Advertisment

ସୁଟିଂ ସେଟ୍‌ରୁ ଭାଇରାଲ୍ ହେଲା ସୁଶାନ୍ତଙ୍କ ଫଟୋ

ମୁମ୍ବାଇ: ବଲିଉଡ୍‌ର ହ୍ୟାଣ୍ଡସମ୍‌ ଏବଂ ଲୋକପ୍ରିୟ ଅଭିନେତା ହେଉଛନ୍ତି ସୁଶାନ୍ତ ସିଂ ରାଜପୁତ୍‌। ଫିଲ୍ମ “ସୋନ୍‌ଚିଡିଆ” ପରେ ସେ ଫିଲ୍ମ “ଛିଛୋରେ”ର ସୁଟିଂରେ ସୁଶାନ୍ତ ବ୍ୟସ୍ତ ଅଛନ୍ତି। ଏହି ଫିଲ୍ମର କାହାଣୀ ବିଷୟରେ ଏଯାଏ କିଛି ବି ଖୁଲାସା ହୋଇନାହିଁ। କିନ୍ତୁ, ଫିଲ୍ମର ସୁଟିଂ ସେଟ୍‌ରୁ ସୁଶାନ୍ତଙ୍କ ନୂଆ ଲୁକ୍‌ର ଏକ ଫଟୋ ଲିକ୍‌ ହୋଇଛି। ଦୁଇଟି ଜେନେରେସନ୍‌କୁ ନେଇ ନିର୍ମିତ ଏହି ଫିଲ୍ମରେ ସୁଶାନ୍ତଙ୍କ  ଯୁବ ଏବଂ ବୟସ୍କ ଚରିତ୍ରର ଫଟୋ ନଜର ଆସୁଛି। https://www.instagram.com/p/Bu3NulJAFzz/?utm_source=ig_web_copy_link […]

author-image
Rosalin Rath
ଅଦ୍ୟତନ ହୋଇଛି
ସୁଟିଂ ସେଟ୍‌ରୁ ଭାଇରାଲ୍ ହେଲା ସୁଶାନ୍ତଙ୍କ ଫଟୋ

c11

ମୁମ୍ବାଇ: ବଲିଉଡ୍‌ର ହ୍ୟାଣ୍ଡସମ୍‌ ଏବଂ ଲୋକପ୍ରିୟ ଅଭିନେତା ହେଉଛନ୍ତି ସୁଶାନ୍ତ ସିଂ ରାଜପୁତ୍‌। ଫିଲ୍ମ “ସୋନ୍‌ଚିଡିଆ” ପରେ ସେ ଫିଲ୍ମ “ଛିଛୋରେ”ର ସୁଟିଂରେ ସୁଶାନ୍ତ ବ୍ୟସ୍ତ ଅଛନ୍ତି। ଏହି ଫିଲ୍ମର କାହାଣୀ ବିଷୟରେ ଏଯାଏ କିଛି ବି ଖୁଲାସା ହୋଇନାହିଁ। କିନ୍ତୁ, ଫିଲ୍ମର ସୁଟିଂ ସେଟ୍‌ରୁ ସୁଶାନ୍ତଙ୍କ ନୂଆ ଲୁକ୍‌ର ଏକ ଫଟୋ ଲିକ୍‌ ହୋଇଛି। ଦୁଇଟି ଜେନେରେସନ୍‌କୁ ନେଇ ନିର୍ମିତ ଏହି ଫିଲ୍ମରେ ସୁଶାନ୍ତଙ୍କ  ଯୁବ ଏବଂ ବୟସ୍କ ଚରିତ୍ରର ଫଟୋ ନଜର ଆସୁଛି।
https://www.instagram.com/p/Bu3NulJAFzz/?utm_source=ig_web_copy_link

Advertisment

ସୁଶାନ୍ତ ବିଗତ ଦିନରେ ମୁମ୍ବାଇର ଗୋରେଗାଓଁରେ ସୁଟିଂ କରୁଥିଲେ। ସେତେବେଳେ ତାଙ୍କର ଦୁଇଟି ଲୁକ୍‌ କ୍ୟାପ୍‌ଚର୍‌ ହୋଇଥିଲା। ତାହା ମଧ୍ୟ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହୋଇଥିଲା। ଆଉ ସେହି ଦୁଇଟି ଲୁକ୍‌ ପୁରାପୁରି ଅଲଗା ଲାଗୁଛି। ପ୍ରଥମ ଫଟୋରେ ତାଙ୍କ ଦାଢ଼ି ନଥିବା ବେଳେ ଦ୍ୱିତୀୟ ଫଟୋରେ ଅଧିକ ଦାଢ଼ି ରଖିଥିବା ସୁଶାନ୍ତ ନଜର ଆସୁଛନ୍ତି।

https://www.instagram.com/p/Bu3GgemnZOW/?utm_source=ig_web_copy_link

ଏହି ଫିଲ୍ମ ବିଷୟରେ ସୁଶାନ୍ତ ପୂର୍ବରୁ କହିଥିଲେ ଯେ, ଦୁଇଟି ଜେନେରେସନ୍‌କୁ ନେଇ ଏହି ଫିଲ୍କ ତିଆର ହୋଇଛି। ଏହି ଫିଲ୍କରେ ସୁଶାନ୍ତଙ୍କ ସହ ଶ୍ରଦ୍ଦା କପୁର୍‌ ମଧ୍ୟ ନଜର ଆସିଛନ୍ତି। ଅଗଷ୍ଟ ୩୦ରେଏହି ପିଲ୍ମଟି ରିଲିଜ୍‌ ହେବ।

Advertisment

ଏଠାରେ ଆମେ ଆପଣଙ୍କୁ କହି ରଖିବାକୁ ଚାହୁଁଛୁ ଯେ, ଅଭିଷେକ୍‌ ଚୌବେ ଫିଲ୍ମ ସୋନ୍‌ଚିଡିଆର ନିର୍ଦ୍ଦେଶନା ଦେଇଥିଲେ। ଏହା ବକ୍ସ ଅଫିସ୍‌ରେ ଏତେ ଭଲ କାରବାର କରିପାରି ନଥିଲା।