susha
ମୁମ୍ୱାଇ : ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କର ମୃତ୍ୟୁ ପରେ କେବଳ ଦେଶ ନୁହେଁ, ଦେଶ ବାହାରେ ମଧ୍ୟ ତାଙ୍କୁ ଶ୍ରଦ୍ଧାଞ୍ଜଳି ମିଳୁଛି। ଇସ୍ରାଏଲରୁ ସୁଶାନ୍ତଙ୍କ ସ୍ମୃତିରେ ଏକ ସନ୍ଦେଶ ଆସିଛି। ଯେଉଁଥିରେ ତାଙ୍କୁ ଇସ୍ରାଏଲର ପ୍ରକୃତ ବନ୍ଧୁ ବୋଲି କୁହାଯାଇଛି।
ଇସ୍ରାଏଲ ବିଦେଶ ମନ୍ତ୍ରଣାଳୟର ଡେପୁଟି ଡାଇରେକ୍ଟର ଜେନେରାଲ୍ ଗିଲାଡ୍ କୋହେନ୍ ସୁଶାନ୍ତଙ୍କ ସ୍ମୃତିରେ ଏକ ସ୍ପେଶାଲ୍ ମେସେଜ୍ ସୋଶାଲ ମିଡିଆରେ ଶେଆର୍ କରି ଲେଖିଛନ୍ତି, ‘ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ନିଧନରେ ମୁଁ ସମବେଦନା ବ୍ୟକ୍ତ କରୁଛି। ସେ ଇସ୍ରାଏଲର ଜଣେ ପ୍ରକୃତ ବନ୍ଧୁ ଥିଲେ। ତୁମେ ବହୁତ ମନେ ପଡ଼ିବ। ସେ ଇସ୍ରାଏଲ ଆସିଥିବା ସମୟରେ ଏମିତି କିଛି ହୋଇଥିଲା।
୨୦୧୯ରେ ସୁଶାନ୍ତ ଇସ୍ରାଏଲ ଗସ୍ତ କରିଥିଲେ। ଯେଉଁଠାରେ ସେ ତାଙ୍କ କୋ-ଷ୍ଟାର ଜ୍ୟାକ୍ଲିନ୍ ଫର୍ଣ୍ଣାଣ୍ଡିଜଙ୍କ ସହିତ ‘ମଖ୍ନା’ ଗୀତର ଶୁଟ୍ କରିଥିଲେ। ଗିଲାଡ୍ ତାଙ୍କ ଟ୍ୱିଟ୍ରେ ଏହି ଗୀତର ଲିଙ୍କଙ୍କୁ ମଧ୍ୟ ଶେଆର୍ କରିଛନ୍ତି। ଏହି ଟ୍ୱିଟଟି ସୋଶାଲ ମିଡିଆରେ ଭାଇରାଲ୍ ହେଉଛି।
ସୂଚନାଯୋଗ୍ୟ, ସୁଶାନ୍ତଙ୍କ ମୃତ୍ୟୁ ପରେ ବଲିଉଡ୍ରେ ସମସ୍ତ ସେଲେବ୍ରିଟ, ରାଜନେତା, କ୍ରିକେଟର ଓ ପ୍ରଧାନମନ୍ତ୍ରୀ ମଧ୍ୟ ଶୋକବ୍ୟକ୍ତ କରିଥିଲେ। ଏପରିକି ଅନ୍ତର୍ଜାତୀୟ ମହାକାଶ ସଂସ୍ଥା ପକ୍ଷରୁ ଏକ ମେସେଜ୍ ଜରିଆରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2020/06/susha.jpg)