Advertisment

ରିଲିଜ୍ ହେଲା ସୁଶାନ୍ତଙ୍କ ଫିଲ୍ମର ଟାଇଟଲ୍ ଟ୍ରାକ୍‌ର ଟିଜର୍

ମୁମ୍ବାଇ: ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କର ଶେଷ ଫିଲ୍ମ ‘ଦିଲ୍‌ ବେଚାରା’ର ଟ୍ରେଲର୍ ନିକଟରେ ରିଲିଜ୍ ହୋଇଥିଲା। ରିଲିଜ୍ ହେବା ମାତ୍ରେ ଏହା ସୋଶାଲ୍‌ ମିଡିଆରେ ଟ୍ରେଣ୍ଡିଂରେ ରହିଥିଲା। ଆଉ ଏବେ ଏହାର ଟାଇଟଲ୍ ଟ୍ରାକ୍‌ର ଟିଜର୍ ରିଲିଜ୍ ହୋଇଯାଇଛି। ଏହା ମଧ୍ୟ ସୋଶାଲ୍ ମିଡିଆରେ ଧୂମ୍ ମଚାଇଦେଇଛି। ସୁଶାନ୍ତଙ୍କ ଫ୍ୟାନ୍‌ମାନେ ଏହାକୁ ନେଇ ବେଶ୍ ଉତ୍ସାହିତ ଅଛନ୍ତି। https://www.instagram.com/p/CCaPqsOpjzH/?utm_source=ig_web_copy_link ଏହି ଟିଜର ଡିଜ୍‌ନି + ହଟଷ୍ଟାର୍‌ର  ଅଫିସିଆଲ୍ ଇନଷ୍ଟାଗ୍ରାମରୁ ଶେୟାର କରାଯାଇଛି। ଏହା ସମସ୍ତଙ୍କ […]

author-image
Chinmayee Roy
ଅଦ୍ୟତନ ହୋଇଛି
ରିଲିଜ୍ ହେଲା ସୁଶାନ୍ତଙ୍କ ଫିଲ୍ମର ଟାଇଟଲ୍ ଟ୍ରାକ୍‌ର ଟିଜର୍

sushant

ମୁମ୍ବାଇ: ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କର ଶେଷ ଫିଲ୍ମ ‘ଦିଲ୍‌ ବେଚାରା’ର ଟ୍ରେଲର୍ ନିକଟରେ ରିଲିଜ୍ ହୋଇଥିଲା। ରିଲିଜ୍ ହେବା ମାତ୍ରେ ଏହା ସୋଶାଲ୍‌ ମିଡିଆରେ ଟ୍ରେଣ୍ଡିଂରେ ରହିଥିଲା। ଆଉ ଏବେ ଏହାର ଟାଇଟଲ୍ ଟ୍ରାକ୍‌ର ଟିଜର୍ ରିଲିଜ୍ ହୋଇଯାଇଛି। ଏହା ମଧ୍ୟ ସୋଶାଲ୍ ମିଡିଆରେ ଧୂମ୍ ମଚାଇଦେଇଛି। ସୁଶାନ୍ତଙ୍କ ଫ୍ୟାନ୍‌ମାନେ ଏହାକୁ ନେଇ ବେଶ୍ ଉତ୍ସାହିତ ଅଛନ୍ତି।

Advertisment

https://www.instagram.com/p/CCaPqsOpjzH/?utm_source=ig_web_copy_link

ଏହି ଟିଜର ଡିଜ୍‌ନି + ହଟଷ୍ଟାର୍‌ର  ଅଫିସିଆଲ୍ ଇନଷ୍ଟାଗ୍ରାମରୁ ଶେୟାର କରାଯାଇଛି। ଏହା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଛି ଏହି ଭିଡିଓରେ ସୁଶାନ୍ତ ସିଂ ରାଜପୁତ ଷ୍ଟେଜ୍ ଉପରକୁ ଏଣ୍ଟ୍ରି କରୁଥିବା ଦେଖିବାକୁ ମଳିଛି। ଆସନ୍ତାକାଲି ଏହି ଗୀତଟି ରିଲିଜ୍ ହେବ। ତେବେ ଗୀତର ଟିଜର୍‌ ଫ୍ୟାନ୍‌ଙ୍କ ଉତ୍ସାହକୁ ଦ୍ୱିଗୁଣିତ କରିଛି।

ସୁଶାନ୍ତଙ୍କ ଏହି ଶେଷ ଫିଲ୍ମଟିକୁ ଦର୍ଶକ ସିନେମା ହଲ୍‌ରେ ବଡ଼ ପରଦାରେ ଦେଖିବାକୁ ଚାହୁଁଛନ୍ତି। ହେଲେ କୌଣସି କାରଣରୁ ଫିଲ୍ମଟିକୁ ଜୁଲାଇ ୨୪ରେ OTT ପ୍ଲାଟଫର୍ମ ହଟଷ୍ଟାର ଡିଜନିରେ ରିଲିଜ୍ କରାଯାଉଛି। ଫିଲ୍ମରେ ଦୁଇ କ୍ୟାନ୍ସସର ରୋଗୀଙ୍କ ଜୀବନ କାହାଣୀ ଦେଖିବାକୁ ମିଳିବ। ଏହି ଫିଲ୍ନଟି ଜନ୍‌ ଗ୍ରୀନ୍‌ଙ୍କ ଉପନ୍ୟାସ ‘Fault in Our Stars’ ଉପରେ ଆଧାରିତ ହୋଇଛି। ଫିଲ୍ମରେ ସୁଶାନ୍ତଙ୍କ ସହ ନବାଗତା ସଞ୍ଜନା ସାଘିଂ ନଜର ଆସିବେ।

Advertisment

ଜୁନ୍ ୧୪ରେ ସୁଶାନ୍ତ ସିଂ ରାଜପୁତ୍‌ ଆତ୍ମହତ୍ୟା କରିଥିଲେ। ତାଙ୍କ ମୃତ୍ୟୁ ପରେ ବଲିଉଡ ଓ ତାଙ୍କ ଫ୍ୟାନ୍‌ମାନଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି। ବର୍ତ୍ତମାନ ମୁମ୍ୱାଇ ପୁଲିସ୍ ସୁଶାନ୍ତଙ୍କ ଆତ୍ମହତ୍ୟା ମାମଲାର ତଦନ୍ତ କରୁଛି।