Advertisment

ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା!

ମୁମ୍ବାଇ: ବଲିଉଡ୍‌କୁ ଆଉ ଏକ ଝଟକା। ଅକାଳରେ ଚାଲିଗଲେ ଅଭିନେତା ସୁଶାନ୍ତ ସିଂହ ରାଜପୁତ। ସେ ଆତ୍ମହତ୍ୟା କରିଥିବା ସୂଚନା ଆସିଛି। ମୁମ୍ବାଇର ବାନ୍ଦ୍ରା ସ୍ଥିତ ତାଙ୍କ ବାସଭବନରେ ସେ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ତେବେ ତାଙ୍କ ମୃତ୍ୟୁର ପ୍ରକୃତ କାରଣ ଏଯାଏ ସ୍ପଷ୍ଟ ହୋଇପାରନି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଓ ତଦନ୍ତ ପରେ ତାଙ୍କ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ପୁଲିସ୍ କହିଛି। ସେ ବେକରେ ଫାଶୀ ଲଗାଇ ଆତ୍ମହତ୍ୟା […]

ଅଦ୍ୟତନ ହୋଇଛି
ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା!

sushant

Advertisment

ମୁମ୍ବାଇ: ବଲିଉଡ୍‌କୁ ଆଉ ଏକ ଝଟକା। ଅକାଳରେ ଚାଲିଗଲେ ଅଭିନେତା ସୁଶାନ୍ତ ସିଂହ ରାଜପୁତ। ସେ ଆତ୍ମହତ୍ୟା କରିଥିବା ସୂଚନା ଆସିଛି। ମୁମ୍ବାଇର ବାନ୍ଦ୍ରା ସ୍ଥିତ ତାଙ୍କ ବାସଭବନରେ ସେ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ତେବେ ତାଙ୍କ ମୃତ୍ୟୁର ପ୍ରକୃତ କାରଣ ଏଯାଏ ସ୍ପଷ୍ଟ ହୋଇପାରନି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଓ ତଦନ୍ତ ପରେ ତାଙ୍କ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ପୁଲିସ୍ କହିଛି।

Advertisment

ସେ ବେକରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା କୁହାଯାଇଛି। ତାଙ୍କ ଘରୋଇ ସହାୟକ ପୁଲିସ୍‌କୁ ଫୋନ୍ କରି ଏ ବିଷୟରେ ଜଣାପଡ଼ିଥିଲା।

ଟେଲି ସିରିଏଲ୍‌ରୁ ବଲିଉଡ୍‌ ଫିଲ୍ମକୁ ଆସି ବେଶ୍ ସଫଳ ହୋଇଥିବା ସୁଶାନ୍ତଙ୍କୁ ମାତ୍ର ୩୪ ବର୍ଷ ହୋଇଥିଲା।

Advertisment

ସୂଚନାଯୋଗ୍ୟ, କିଛି ଦିନ ତଳେ ସୁଶାନ୍ତଙ୍କ ପୂର୍ବତନ ମ୍ୟାନେଜର ଦିଶା ସଲୈନ ଆତ୍ମହତ୍ୟା କରିଥିଲେ। ଏହାପରେ ସେ ତାଙ୍କ ଇନ୍‌ଷ୍ଟାଗ୍ରାମରେ ଏହାକୁ ଏକ ବିପର୍ଯ୍ୟୟ ଖବର ବୋଲି ଉଲ୍ଲେଖ କରିଥିଲେ।

ଶେଷଥର ପାଇଁ ୨୦୧୯ରେ ତାଙ୍କୁ ‘ଛିଛୋରେ’ ଫିଲ୍ମରେ ଦେଖିବାକୁ ମିଳିଥିଲା। ଏଥିରେ ସେ ଶ୍ରଦ୍ଧା କପୁରଙ୍କ ସହିତ ଅଭିନୟ କରିଥିଲେ। ଆଗାମି ଦିନରେ ତାଙ୍କୁ ଦର୍ଶକ ମୁକେଶ ଛାବ୍ରାଙ୍କ ‘ଦିଲ୍ ବେଚାରା’ ଫିଲ୍ମରେ ଦେଖିବାକୁ ପାଇଥା’ନ୍ତେ।

‘କିସ୍‌ ଦେଶ୍‌ ମେଁ ହେ ମେରା ଦିଲ୍‌’ ହେଉଛି ତାଙ୍କର ପ୍ରଥମ ଟେଲିଭିଜନ ଧାରାବାହିକ। ଏହା ୨୦୦୮-୨୦୦୯ ମଧ୍ୟରେ ଚାଲିଥିଲା। ତେବେ ଟେଲିଭିଜନରେ ସେ ଲୋକପ୍ରିୟ ହୋଇଥିଲେ ‘ପବିତ୍ର ରିସ୍ତା’ ସିରିଏଲ୍‌ରୁ। ତାଙ୍କର ପ୍ରଥମ ଫିଲ୍ମ ଥିଲା ‘କାଇ ପୋ ଚେ’। ସେ ‘ପିକେ’, ‘ରାବତ’, ‘କେଦାରନାଥ’ ଭଳି ଫିଲ୍ମରେ ଅଭିନୟ କରିଥିଲେ। ତାଙ୍କର ଆଉ ଏକ ଚର୍ଚ୍ଚିତ ଫିଲ୍ମ ହେଉଛି ‘ଏମ୍‌.ଏସ୍‌ ଧୋନି: ଦ ଅନ୍‌ଟୋଲ୍ଡ ଷ୍ଟୋରୀ’, ଯାହା କ୍ରିକେଟର ମହେନ୍ଦ୍ର ସିଂହ ଧୋନିଙ୍କ ଉପରେ ହୋଇଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe