Advertisment

ଗହଣା ବିକି ଚଳୁଛନ୍ତି ଏହି ଅଭିନେତ୍ରୀ

ମୁମ୍ବାଇ: ଏବେ କଠିନ ପରିସ୍ଥିତି ଦେଇ ଗତି କରୁଛନ୍ତି ଲୋକପ୍ରିୟ ଟେଲି ଅଭିନେତ୍ରୀ ନୁପୁର ଅଳଙ୍କାର। ନିଜ ଗହଣା ବିକ୍ରି କରି ପେଟ ପୋଷୁଛନ୍ତି ଏହି ଅଭିନେତ୍ରୀ। ‘ଅଗଲେ ଜନମ ମୋହେ ବେଟିୟା ହି କିଜୋ’, ‘ସ୍ଵରାଗିଣୀ’ ଭଳି ବହୁ ଲୋକପ୍ରିୟ ଧାରାବାହିକରେ କାମ କରିଛନ୍ତି ନୁପୁର। ଗତ ସେପ୍ଟେମ୍ବର ୨୪ ତାରିଖରେ ଭାରତୀୟ ରିଜର୍ଭ ବ୍ୟାଙ୍କ ପଞ୍ଜାବ ଏବଂ ମହାରାଷ୍ଟ୍ର କୋଅପରେଟିଭ୍ ବ୍ୟାଙ୍କକୁ ନୋଟିସ୍ ଜାରି କରିଥିଲା। ଆର୍ବିଆଇ ଏହି ବ୍ୟାଙ୍କର ନେଣଦେଣ ଉପରେ ୬ […]

ଅଦ୍ୟତନ ହୋଇଛି
ଗହଣା ବିକି ଚଳୁଛନ୍ତି ଏହି ଅଭିନେତ୍ରୀ

nupur

Advertisment

ମୁମ୍ବାଇ: ଏବେ କଠିନ ପରିସ୍ଥିତି ଦେଇ ଗତି କରୁଛନ୍ତି ଲୋକପ୍ରିୟ ଟେଲି ଅଭିନେତ୍ରୀ ନୁପୁର ଅଳଙ୍କାର। ନିଜ ଗହଣା ବିକ୍ରି କରି ପେଟ ପୋଷୁଛନ୍ତି ଏହି ଅଭିନେତ୍ରୀ। ‘ଅଗଲେ ଜନମ ମୋହେ ବେଟିୟା ହି କିଜୋ’, ‘ସ୍ଵରାଗିଣୀ’ ଭଳି ବହୁ ଲୋକପ୍ରିୟ ଧାରାବାହିକରେ କାମ କରିଛନ୍ତି ନୁପୁର।

Advertisment

ଗତ ସେପ୍ଟେମ୍ବର ୨୪ ତାରିଖରେ ଭାରତୀୟ ରିଜର୍ଭ ବ୍ୟାଙ୍କ ପଞ୍ଜାବ ଏବଂ ମହାରାଷ୍ଟ୍ର କୋଅପରେଟିଭ୍ ବ୍ୟାଙ୍କକୁ ନୋଟିସ୍ ଜାରି କରିଥିଲା। ଆର୍ବିଆଇ ଏହି ବ୍ୟାଙ୍କର ନେଣଦେଣ ଉପରେ ୬ ମାସ ପାଇଁ ପ୍ରତିବନ୍ଧକ ଲଗାଇଥିଲା। ଏହାପରେ ଏବେ ପଞ୍ଜାବ ଏବଂ ମହାରାଷ୍ଟ୍ର କୋଅପରେଟିଭ୍ ବ୍ୟାଙ୍କ ନୂଆ ଋଣ ଜାରି କରି ପାରିବ ନାହିଁ। କେବଳ ସେତିକି ନୁହେଁ ବ୍ୟାଙ୍କର କୌଣସି ଗ୍ରାହକ ୨୫,୦୦୦ ଟଙ୍କାରୁ ଅଧିକ ଟଙ୍କା ବାହାର କରି ପାରିବେ ନାହିଁ। ନୁପୁରଙ୍କର ଏହି ବ୍ୟାଙ୍କରେ ଆକାଉଣ୍ଟ ଥିବାରୁ ସେ ଖୁବ୍‌ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି।

https://www.instagram.com/p/BXPA0-oA0ET/?utm_source=ig_web_copy_link

ନିକଟରେ ଏକ ସାକ୍ଷାତକାରରେ ନୁପୁର କହିଛନ୍ତି କି, ମୁଁ ଆର୍ଥିକ ସଙ୍କଟ ଦେଇ ଗତି କରୁଛି। ମୋର ଅନ୍ୟ ଆକାଉଣ୍ଟରେ ଟଙ୍କା ଥିଲା। ଯାହାକୁ ମୁଁ କିଛି ଦିନ ପୂର୍ବରୁ ପଞ୍ଜାବ ଆଣ୍ଡ ମହାରାଷ୍ଟ୍ର କୋଅପରେଟିଭ୍ ବ୍ୟାଙ୍କକୁ ଟ୍ରାନ୍ସଫର କରିଥିଲି। ତେଣୁ ମୋ ପରିବାର ଏବଂ ମୋର ସମସ୍ତ ଜମାପୁଞ୍ଜି ସମ୍ପୂର୍ଣ୍ଣ ରୂପରେ ବ୍ୟାଙ୍କ କାରଣରୁ ବନ୍ଦ ହୋଇଯାଇଛି। ଆମ ପାଖରେ ଘରେ କିଛି ଟଙ୍କା ନାହିଁ। ତେଣୁ ମୋ ପାଖରେ ଗହଣା ବିକ୍ରି କରିବା ଛଡ଼ା ଅନ୍ୟ କୌଣସି ରାସ୍ତା ନାହିଁ। ଏହା ସହ ସେ ତାଙ୍କର ଜଣେ ସଥୀ ଅଭିନେତାଙ୍କ ଠାରୁ ୩୦୦୦ ଟଙ୍କା ଧାର ଆଣିବା କଥା କହିଛନ୍ତି। ଏପର୍ଯ୍ୟନ୍ତ ସେ ତାଙ୍କର ସାଥୀମାନଙ୍କ ଠାରୁ ୫୦.୦୦୦ ଟଙ୍କା ଋଣ ନେଇ ସାରିଲେଣି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe