/odisha-reporter/media/post_attachments/uploads/2020/06/SUSANT-RHEA.jpg)
Rhea_sushant
ନୂଆଦିଲ୍ଲୀ: ବଲିଉଡ୍ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ଏବଂ ସୁଶାନ୍ତ ସିଂହ ରାଜପୂତ ଲିଭ୍-ଇନ୍ ରିଲେସନଶିପରେ ଥିଲେ ବୋଲି କୁହାଯାଉଛି। ରବିବାର ମୁମ୍ବାଇସ୍ଥିତ ବାସଭବନରେ ସୁଶାନ୍ତଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ପୁଲିସର ପ୍ରାରମ୍ଭିକ ତଦନ୍ତରେ ସେ ଆତ୍ମହତ୍ୟା କରିଥିବା କୁହାଯାଉଛି। ସୁଶାନ୍ତଙ୍କ ମୃତ୍ୟୁ ପରେ ତାଙ୍କ ସହ ଜଡ଼ିତ ସମସ୍ତ ଘଟଣାକୁ ପୁଲିସ ତଦନ୍ତ ପରିସରଭୁକ୍ତ କରୁଛି।
ପୁଲିସ ଅନୁସାରେ, କିଛି ଦିନ ହେଲା ସୁଶାନ୍ତ ଗମ୍ଭୀର ମାନସିକ ଅବସାଦର ଶିକାର ଥିଲେ ଏବଂ ତାଙ୍କର ଡାକ୍ତରୀ ଚିକିତ୍ସା ମଧ୍ୟ ଚାଲିଥିଲା। ଅନ୍ୟପଟେ ରିୟାଙ୍କ ସହ ଆସନ୍ତା ନଭେମ୍ବରରେ ତାଙ୍କର ବିବାହ ହେବାର ମଧ୍ୟ ଥିଲା ବୋଲି ପରିବାର ସଦସ୍ୟଙ୍କଠାରୁ ସୂଚନା ମିଳିଛି। ହେଲେ ହଠାତ୍ ସୁଶାନ୍ତ ଆତ୍ମହତ୍ୟା କାହିଁକି କଲେ? ଏହ ଏବେ ଏକ ବଡ଼ ପ୍ରଶ୍ନ। ଏହାରି ଭିତରେ ତାଜା ତଥ୍ୟ ଆସିଛି ଯେ, ମୃତ୍ୟୁର କିଛି ଦିନ ପୂର୍ବରୁ ସୁଶାନ୍ତ-ରିୟା ଏକାଠି ରହୁଥିଲେ।
/odisha-reporter/media/post_attachments/wp-content/uploads/2020/06/rHEA-SUSUANR.jpg)
ସୂତ୍ର ଅନୁସାରେ, ସୁଶାନ୍ତ ଏଭଳି କଠୋର ନିଷ୍ପତ୍ତି ନେବା ସମୟରେ ତାଙ୍କ 4ଜଣ ସାଙ୍ଗ ଅନ୍ୟ ଏକ ରୁମରେ ଉପସ୍ଥିତ ଥିଲେ। ଆତ୍ମହତ୍ୟା ପୂର୍ବରୁ ସେ ନିଜ ସାଙ୍ଗମାନଙ୍କ ସହ ତାଙ୍କ ରୁମରେ ଥିଲେ। ପରେ ନିଜ ରୁମକୁ ଆସି ଫାଶି ଲଗାଇ ମୃତ୍ୟୁକୁ ବରଣ କରିଥିଲେ ସୁଶାନ୍ତ। ଅନ୍ୟପଟେ କିଛି ଦିନ ପୂର୍ବରୁ ରିୟାଙ୍କୁ ସୁଶାନ୍ତ ତାଙ୍କ ଘରକୁ ପଠାଇଦେଇଥିଲେ ବୋଲି ଏବେ ଚର୍ଚ୍ଚା ହେଉଛି।
ସୁଶାନ୍ତଙ୍କ ହଠାତ୍ ଏଭଳି ରହସ୍ୟଜନକ ଆତ୍ମହତ୍ୟା ବଲିଉଡକୁ ଦୋହଲାଇ ଦେଇଛି। ସମସ୍ତେ ଚକିତ ଆଉ ଦୁଃଖିତ। ହେଲେ ରିୟାଙ୍କ ପ୍ରତିକ୍ରିୟା ଏପର୍ଯ୍ୟନ୍ତ ଆସିନାହିଁ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
