Advertisment

ଫେରୁଛି ‘କସୌଟୀ ଜିନ୍ଦେଗୀ କି’: କୋମଲିକା କ୍ୟାରେକ୍ଟରକୁ ନେଇ ଏବେ ବି ସସ୍‌ପେନ୍ସ

ମୁମ୍ବାଇ: ପୁଣି ଫେରୁଛି ଏକତା କପୁରଙ୍କ ଲୋକପ୍ରିୟ ସିରିଏଲ୍‌ ‘କସୌଟୀ ଜିନ୍ଦେଗୀ କି’। ଏହାର ଦ୍ୱିତୀୟ ଭାଗ ଆସିବ ବୋଲି ଜଣାପଡ଼ିବା ପରଠାରୁ ଏହାକୁ ନେଇ ଚର୍ଚ୍ଚା ଲାଗି ରହିଛି। ବିଶେଷ କରି କାଷ୍ଟିଂକୁ ନେଇ ବିଭିନ୍ନ କଥା ଶୁଣିବାକୁ ମିଳୁଛି। ନିକଟରେ ସିରିଏଲ୍‌ର ପ୍ରଡ୍ୟୁସର୍‌ ଏକତା କପୁର ଏହା ବିଷୟରେ କିଛି ସୂଚନା ଦେଇଛନ୍ତି। ହେଲେ ମୁଖ୍ୟ ଚରିତ୍ର ‘କୋମଲିକା’କୁ ନେଇ କିଛି ସ୍ପଷ୍ଟ କରିନାହାନ୍ତି। ଏକ ଟିଭି ଶୋ’ରେ ସିରିଏଲ୍‌ରେ କୋମଲିକା ଚରିତ୍ର କ’ଣ ହିନା ଖାନ୍‌ କରୁଛନ୍ତି […]

ଫେରୁଛି ‘କସୌଟୀ ଜିନ୍ଦେଗୀ କି’: କୋମଲିକା କ୍ୟାରେକ୍ଟରକୁ ନେଇ ଏବେ ବି ସସ୍‌ପେନ୍ସ

hina

Advertisment

ମୁମ୍ବାଇ: ପୁଣି ଫେରୁଛି ଏକତା କପୁରଙ୍କ ଲୋକପ୍ରିୟ ସିରିଏଲ୍‌ ‘କସୌଟୀ ଜିନ୍ଦେଗୀ କି’। ଏହାର ଦ୍ୱିତୀୟ ଭାଗ ଆସିବ ବୋଲି ଜଣାପଡ଼ିବା ପରଠାରୁ ଏହାକୁ ନେଇ ଚର୍ଚ୍ଚା ଲାଗି ରହିଛି। ବିଶେଷ କରି କାଷ୍ଟିଂକୁ ନେଇ ବିଭିନ୍ନ କଥା ଶୁଣିବାକୁ ମିଳୁଛି।

Advertisment

ନିକଟରେ ସିରିଏଲ୍‌ର ପ୍ରଡ୍ୟୁସର୍‌ ଏକତା କପୁର ଏହା ବିଷୟରେ କିଛି ସୂଚନା ଦେଇଛନ୍ତି। ହେଲେ ମୁଖ୍ୟ ଚରିତ୍ର ‘କୋମଲିକା’କୁ ନେଇ କିଛି ସ୍ପଷ୍ଟ କରିନାହାନ୍ତି।

ଏକ ଟିଭି ଶୋ’ରେ ସିରିଏଲ୍‌ରେ କୋମଲିକା ଚରିତ୍ର କ’ଣ ହିନା ଖାନ୍‌ କରୁଛନ୍ତି ବୋଲି ଏକତାଙ୍କୁ ପଚରା ଯାଇଥିଲା। ଏହାର ଉତ୍ତରରେ ସେ କହିଥିଲେ, “ସେ ଜଣେ ବଡ଼ ଆକ୍ଟର୍‌। ସେ ବହୁତ ସକାରାତ୍ମକ ଚରିତ୍ରରେ ଅଭିନୟ କରିଛନ୍ତି। ଏବେ ଆପଣ ନିଜେ ଜାଣି ପାରୁଥିବେ, ମୁଁ କ’ଣ କହିବାକୁ ଚାହୁଁଛି।”

Advertisment

ନିକଟରେ ଏକତା 'fromthe former to the latter' ହାସ୍‌ଟ୍ୟାଗ୍‌ ସହ ଏକ ଫଟୋ ଶେୟାର କରିଥିଲେ। ହେଲେ ଏହି ଫଟୋ ହିନା ଖାନ୍‌ଙ୍କର ନୁହେଁ। ଏହି ଫଟୋଟି କ୍ରିଷ୍ଟଲ୍‌ ଡି’ ସୁଜାଙ୍କର ଥିଲା।

ଏକତା ଏହି ଫଟୋ ପୋଷ୍ଟ କରିବା ପରେ ‘କୋଲୋଲିକା’ ଚରିତ୍ରକୁ ନେଇ ସସ୍ପେନ୍ସ ଆହୁରି ବଢ଼ି ଯାଇଛି। କାରଣ, ସମସ୍ତଙ୍କର ଧାରଣା ଥିଲା ଯେ ସିରିଏଲ୍‌ର ପ୍ରଥମ ଭାଗ ପରି ଦ୍ୱିତୀୟ ଭଗରେ ମଧ୍ୟ କୋମଲିକା ଚରିତ୍ର ହିନା ଖାନ୍‌ କରିବେ ବୋଲି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe