ସୁଶାନ୍ତଙ୍କ ପରିବାର ପାଇଁ ଶେଷକୃତ୍ୟରେ ଗଲେନି ରିୟା

ମୁମ୍ବାଇ: ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ  ୫ ଦିନ ବିତିଗଲାଣି, ହଲେ ଏ ପର୍ଯ୍ୟନ୍ତ ଆତ୍ମହତ୍ୟାର କାରଣ ସ୍ପଷ୍ଟ ହୋଇପାରିନାହିଁ। ମୁମ୍ବାଇ ପୁଲିସ୍ ବର୍ତ୍ତମାନ ତଦନ୍ତ ଜାରି ରଖିଛି। ଏହି କ୍ରମରେ ନୂଆ ନୂଆ ତଥ୍ୟ ମଧ୍ୟ ସାମ୍ନାକୁ ଆସୁଛି। ନିକଟରେ ପୁଲିସ୍ ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ ରିୟା ଚର୍କବର୍ତ୍ତୀଙ୍କୁ ପଚରା ଉଚରା କରିଥିଲା ଯେଉଁଥିରେ ସାମ୍ନାକୁ ଆସିଛି ଯେ ସୁଶାନ୍ତଙ୍କ ପରିବାର ଚାହୁଁନଥିଲା ଯେ ରିୟା ତାଙ୍କ ଅନ୍ତିମ ସଂସ୍କାରରେ ଯୋଗ ଦିଅନ୍ତୁ। https://www.instagram.com/p/CBc_Rpynowy/?utm_source=ig_web_copy_link […]

sushant

sushant

Chinmayee Roy
  • Published: Saturday, 20 June 2020
  • Updated: 20 June 2020, 01:46 PM IST

Sports

Latest News

ମୁମ୍ବାଇ: ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ  ୫ ଦିନ ବିତିଗଲାଣି, ହଲେ ଏ ପର୍ଯ୍ୟନ୍ତ ଆତ୍ମହତ୍ୟାର କାରଣ ସ୍ପଷ୍ଟ ହୋଇପାରିନାହିଁ। ମୁମ୍ବାଇ ପୁଲିସ୍ ବର୍ତ୍ତମାନ ତଦନ୍ତ ଜାରି ରଖିଛି। ଏହି କ୍ରମରେ ନୂଆ ନୂଆ ତଥ୍ୟ ମଧ୍ୟ ସାମ୍ନାକୁ ଆସୁଛି। ନିକଟରେ ପୁଲିସ୍ ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ ରିୟା ଚର୍କବର୍ତ୍ତୀଙ୍କୁ ପଚରା ଉଚରା କରିଥିଲା ଯେଉଁଥିରେ ସାମ୍ନାକୁ ଆସିଛି ଯେ ସୁଶାନ୍ତଙ୍କ ପରିବାର ଚାହୁଁନଥିଲା ଯେ ରିୟା ତାଙ୍କ ଅନ୍ତିମ ସଂସ୍କାରରେ ଯୋଗ ଦିଅନ୍ତୁ।

https://www.instagram.com/p/CBc_Rpynowy/?utm_source=ig_web_copy_link

 

https://www.instagram.com/p/CBc-PyPHCRY/?utm_source=ig_web_button_share_sheet

ସୁଶାନ୍ତଙ୍କ ମୃତ୍ୟୁ ପରେ ଫିଲ୍ମ ଇଣ୍ଡଷ୍ଟ୍ରି ସମେତ ଫ୍ୟାନ୍‌ନ୍‌ମାନଙ୍କ ମଧ୍ୟରେ ଏକ ଶୋକର ଛାୟା ଖେଳିଯାଇଛି। ତାଙ୍କ ଆତ୍ମହତ୍ୟା ଖବର ସାମ୍ନାକୁ ଆସିବା ପରଠୁ ସୋଶାଲ୍‌ ମିଡିଆରେ ଲଗାତାରଭାବେ ତାଙ୍କର ଫଟୋ ଓ ଭିଡିଓ ସବୁ ପୋଷ୍ଟ ହେଉଛି। ଏ ପର୍ଯନ୍ତ କେହି ଏ କଥାକୁ ସହଜରେ ଗ୍ରହଣ କରିପାରୁ ନାହାଁନ୍ତି। ସୁଶାନ୍ତଙ୍କ ଶେଷକୃତ୍ୟରେ ଶ୍ରଦ୍ଧା କପୁର, କ୍ରିତି ସାନନ୍‌ଙ୍କ ସମେତ ବହୁ ଫିଲ୍ମ ଓ ଟିଭି ଷ୍ଟାର ସାମିଲ୍ ହୋଇଥିଲେ। ହେଲେ ତାଙ୍କ ଗର୍ଲପ୍ରେଣ୍ଡ ରିୟା ସେଠାରେ ଉପସ୍ଥିତ ନଥିବାରୁ ସୁଶାନ୍ତଙ୍କ ଫ୍ୟାନ୍‌ମାନେ ରାଗିଯାଇଥିଲେ। ଏ ନେଇ ତାଙ୍କତୁ ସୋଶାଲ୍‌ ମିଡିଆରେ ଟ୍ରୋଲ୍ ମଧ୍ୟ କରାଗାଲା। ସମସ୍ତଙ୍କର ବାସ୍ ଗୋଟିଏ ପ୍ରଶ୍ନ ଥିଲା ଯେ ରିୟା ସୁଶାନ୍ତଙ୍କୁ ଶେଷଥର ପାଇଁ ଦେଖିବାକୁ ଆସିଲେ ନାହିଁ କାହିଁକି? ଏହି ପ୍ରଶ୍ନର ଉତ୍ତର ଏବେ ମିଳିଯାଇଛି।

ଗତ ଜୁନ ୧୮ରେ ରିୟାଙ୍କୁ ମୁମ୍ବାଇର ବାନ୍ଦ୍ରା ପୁଲିସ୍ ଷ୍ଟେସନରେ ଦେଖିବାକୁ ମିଳିଥିଲା। ସେଦିନ ପୁଲିସ୍ ତାଙ୍କୁ ପ୍ରାୟ ୧୦ ଘଣ୍ଟା ଧରି ପଚରା ଉଚରା କରିଥିଲା। ତେବେ ସୂଚନା ମୁତାବକ ରିୟା ପୁଲିସ୍‌କୁ କହିଛନ୍ତି ଯେ ସୁଶାନ୍ତଙ୍କ ପରିବାର ସହ ତାଙ୍କର ସମ୍ପର୍କ ସେତେଟା ଭଲ ନଥିଲା। ଏପରିକି ତାଙ୍କ ପରିବାର ଚାହୁଁନଥିଲେ ଯେ ସେ ସୁଶାନ୍ତଙ୍କ ଶେଷକୃତ୍ୟରେ ସାମିଲ ହୁଅନ୍ତୁ। ‌ଏହା ମଧ୍ୟ ଜଣାପଡ଼ିଛି ଯେ ପଚରାଉଚରା ବେଳେ ରିୟାଙ୍କୁ ପୁଲିସ୍ ତାଙ୍କର ଓ ସୁଶାନ୍ତଙ୍କର ସମସ୍ତ ମେସେଜ୍, ଫଟୋ ଓ ଭିଡିଓ ଦେଖାଇବାକୁ କହିଥିଲେ। ପୁଲିସ୍ ଆଗରେ ରିୟା ସୁଶାନ୍ତଙ୍କ ସହ ଲିଭ୍-ଇନ୍‌ରେ ରହିବା ସହ ଚଳିତ ବର୍ଷ ଶେଷ ସୁଦ୍ଧା ବିବାହ କରିଥାନ୍ତେ ବୋଲି ଖୁଲାସା କରିଛନ୍ତି।

https://www.instagram.com/p/B7ke6FRnEJl/?utm_source=ig_web_copy_link

ସେ କହିଛନ୍ତି ଯେ ସେମାନେ ଏକାଠି ଏକ ଘର କିଣିବାକୁ ମଧ୍ୟ ଯୋଜନା କରିଥିଲେ। ତେବେ ଏହା ମଧ୍ୟ କୁହାଯାଉଛି ଯେ ଆତ୍ମହତ୍ୟାର ପୂର୍ବ ରାତିରେ ଶୋଇବା ପୂର୍ବରୁ ସୁଶାନ୍ତ ଶେଷ କଲ୍ ରିୟାଙ୍କୁ ହିଁ କରିଥିଲେ, ଯାହାକୁ ସେ ରିସିଭ୍ କରିପାରି ନଥିଲେ। ଏହା ପୂର୍ବରୁ ସେ ସିରିଏଲ୍ ‘ପବିତ୍ର ରିସ୍ତା‘ର ତାଙ୍କ କୋ-ଷ୍ଟାର ମହେଶ ଶେଟ୍ଟୀଙ୍କୁ ମଧ୍ୟ ଫୋନ୍ କରିଥିଲେ ସେ ମଧ୍ୟ ରିସିଭ୍ କରିନଥିଲେ। ତେବେ ପରଦିନ ସକାଳେ ମହେଶଙ୍କ ମିସ୍‌କଲ୍‌ ଦେଖି ସୁଶାନ୍ତ ପୁଣିଥରେ ଫୋନ୍ ଲଗାଇଥିଲେ। ହେଲେ କଲ୍‌ଟି ଲାଗିନଥିଲା।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos