ଷ୍ଟ୍ରିମିଂ ହେବ। ଏହି ଫିଲ୍ମରେ ସୁଶାନ୍ତଙ୍କ ବିପକ୍ଷରେ ଅଭିନୟ କରିଛନ୍ତି ସଞ୍ଜନା ସାଙ୍ଘି