Advertisment

ଭାବବିହ୍ୱଳ ହେଲେ ପରଦାର ଭଉଣୀ ଭୂମିକା, କହିଲେ...

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତ ନିଜ ଅନ୍ଦାଜରେ କୋଟି କୋଟି ଦର୍ଶକଙ୍କ ମନ କିଣି ପାରିଥିଲେ। ତାଙ୍କ ଅଭିନୟ, ବ୍ୟକ୍ତିତ୍ୱକୁ ଅଗଣିତ ଲୋକ ଭଲପାଉଥିଲେ। ହେଲେ ହଠାତ୍ ତାଙ୍କର ମୃତ୍ୟୁ ପୂରା ବଲିଉଡ୍ ଆଉ କୋଟି କୋଟି ସିନେ ପ୍ରେମୀଙ୍କୁ ଗଭୀର ଆଘାତ ଦେଇଛି। ସୁଶାନ୍ତ ଯିବା ପରେ ତାଙ୍କ ଫ୍ୟାନମାନଙ୍କ ସହ ଅନେକ ବଲିଉଡ ତାରକା ମଧ୍ୟ ତାଙ୍କୁ ଝୁରୁଛନ୍ତି। ସୁଶାନ୍ତଙ୍କ ବଲିଉଡ୍ କ୍ୟାରିୟରରେ ସର୍ବାଧିକ ଲୋକପ୍ରିୟ ଫିଲ୍ମ ଏମ୍. ଏସ୍. ଧୋନୀରେ ତାଙ୍କ ଭଉଣୀ […]

author-image
Pragnya Choudhury
ଅଦ୍ୟତନ ହୋଇଛି
ଭାବବିହ୍ୱଳ ହେଲେ ପରଦାର ଭଉଣୀ ଭୂମିକା, କହିଲେ...

bhumika

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତ ନିଜ ଅନ୍ଦାଜରେ କୋଟି କୋଟି ଦର୍ଶକଙ୍କ ମନ କିଣି ପାରିଥିଲେ। ତାଙ୍କ ଅଭିନୟ, ବ୍ୟକ୍ତିତ୍ୱକୁ ଅଗଣିତ ଲୋକ ଭଲପାଉଥିଲେ। ହେଲେ ହଠାତ୍ ତାଙ୍କର ମୃତ୍ୟୁ ପୂରା ବଲିଉଡ୍ ଆଉ କୋଟି କୋଟି ସିନେ ପ୍ରେମୀଙ୍କୁ ଗଭୀର ଆଘାତ ଦେଇଛି। ସୁଶାନ୍ତ ଯିବା ପରେ ତାଙ୍କ ଫ୍ୟାନମାନଙ୍କ ସହ ଅନେକ ବଲିଉଡ ତାରକା ମଧ୍ୟ ତାଙ୍କୁ ଝୁରୁଛନ୍ତି।

Advertisment

ସୁଶାନ୍ତଙ୍କ ବଲିଉଡ୍ କ୍ୟାରିୟରରେ ସର୍ବାଧିକ ଲୋକପ୍ରିୟ ଫିଲ୍ମ ଏମ୍. ଏସ୍. ଧୋନୀରେ ତାଙ୍କ ଭଉଣୀ ଭୂମିକାରେ ନଜରକୁ ଆସିଥିବା ଅଭିନେତ୍ରୀ ଭୂମିକା ଚାଓ୍ୱଲା ଏକ ଫଟୋ ଶେୟାର କରିଛନ୍ତି। ସୁଶାନ୍ତଙ୍କ ମୃତ୍ୟୁ ପରେ ତାଙ୍କୁ ମନେ ପକାଇ ସେ ଏହି ଫଟୋଟି ଶେୟାର କରିଛନ୍ତି। ଏହାସହ କ୍ୟାପଶନରେ ଲେଖିଛନ୍ତି, "ପ୍ରିୟ ସୁଶାନ୍ତ, ତୁମେ ଯେଉଁଠି ବି ଅଛ, ଭଗବାନଙ୍କ ହାତରେ ଅଛ..।"

ଭୂମିକା ପୁଣି ଲେଖିଛନ୍ତି, ସୁଶାନ୍ତଙ୍କ ମୃତ୍ୟୁକୁ ଏକ ସପ୍ତାହରୁ ଅଧିକ ହୋଇଗଲା। ସେ ନିଜ ସହ କଣ ନେଇକି ଗଲେ? ଯେଉଁ ରହସ୍ୟ ତାଙ୍କ ହୃଦୟ, ମସ୍ତିକରେ ପୋତି ହୋଇ ରହିଥିଲା, ସେହି ରହସ୍ୟ ତାଙ୍କ ସହ ଚାଲିଗଲା ବୋଲି ସେ ଲେଖିଛନ୍ତି।

Advertisment

https://www.instagram.com/p/CBuy3GVhHmm/?utm_source=ig_web_copy_link

ଭୂମିକା ଭାବବିହ୍ୱଳ ହୋଇ କହିଛନ୍ତି, ଏଠାରେ ବଦନାମୀ ମିଳେ, ଏହା କ୍ରୋଧ ଅଟେ। ଏଠାରେ କାହାକୁ ଦୋଷୀ କୁହାଯିବ। ଇଣ୍ଡଷ୍ଟ୍ରୀ ଏହା କଲା, ସମ୍ପର୍କ ଏପରି କଲା ଏଭଳି ଅନେକ କିଛି... ପ୍ରିୟର ଲୋକମାନେ, ଯେଉଁ ଆତ୍ମା ଚାଲିଗଲା। ତାଙ୍କର ସମ୍ମାନ କରିବା ସିଖନ୍ତୁ। ପ୍ରାର୍ଥନା କରନ୍ତୁ ଏବଂ ଆଗକୁ ବଢ଼ନ୍ତୁ। ସେହି ସମୟଗୁଡ଼ିକ ପରସ୍ପରର ଦେଖାଶୁଣାରେ ବିତାନ୍ତୁ। ଯେଉଁ ପିଲାମାନଙ୍କ ଶିକ୍ଷାର ଆବଶ୍ୟକତା ଅଛି, ସେମାନଙ୍କୁ ସେହି ଶିକ୍ଷା ଦିଅନ୍ତୁ ଯାହା ତାଙ୍କୁ ଦରକାର। ସେହି ପିଲାମାନଙ୍କ ଦେଖାଶୁଣା କରନ୍ତୁ। ନିଜ ଆଖପାଖର ଲୋକମାନଙ୍କ ପାଇଁ ଆଉ ନିଜ ପାଇଁ ପ୍ରାର୍ଥନା କରନ୍ତୁ। ସକରାତ୍ମକ ରୁହନ୍ତୁ। କାହା ଉପରେ ଅଭିଯୋଗ ଲଗାନ୍ତୁ ନାହିଁ। ପରସ୍ପରକୁ ସମ୍ମାନ ଦିଅନ୍ତୁ। ଇଣ୍ଡଷ୍ଟ୍ରୀକୁ ନିଜ ରାସ୍ତା ନିଜେ ବାହାର କରିବାକୁ ଦିଅନ୍ତୁ। ସାର୍ବଜନୀନ ସ୍ଥାନରେ ଚର୍ଚ୍ଚା କରନ୍ତୁ ନାହିଁ, ତାଙ୍କ ପାଇଁ ପ୍ରାର୍ଥନା କରନ୍ତୁ ବୋଲି ଭୂମିକା ଲେଖିଛନ୍ତି।