Advertisment

ଶାହାରୁଖ୍‌ଙ୍କୁ ଟ୍ରୋଲ କରିଥିବା ୟୁଜରଙ୍କୁ କଡ଼ା ଜବାବ ଦେଲେ ସ୍ୱରା

ମୁମ୍ବାଇ: ବଲିଉଡ୍‌ କିଙ୍ଗ୍‌ ଖାନ୍‌ ଶାହାରୁଖ୍‌ ନିକଟରେ ନିଜ ଇନ୍‌ଷ୍ଟାଗ୍ରାମ୍‌ ପେଜ୍‌ରେ  ଏକ ଫଟୋ ଶେୟାର କରିଥିଲେ।  ଯେଉଁଥିରେ ତାଙ୍କ ପୁଅ ଅବରାମ୍‌ ଶ୍ରୀ ଗଣେଷଙ୍କ ମୂର୍ତ୍ତି ସମ୍ମୁଖରେ ହାତ ଯୋଡ଼ି ଛିଡ଼ା ହୋଇଛନ୍ତି। ଏହି ଫଟୋକୁ ଅନେକ ଲାଇକ୍‌ କରିଥିଲେ ମଧ୍ୟ କିଛି ଲୋକ ନାପସନ୍ଦ କରିଛନ୍ତି।  ମୁସ୍‌ଲିମ୍‌ ହୋଇ ଗଣେଷ ପୂଜା ପାଳନ କରିଥିବାରୁ ଶାହାରୁଖ୍‌ଙ୍କୁ ଜମେଇକି ଟ୍ରୋଲ୍‌ ମଧ୍ୟ କରିଛନ୍ତି। ହେଲେ ଏମିତି ଟ୍ରୋଲକୁ ସହ୍ୟ କରିପାରି ନାହାନ୍ତି ଅଭିନେତ୍ରୀ ସ୍ୱରା ଭାସ୍କର। […]

ଶାହାରୁଖ୍‌ଙ୍କୁ ଟ୍ରୋଲ କରିଥିବା ୟୁଜରଙ୍କୁ କଡ଼ା ଜବାବ ଦେଲେ ସ୍ୱରା

twit

Advertisment

ମୁମ୍ବାଇ: ବଲିଉଡ୍‌ କିଙ୍ଗ୍‌ ଖାନ୍‌ ଶାହାରୁଖ୍‌ ନିକଟରେ ନିଜ ଇନ୍‌ଷ୍ଟାଗ୍ରାମ୍‌ ପେଜ୍‌ରେ  ଏକ ଫଟୋ ଶେୟାର କରିଥିଲେ।  ଯେଉଁଥିରେ ତାଙ୍କ ପୁଅ ଅବରାମ୍‌ ଶ୍ରୀ ଗଣେଷଙ୍କ ମୂର୍ତ୍ତି ସମ୍ମୁଖରେ ହାତ ଯୋଡ଼ି ଛିଡ଼ା ହୋଇଛନ୍ତି।

Advertisment

publive-image

ଏହି ଫଟୋକୁ ଅନେକ ଲାଇକ୍‌ କରିଥିଲେ ମଧ୍ୟ କିଛି ଲୋକ ନାପସନ୍ଦ କରିଛନ୍ତି।  ମୁସ୍‌ଲିମ୍‌ ହୋଇ ଗଣେଷ ପୂଜା ପାଳନ କରିଥିବାରୁ ଶାହାରୁଖ୍‌ଙ୍କୁ ଜମେଇକି ଟ୍ରୋଲ୍‌ ମଧ୍ୟ କରିଛନ୍ତି।

ହେଲେ ଏମିତି ଟ୍ରୋଲକୁ ସହ୍ୟ କରିପାରି ନାହାନ୍ତି ଅଭିନେତ୍ରୀ ସ୍ୱରା ଭାସ୍କର। ଟ୍ରୋଲର୍ସମାନଙ୍କୁ ସ୍ୱରା ନିଜ ଟ୍ୱିଟ୍‌ ମାଧ୍ୟମରେ କଡ଼ା ଜବାବ ଦେଇଛନ୍ତି।

Advertisment

ସ୍ୱରାଙ୍କ ମତରେ “ଏ କଥା ସତ ଯେ, ଅଳ୍ପସଂଖକଙ୍କ ମଧ୍ୟରେ ଅଳ୍ପ କିଛି ମୂର୍ଖ ଅଛନ୍ତି। ହେଲେ ମୂର୍ଖାମି କରିବା ବେଳେ ଆମେ ସମସ୍ତେ ଏକ ହୋଇଯାଉଛୁ।”

ସ୍ୱରାଙ୍କ ଟ୍ୱିଟ୍‌କୁ ରିଟ୍ୱିଟ୍‌ କରି ଜଣେ ୟୁଜର ଲେଖିଛନ୍ତି,  ଯାହା ଲେଖିଛନ୍ତି ସେଥିରେ ବ୍ୟାକରଣଗତ ତ୍ରୁଟି ଅଛି। ଯାହାର ଉତ୍ତର ଦେବାକୁ ଯାଇ ସ୍ୱରା ମଜାଦାର ଢଙ୍ଗରେ ଏମିତି କିଛି ଲେଖିଛନ୍ତି ଯାହାକୁ ପଢି ସମସ୍ତେ ହସୁଛନ୍ତି।

ସୂଚନା ଯୋଗ୍ୟ ଯେ, ସ୍ୱରା ଫିଲ୍ମ ‘ବିରେ ଦି ୱେଡିଂ’ରେ କରୀନା କପୁର ଓ ସୋନମ୍‌ କପୁରଙ୍କ ସହ ଅଭିନୟ କରିଥିଲେ। ଏଥିର ତାଙ୍କର ଏକ ସିନ୍‌ରେ ୟୁଜର ତାଙ୍କୁ ଟ୍ରୋଲ କରିଥିଲେ। ଆଉ ସେ ସେହି  ଆଲୋଚନା କରୁଥିବା ଲୋକଙ୍କୁ କଡ଼ା ଜବାବ ଦେଇ ସେମାନଙ୍କ ମୁହଁ ବନ୍ଦ କରିଦେଇଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe