Advertisment

ନାଗରିକତା ବିଲ୍‌ ନେଇ ରାଗିଲେ ସ୍ୱରା, କହିଲେ 'ହେଲୋ ହିନ୍ଦୁ ପାକିସ୍ତାନ୍'

ମୁମ୍ବାଇ: ବହୁ ଚର୍ଚ୍ଚିତ ନାଗରିକତା ସଂଶୋଧନ ବିଲ୍‌ (ସିଏବି) ଗତକାଲି ଲୋକସଭାରେ ପାସ୍ ହୋଇସାରିଛି। ଦୀର୍ଘ ୭ ଘଣ୍ଟାରୁ ଅଧିକ ସମୟର ବିତର୍କ ପରେ କେନ୍ଦ୍ର ସରକାର ଲୋକସଭାରେ ଏହି ବିଲ୍‌କୁ ପାରିତ କରିପାରିଛନ୍ତି। ଏହା ପରେ ଏହି ବିଲ୍‌କୁ ନେଇ ସାରା ଦେଶରେ ଚର୍ଚ୍ଚା ଲାଗି ରହିଛି। କିଛି ଲୋକ ଏହାକୁ ସମର୍ଥନ କରୁଥିବାବେଳେ ଅନ୍ୟ କିଛି ଲୋକ ଏହାକୁ ବିରୋଧ କରିଆସୁଛନ୍ତି। ବିଶେଷ କରି ଉତ୍ତରପୂର୍ବ ରାଜ୍ୟରେ ଏହାକୁ ତୀବ୍ର ବିରୋଧ କରି ଆନ୍ଦୋଳନ […]

ଅଦ୍ୟତନ ହୋଇଛି
ବିଜୟଙ୍କ ପିଟିସନ୍‌ରେ ଫସି ଯିବେ କି ସ୍ୱରା ?

swara

Advertisment

ମୁମ୍ବାଇ: ବହୁ ଚର୍ଚ୍ଚିତ ନାଗରିକତା ସଂଶୋଧନ ବିଲ୍‌ (ସିଏବି) ଗତକାଲି ଲୋକସଭାରେ ପାସ୍ ହୋଇସାରିଛି। ଦୀର୍ଘ ୭ ଘଣ୍ଟାରୁ ଅଧିକ ସମୟର ବିତର୍କ ପରେ କେନ୍ଦ୍ର ସରକାର ଲୋକସଭାରେ ଏହି ବିଲ୍‌କୁ ପାରିତ କରିପାରିଛନ୍ତି। ଏହା ପରେ ଏହି ବିଲ୍‌କୁ ନେଇ ସାରା ଦେଶରେ ଚର୍ଚ୍ଚା ଲାଗି ରହିଛି। କିଛି ଲୋକ ଏହାକୁ ସମର୍ଥନ କରୁଥିବାବେଳେ ଅନ୍ୟ କିଛି ଲୋକ ଏହାକୁ ବିରୋଧ କରିଆସୁଛନ୍ତି। ବିଶେଷ କରି ଉତ୍ତରପୂର୍ବ ରାଜ୍ୟରେ ଏହାକୁ ତୀବ୍ର ବିରୋଧ କରି ଆନ୍ଦୋଳନ ମୁଣ୍ଡ ଟେକିଛି। ଆଜି ଉତ୍ତରପୂର୍ବ ରାଜ୍ୟର ବିଭିନ୍ନ ଛାତ୍ର ସଂଗଠନ ପକ୍ଷରୁ ବନ୍ଦ ଡାକରା ମଧ୍ୟ ଦିଆଯାଇଛି। ବିଭିନ୍ନ ବିବାଦୀୟ ମନ୍ତବ୍ୟ ପାଇଁ ଚର୍ଚ୍ଚିତ ବଲିଉଡ୍ ଅଭିନେତ୍ରୀ ସ୍ୱରା ଭାସ୍କର ଏହି ପ୍ରସଙ୍ଗରେ ମଧ୍ୟ ପ୍ରତିକ୍ରିୟା ଦେବାକୁ ଭୁଲି ନାହାନ୍ତି। ଏହି ବିଲ୍‌କୁ ନେଇ ସେ ଟ୍ୱିଟ୍‌ ଯୋଗେ ଏକ ବଡ଼ ବିବାଦୀୟ ବୟାନ୍‌ ଦେଇଛନ୍ତି।

Advertisment

https://www.instagram.com/p/B1hGQLuprSW/?utm_source=ig_web_copy_link

ନାଗରିକତା ସଂଶୋଧନ ବିଲ୍‌(ସିଏବି) ୨୦୧୯ ଲୋକସଭାରେ ପାସ୍‌ ହେବା ପରେ ଗତକାଲି ରାତିରେ ହିଁ ସ୍ୱରା ଟ୍ୱିଟ୍‌ କରି ମୋଦି ସରକାରଙ୍କୁ ସମାଲୋଚନା କରିଛନ୍ତି।  ସେ ଲେଖିଛନ୍ତି, ‘(ଭାରତରେ...) ଧର୍ମ ନାଗରିକତାର ଆଧାର ନୁହେଁ। ଧର୍ମ ଭେଦଭାବର କାରଣ ହୋଇପାରିବ ନାହିଁ। ଦେଶ ଧର୍ମକୁ ଆଧାର କରି କୌଣସି ନିଷ୍ପତ୍ତି ନେଇପାରିବ ନାହିଁ। ନାଗରିକତା ସଂଶୋଧନ ବିଲ୍‌ରୁ ମୁସଲ୍‌ମାନ୍‌ମାନଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ବାଦ୍‌ ଦିଆଯାଇଛି। ”-NRC/CAB ପ୍ରୋଜେକ୍ଟରେ ଜିନ୍ନାଙ୍କ ପୁନର୍ଜନ୍ମ ହୋଇଛି। ହେଲୋ ହିନ୍ଦୁ ପାକିସ୍ତାନ୍!’

https://twitter.com/ReallySwara/status/1204135133600550912?s=20

ଗତକାଲି ଏହି ନାଗରିକତା ସଂଶୋଧନ ବିଲ୍‌କୁ ନେଇ ଲୋକସଭାରେ ଜୋର୍‌ଦାର୍‌ ହଙ୍ଗାମା ଦେଖିବାକୁ ମିଳିଥିଲା। ବିଲ୍ ସପକ୍ଷରେ ୩୧୧ ଖଣ୍ଡ ଭୋଟ୍ ପଡ଼ିଥିବା ବେଳେ ବିପକ୍ଷରେ ୮୦ ଖଣ୍ଡ ଭୋଟ୍ ପଡ଼ିଥିଲା। ବିରୋଧୀ ଦଳଗୁଡ଼ିକ ଏହାକୁ ଅସାମ୍ବିଧାନିକ ବୋଲି କହି ବିରୋଧ କରୁଥିଲେ ହେଁ କେନ୍ଦ୍ର ପାଖରେ ଲୋକସଭାରେ ସଂଖ୍ୟା ଥିବାରୁ ଏହା ପାସ୍ ହୋଇଥିଲା। ଲୋକସଭା ପରେ ଏବେ ରାଜ୍ୟସଭାରେ ଏହି ବିଲ୍‌ ପାସ୍‌ ହେବା ବାକି ଅଛି।

Advertisment

https://twitter.com/Joydas/status/1204129386355556352?s=20

ସୂଚନାଯୋଗ୍ୟ,  ସ୍ୱରା କେବେବି କେନ୍ଦ୍ର ସରକାରଙ୍କ ବିରୋଧରେ ମୁହଁ ଖୋଲିବାକୁ ଡରନ୍ତି ନାହିଁ। ଗତ ଲୋକସଭା ନିର୍ବାଚନ ସମୟରେ ସେ ମୋଦି ସରକାରକୁ ‘ଚାଷୀ ହତ୍ୟାକାରୀ ସରକାର’ କହିଥିଲେ। ଏହାବ୍ୟତୀତ କିଛିଦିନ ତଳେ ଜେଏନ୍‌ୟୁର ଫି’ ବୃଦ୍ଧି ବିବାଦରେ ମଧ୍ୟ ନିଜର ପ୍ରତିକ୍ରିୟା ରଖି ଛାତ୍ରଙ୍କ ସମର୍ଥନ କରିବା ସହ ଉଚ୍ଚ ଶିକ୍ଷା ପାଇଁ ପବ୍ଲିକ୍‌ ଫଣ୍ଡିଂ ପାଇଁ ଦାବି କରିଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe