Advertisment

ଜେଏନ୍‌ୟୁ ହିଂସା; କାନ୍ଦି ପକାଇଲେ ସ୍ୱରା

ନୂଆଦିଲ୍ଲୀ: ରବିବାର ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟ (ଜେଏନ୍‌ୟୁ) ପରିସରରେ କିଛି ଦୃର୍ବୃତ୍ତ ବାଡ଼ି ଧରି ପଶିଥିଲେ ଓ ଆକ୍ରମଣ କରିଥିଲେ। ଏହି ଘଟଣାରେ ଜେଏନ୍‌ୟୁ ଛାତ୍ର ସଂଗଠନ (ଜେଏନ୍‌ୟୁଏସ୍‌ୟୁ)ର ସଭାପତି ଆଇଶି ଘୋଷ ଆହତ ହୋଇଛନ୍ତି। ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ତାଙ୍କୁ  ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ବିଶ୍ୱବିଦ୍ୟାଳୟ ପରିସରରେ ଏଭଳି ହିଂସାକାଣ୍ଡ ପରେ ଅନ୍ୟମାନଙ୍କ ଭଳି ବଲିଉଡ୍‌ ସେଲେବ୍ରିଟିମାନେ ମଧ୍ୟ ନିଜର ପ୍ରତିକ୍ରିୟା ଦେଇଛନ୍ତି। Urgent appeal!!!! To all Delhiites PLS gather […]

ଅଦ୍ୟତନ ହୋଇଛି
ଜେଏନ୍‌ୟୁ ହିଂସା; କାନ୍ଦି ପକାଇଲେ ସ୍ୱରା

swara

Advertisment

ନୂଆଦିଲ୍ଲୀ: ରବିବାର ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟ (ଜେଏନ୍‌ୟୁ) ପରିସରରେ କିଛି ଦୃର୍ବୃତ୍ତ ବାଡ଼ି ଧରି ପଶିଥିଲେ ଓ ଆକ୍ରମଣ କରିଥିଲେ। ଏହି ଘଟଣାରେ ଜେଏନ୍‌ୟୁ ଛାତ୍ର ସଂଗଠନ (ଜେଏନ୍‌ୟୁଏସ୍‌ୟୁ)ର ସଭାପତି ଆଇଶି ଘୋଷ ଆହତ ହୋଇଛନ୍ତି। ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ତାଙ୍କୁ  ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ବିଶ୍ୱବିଦ୍ୟାଳୟ ପରିସରରେ ଏଭଳି ହିଂସାକାଣ୍ଡ ପରେ ଅନ୍ୟମାନଙ୍କ ଭଳି ବଲିଉଡ୍‌ ସେଲେବ୍ରିଟିମାନେ ମଧ୍ୟ ନିଜର ପ୍ରତିକ୍ରିୟା ଦେଇଛନ୍ତି।

Advertisment

https://twitter.com/ReallySwara/status/1213848028810858497

ଏହି ହିଂସାକାଣ୍ଡକୁ ନେଇ ବଲିଉଡ୍‌ ଅଭିନେତ୍ରୀ ସ୍ୱରା ଭାସ୍କର ଚିନ୍ତା ପ୍ରକଟ କରିଛନ୍ତି। ସେ ଟ୍ୱିଟ୍‌ କରି ଲେଖିଛନ୍ତି, “ଅର୍ଜେଣ୍ଟ ଅପିଲ୍, ସମସ୍ତ ଦିଲ୍ଲୀବାସୀ, ବାବା ଗଙ୍ଗନାଥ ମାର୍ଗରେ ଜେଏନ୍‌ୟୁର ମେନ୍‌ ଗେଟ୍‌ ବାହାରେ ଅଧିକ ସଂଖ୍ୟାରେ ଏକତ୍ରିତ ହୁଅନ୍ତୁ। ଫଳରେ କଡ଼ା ପଦକ୍ଷେପ ନେବା ନେଇ ସରକାର ଓ ଦିଲ୍ଲୀ ପୁଲିସ୍‌ ଉପରେ ଚାପ ପକାଯାଇପାରିବ ଏବଂ ଏବିଭିପିର ମୁଖା ପିନ୍ଧିଥିବା ଗୁଣ୍ଡାଙ୍କୁ କ୍ୟାମ୍ପସ ଭିତରେ ହିଂସା ଘଟାଇବାରୁ ରୋକାଯାଇପାରିବ।”

ଏହି ଟ୍ୱିଟ୍‌ ସହ ସେ ଏକ ଭିଡିଓ ପୋଷ୍ଟ କରିଛନ୍ତି ଓ ଏଥିରେ ସେ କାନ୍ଦୁଥିବା ଦେଖିବାକୁ ମିଳିଛି। ସେ ଏଥିରେ କହିଛନ୍ତି ଯେ ତାଙ୍କ ମାତାପିତା ମଧ୍ୟ ଜେଏନ୍‌ୟୁ ପରିସରେ ଅଛନ୍ତି। ତେଣୁ ସେଠାରେ ଏଭଳି ହିଂସା ଘଟଣା ଦେଖି ସେ ବହୁତ ଚିନ୍ତିତ ଅଛନ୍ତି। ଏହା ବ୍ୟତୀତ ଆଉ ଏକ ଟ୍ୱିଟ୍‌ କରି ସେ ଜଣାଇଛନ୍ତି ଯେ ତାଙ୍କ ମା’ ଏସ୍‌ଏମ୍‌ଏସ୍‌ ଜରିଆରେ କହିଛନ୍ତି ଯେ ବିଶ୍ୱବିଦ୍ୟାଳୟର ନର୍ଥ ଗେଟ୍‌ ବାହାରେ କିଛି ଲୋକ ‘ଦେଶଦ୍ରୋହୀମାନଙ୍କୁ ଗୁଳି ମାରିଦିଅ’ ବୋଲି ନାରା ଦେଇଛନ୍ତି।

Advertisment

https://twitter.com/ReallySwara/status/1213855590860017664

ସ୍ୱରାଙ୍କ ବ୍ୟତୀତ ଅଭିନେତ୍ରୀ ତାପସୀ ପନ୍ନୁ ମଧ୍ୟ ଏହି ଘଟଣାକୁ ନେଇ ଟ୍ୱିଟ୍‌ କରିଛନ୍ତି। ସେ ଏକ ଭିଡିଓ ପୋଷ୍ଟ୍ କରିଛନ୍ତି, ଯେଉଁଥିରେ କୁହାଯାଇଛି ଯେ ଏବିଭିପିର ସଦସ୍ୟମାନେ ଛାତ୍ରମାନଙ୍କ ଉପରେ ଆକ୍ରମଣ କରିଛନ୍ତି। ତାପସୀ ଟ୍ୱିଟ୍‌ରରେ ଲେଖିଛନ୍ତି, “ଯେଉଁଠି ଛାତ୍ରଛାତ୍ରୀମାନଙ୍କର ଭବିଷ୍ୟତ ତିଆରି ହୁଏ, ସେହି ସ୍ଥାନର ଏଭଳି ଅବସ୍ଥା କରିଦିଆଯାଇଛି। ଏହା ସବୁଦିନ ପାଇଁ ଏକ ଅଲିଭା ଦାଗ ହୋଇ ରହିଯିବ। କେଉଁଭଳି ଘଟଣା ଏଠି ଘଟୁଛି। ଏହା ଅତ୍ୟନ୍ତ ଦୁଃଖଦାୟକ।”

https://twitter.com/taapsee/status/1213842488147841024

ସୂଚନାଯୋଗ୍ୟ , ସ୍ୱରା ଜେଏନ୍‌ୟୁରୁ ପାଠ ପଢ଼ିଛନ୍ତି। ସେହିଭଳି ତପସୀ ଦିଲ୍ଲୀର ଏକ ଇଞ୍ଜିନିୟରିଂ କଲେଜରେ ପଢ଼ୁଥିଲେ। ଏମାନେ ପୂର୍ବରୁ ମଧ୍ୟ ଏଭଳି ଅନେକ ପ୍ରସଙ୍ଗରେ ଓ ଘଟଣାରେ ନିଜ ପ୍ରତିକ୍ରିୟା ରଖିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe