ସୁଶାନ୍ତଙ୍କ ବାପା ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି

ମୁମ୍ବାଇ: ବଲିଉଡର ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ବାପା କେକେ ସିଂହ ଅସୁସ୍ଥ । ତାଙ୍କୁ ଫରିଦାବାଦର ଏସିଆନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ହୃଦରୋଗ ଜନିତ ସମସ୍ୟା ଯୋଗୁଁ ହସ୍ପିଟାଲରେ ଆଡମିଟ କରାଯାଇ ତାଙ୍କ ଚିକିତ୍ସା ଚାଲିଛି । ତେବେ ତାଙ୍କ ଅବସ୍ଥା ବର୍ତ୍ତମାନ ସ୍ଥିର ଥିବା ସୂଚନା ମିଳିଛି । ସୋଶାଲ ମିଡିଆରେ ସୁଶାନ୍ତଙ୍କ ବାପା କେକେ ସିଂହ ଅସୁସ୍ଥ ଥିବା ନେଇ ପ୍ରସିଦ୍ଧ ଫଟୋଗ୍ରାଫର ବିରଲ ଭୟାନୀ ସୂଚନା ଦେଇଛନ୍ତି । […]

sushant-singh-rajput

sushant-singh-rajput

Madhupriya Mistry
  • Published: Sunday, 20 December 2020
  • Updated: 20 December 2020, 12:25 PM IST

Sports

Latest News

ମୁମ୍ବାଇ: ବଲିଉଡର ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ବାପା କେକେ ସିଂହ ଅସୁସ୍ଥ । ତାଙ୍କୁ ଫରିଦାବାଦର ଏସିଆନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ହୃଦରୋଗ ଜନିତ ସମସ୍ୟା ଯୋଗୁଁ ହସ୍ପିଟାଲରେ ଆଡମିଟ କରାଯାଇ ତାଙ୍କ ଚିକିତ୍ସା ଚାଲିଛି । ତେବେ ତାଙ୍କ ଅବସ୍ଥା ବର୍ତ୍ତମାନ ସ୍ଥିର ଥିବା ସୂଚନା ମିଳିଛି ।

ସୋଶାଲ ମିଡିଆରେ ସୁଶାନ୍ତଙ୍କ ବାପା କେକେ ସିଂହ ଅସୁସ୍ଥ ଥିବା ନେଇ ପ୍ରସିଦ୍ଧ ଫଟୋଗ୍ରାଫର ବିରଲ ଭୟାନୀ ସୂଚନା ଦେଇଛନ୍ତି । ସେ ତାଙ୍କ ଇନଷ୍ଟାଗ୍ରାମରେ କେକେ ସିଂହଙ୍କ ଏକ ଫଟୋ ଶେଆର କରିଛନ୍ତି । ଏହି ଫଟୋରେ ସେ ହସ୍ପିଟାଲର ବେଡ ଉପରେ ବସିଛନ୍ତି। ତାଙ୍କ ଦୁଇ ପାର୍ଶ୍ୱରେ ସୁଶାନ୍ତଙ୍କ ଭଉଣୀ ପ୍ରିୟଙ୍କା ଏବଂ ମିତୁ ସିଂହ ଛିଡା ହୋଇଛନ୍ତି ।

 

View this post on Instagram

 

A post shared by Viral Bhayani (@viralbhayani)


ସୂଚନାଯୋଗ୍ୟ ଯେ, ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ଏହାରି ଭିତରେ ୬ ମାସରୁ ଅଧିକ ସମୟ ବିତିଗଲାଣି । ସେ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରାଯାଇଛି ସେ ନେଇ ସସପେନ୍ସ ଜାରି ରହିଛି । ୩ଟି ତଦନ୍ତକାରୀ ସଂସ୍ଥା ଏନସିବି, ଇଡି ଏବଂ ସିବିଆଇ ଏହି ମାମଲାରେ ତଦନ୍ତ ଜାରି ରଖିଛି । ସୁଶାନ୍ତଙ୍କ ପରିବାର ଲୋକେ ସୁଶାନ୍ତଙ୍କୁ ଆତ୍ମହତ୍ୟା କରିବାକୁ ବାଧ୍ୟ କରାଯାଇଥିବା ଅଭିଯୋଗ କରିଛନ୍ତି । କେକେ ସିଂହ ରିଆ ଚକ୍ରବର୍ତ୍ତୀ, ତାଙ୍କ ପରିବାର ଓ ସୁଶାନ୍ତଙ୍କ କିଛି କର୍ମଚାରୀ ତାଙ୍କୁ ଧୋକା ଦେଇଥିବା ମଧ୍ୟ ଅଭିଯୋଗ ଉଠାଇଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos